ପୁଟିନ୍‌ଙ୍କ ଚେତାବନୀ, ବଢ଼ିବ ତୈଳ ଦାମ୍‌…

ମସ୍କୋ, ୯।୭ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ପାଶ୍ଚାତ୍ୟ ଦେଶଗୁଡ଼ିକ ୟୁକ୍ରେନକୁ ସମର୍ଥନ କରୁଛନ୍ତି ଏବଂ ରୁଷିଆ ବିରୋଧରେ ବିଭିନ୍ନ କଟକଣା ଲାଗୁ କରାଯାଇଛି। ଡୋନାବସ ଅଞ୍ଚଳରେ ରୁଷିଆର ଆକ୍ରମଣକୁ ରୋକିବା ପାଇଁ ୟୁକ୍ରେନ ସହଯୋଗୀମାନଙ୍କୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବାକୁ ଅନୁରୋଧ କରିଛି। ଅପରପକ୍ଷରେ, ରୁଷିଆ କୌଣସି ସମାଧାନ ଅବା ଚୁକ୍ତି ଆଭିମୁଖ୍ୟ ରଖିନଥିବା ମନେହେଉଛି। ଅନ୍ତର୍ଜାତୀୟ ବଜାରରେ ଇନ୍ଧନ ମୂଲ୍ୟ ଅଧିକ ବୃଦ୍ଧି ପାଇବ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍‌ ଚେତାବନୀ ଦେଇଛନ୍ତି।

ପୁଟିନ୍‌ କହିଛନ୍ତି ଯେ ପଶ୍ଚିମ ଦେଶମାନଙ୍କ ପକ୍ଷରୁ ଜାରି ହୋଇଥିବା କଡ଼ା କଟକଣା ଯୋଗୁ ତେଲ ମୂଲ୍ୟରେ ଏକ ଭୟଙ୍କର ବୃଦ୍ଧି ଘଟାଇବ। ରୁଷିଆର ତୈଳ ଓ ଗ୍ୟାସ ଶିଳ୍ପର ନେତାମାନଙ୍କୁ ସମ୍ବୋଧିତ କରି ପୁଟିନ ପାଶ୍ଚାତ୍ୟ ପ୍ରତିବନ୍ଧକକୁ ଅର୍ଥନୈତିକ ଯୁଦ୍ଧର ଘୋଷଣା ବୋଲି କହିଛନ୍ତି। ସେ କହିଛନ୍ତି ଯେ ପାଶ୍ଚାତ୍ୟ ଦେଶମାନେ ରୁଷିଆଠାରୁ କେହି ତୈଳ କ୍ରୟ ନକରିବାକୁ ଚାପ ପ୍ରୟୋଗ କରିଛନ୍ତି। ଏହା ଯୋଗୁ ତୈଳ ଦାମ ସାରା ବିଶ୍ୱରେ ବୃଦ୍ଧି ପାଇଛି।

 

ୟୁରୋପୀୟ ୟୁନିଅନର ଦେଶମାନେ ରୁଷିଆଠାରୁ ତେଲ ନ କିଣିବା ବିଷୟରେ କହି ସାରିଛନ୍ତି। ପୁଟିନ କହିଛନ୍ତି, ’ଯେଉଁ ଦେଶ ରୁଷିଆ ଉପରେ ଲାଗିଥିବା କଟକଣାକୁ ସମର୍ଥନ କରିବେ ସେମାନେ ଅଧିକ କ୍ଷତି ସହିବେ। ପ୍ରତିବନ୍ଧକ ଜାରି ରହିଲେ ପରିସ୍ଥିତି ଆହୁରି ଖରାପ ହେବ, ଯାହାଦ୍ୱାରା ସମଗ୍ର ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ। ୟୁରୋପ ରୁଷିଆରୁ ଅଧିକାଂଶ ତେଲ ପାଇଥାଏ। ଜର୍ମାନୀ ସମେତ ଅନେକ ୟୁରୋପୀୟ ଦେଶ ଶକ୍ତି ଭୟ କରୁଛନ୍ତି ଯେ ରୁଷିଆ ସେମାନଙ୍କ ବିଦ୍ୟୁତ୍‌ ଯୋଗାଣକୁ ବନ୍ଦ କରିଦେବ।

ସାଉଦି ଆରବ ପରେ ରୁଷିଆ ବିଶ୍ୱର ଦ୍ୱିତୀୟ ବୃହତ୍ତମ ତୈଳ ରପ୍ତାନିକାରୀ। ଏହା ବ୍ୟତୀତ ଏହା ପ୍ରାକୃତିକ ଗ୍ୟାସ ଏବଂ ଗହମର ବୃହତ୍ତମ ରପ୍ତାନିକାରୀ ଭାବେ ଜଣାଶୁଣା। କେବଳ ୟୁରୋପକୁ ୪୦ ପ୍ରତିଶତ ଗ୍ୟାସ ଏବଂ ୩୦ ପ୍ରତିଶତ ତେଲ ରପ୍ତାନି ରୁଷଆ କରିଥାଏ। ରୁଷିଆ ଏବଂ ଜର୍ମାନୀ ମଧ୍ୟରେ ବାଲଟିକ ସାଗରରେ ଥିବା ନର୍ଡ ଷ୍ଟ୍ରିମ-୧ ପାଇପଲାଇନର ମରାମତି ଯୋଗୁ ଜୁଲାଇ ୧୧ ରୁ ଜୁଲାଇ ୨୧ ପର୍ଯ୍ୟନ୍ତ ଏହା ବନ୍ଦ ରହିବ। ଫଳରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଘଟିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ଜାନୁଆରୀରେ ବଢ଼ିଲା ହୋଲସେଲ୍ ଦରଦାମ୍: ୧୦ ମାସର ସର୍ବୋଚ୍ଚ ସ୍ତରରେ…

ନୂଆଦିଲ୍ଲୀ,୧୬।୨: ଦେଶରେ ପୁଣି ଥରେ ମହଙ୍ଗା ମାଡ଼ର ଆଭାସ ମିଳିଛି। ଜାନୁଆରୀ ମାସରେ ଭାରତର ହୋଲସେଲ୍ ଦରଦାମ୍ (WPI) ୧୦ ମାସର ସର୍ବୋଚ୍ଚ ସ୍ତର ୧.୮୧% କୁ…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri