ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି ପୁଟିନ: ଆମେରିକା ସମୀକ୍ଷକଙ୍କ ମତ…

ଓ୍ବାଶିଂଟନ,୧।୧୦ : ଆମେରିକାର ସମୀକ୍ଷକମାନଙ୍କ ମଧ୍ୟରେ ଏକ ସାଧାରଣ ମତ ପ୍ରକାଶ ପାଇଛି ଯେ ୟୁକ୍ରେନର ଚାରିଟି ଅଞ୍ଚଳକୁ ରୁଷିଆରେ ଯୋଡିବା ପାଇଁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିଷ୍ପତ୍ତି ପରେ ଚାଲିଥିବା ଯୁଦ୍ଧରେ ଶାନ୍ତିପୂର୍ଣ୍ଣ ସମାଧାନ ହେବାର ସମ୍ଭାବନା ସମାପ୍ତ ହୋଇଛି। ପୁଟିନ ଶାନ୍ତିର କୌଣସି ବାଟ ଛାଡି ନାହାନ୍ତି।

ଆମେରିକାର ଗଣମାଧ୍ୟମ ଏହାକୁ ରୁଷିଆର ରାଷ୍ଟ୍ରପତିଙ୍କ ଦ୍ୱାରା ଏକ ଉତ୍ତେଜନା ସୃଷ୍ଟିକାରୀପଦକ୍ଷେପ ବୋଲି କହିଛି। ପୁଟିନ ଶୁକ୍ରବାର ରୁଷିଆରେ ୟୁକ୍ରେନର ଡୋନେଟସ୍କ, ଲୁହାନସ୍କ, ଖେରସନ ଏବଂ ଜାପୋରିଜିୟା ଅଞ୍ଚଳକୁ ମିଶ୍ରଣ କରିବାକୁ ଏକ ନିର୍ଦ୍ଦେଶରେ ସ୍ବାକ୍ଷର କରିଛନ୍ତି। ଏହାପୂର୍ବରୁ,ରୁଷିଆର ପ୍ରାଧାନ୍ୟ ଥିବା ଅଞ୍ଚଳରେ ଅନୁଷ୍ଠିତ ହୋଇଥିବା ଜନମତ ସଂଗ୍ରହରେ ୯୯ ପ୍ରତିଶତରୁ ଅଧିକ ଲୋକ ରୁଷିଆ ସପକ୍ଷରେ ନିଜର ମତ ରଖିଥିଲେ। ପାଶ୍ଚାତ୍ୟ ଗଣମାଧ୍ୟମ ଏହି ଉପନିର୍ବାଚନକୁ ନକଲି’ବୋଲି କହିଛି। ବନ୍ଧୁକ ମୂନରେ ଏହା କରାଯାଇଥିବା ଗଣମାଧ୍ୟମ କହିଛନ୍ତି।

ଏହି ପଦକ୍ଷେପ ପରେ ପୁଟିନ ୟୁକ୍ରେନକୁ ଆଲୋଚନା ପାଇଁ ଆଗକୁ ଆସିବାକୁ କହିଥିଲେ। ସେ ସ୍ପଷ୍ଟ କରିଥିଲେ ଯେ ରୁଷିଆ ସହିତ ଏହି ଚାରୋଟି ଅଞ୍ଚଳର ମିଶ୍ରଣ ଚୂଡାନ୍ତ। ରୁଷିଆ ବର୍ତ୍ତମାନ ସେହି ଅଞ୍ଚଳଗୁଡିକର ସୁରକ୍ଷା ପାଇଁ ଯେକୌଣସି ଉପାୟ ଅବଲମ୍ବନ କରି ପାରିବ। ପୁଟିନ ଏହା ମଧ୍ୟ ଦାବି କରଥିଲେ ଯେ ଐତିହାସିକ ଭାବରେ ଏହି ଅଞ୍ଚଳ ରୁଷିଆର ଅଂଶ ଅଟେ।

ଆମେରିକାର ଥିଙ୍କ ଟ୍ୟାଙ୍କ କାର୍ନେଜି କେନ୍ଦ୍ର ସହ ଜଡିତ ଜଣେ ବିଶେଷଜ୍ଞ ଆଲେକ୍ସଜାଣ୍ଡାର୍‌ ଗାବୁଏଭ କହିଛନ୍ତି ଯେ ସେହି ଅଞ୍ଚଳଗୁଡିକୁ ମିଶ୍ରଣ କରିବାର ପଦକ୍ଷେପ ନେଇ ପୁଟିନ ଭିତ୍ତିହୀନ ଆଶା ଯୋଡିଛନ୍ତି ଯେ ଏହା ସେ ଆଣବିକ ଅସ୍ତ୍ରର ଧମକ ଦେଇ ଆମେରିକା ଉପରେ ଚାପ ପକାଇବାରେ ସଫଳ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ ମଧ୍ୟଭାଗରେ ଖୋଲିଲା ରିଙ୍କୁ ସିଂହ ଭାଗ୍ୟ, ପ୍ରଥମ IPL ମ୍ୟାଚରେ ଘଟିଲା…

ନୂଆଦିଲ୍ଲୀ,୩୦।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ ସିଜିନର ପ୍ରଥମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ପରାଜୟ ବରଣ କରିଥିଲା। ଅଧିନାୟକ ଅଜିଙ୍କ୍ୟ ରାହାଣେ – ଯିଏ ତାଙ୍କ…

କାରବାର ଆରମ୍ଭ ହେବା ମାତ୍ରେ ଖସିଲା ଶେୟାର ମାର୍କେଟ୍‌, ସେନ୍‌ସେକ୍ସ ହ୍ରାସ ପାଇ…

ନୂଆଦିଲ୍ଲୀ,୩୦ା୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସୋମବାର ଭାରତୀୟ ଷ୍ଟକ୍‌ ବଜାର ହ୍ରାସ ପାଇଛି। ବିଏସ୍‌ଇର ୩୦-ଶେୟାର ସୂଚକାଙ୍କ, ସେନସେକ୍ସ ୧୦୧୮…

ବିଧାୟକ ପଦରୁ ଇସ୍ତଫା ଦେଲେ ନବୀନ, ଏବେ କିଏ ହେବେ ବାଙ୍କିପୁରରୁ ପ୍ରାର୍ଥୀ ଉଠିଲାଣି ପ୍ରଶ୍ନ

ପାଟନା,୩୦।୩: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ବିଧାନସଭା ସଦସ୍ୟ (ଏମଏଲଏ) ପଦରୁ ଇସ୍ତଫା ଦେଇଛନ୍ତି। ସେ ବିହାର ଭାଜପା ୟୁନିଟର ସଭାପତି ସଞ୍ଜୟ ସରାଓଗୀଙ୍କୁ ତାଙ୍କ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଗ୍ୟାସ୍‌ ପାଇଁ ପୁଣି ରାସ୍ତାକୁ ଓହ୍ଲାଇଲେ ଉପଭୋକ୍ତା, କଳାବଜାର ଆଶଙ୍କା କରି…

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ସୋମବାର ଗ୍ୟାସ୍‌ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା…

ବିବାହ ବିନା ହୋଇପାରିବେ ଦମ୍ପତି! ସମ୍ପର୍କ ସ୍ଥିର ଥିଲେ ଲିଭ-ଇନ ଦମ୍ପତିଙ୍କୁ ‘ବିବାହିତ’ ଭାବେ ଗ୍ରହଣ କରାଯିବ

ନୂଆଦିଲ୍ଲୀ,୩୦।୩: ଆଜିର ଦ୍ରୁତ ଗତିରେ ବିକଶିତ ହେଉଥିବା ସମାଜରେ, ସମ୍ପର୍କର ପରିଭାଷାରେ ଦ୍ରୁତ ପରିବର୍ତ୍ତନ ହେଉଛି। ଯେଉଁ ସମ୍ପର୍କଗୁଡ଼ିକ ପୂର୍ବରୁ ସାମାଜିକ ଗ୍ରହଣ ପାଇଁ ଚାହିଁ ରହୁଥିଲେ,…

ଉପଜିଲାପାଳଙ୍କ ଅଫିସ ନିକଟରେ ଅଗ୍ନିକାଣ୍ଡ, ୩ ଦୋକାନ ଛାରଖାର

ବଲାଙ୍ଗୀର,୩୦ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସାଗରପଡ଼ା ଉପଜିଲାପାଳଙ୍କ ଅଫିସ ନିକଟ ଛକରେ ସୋମବାର ଅଗ୍ନିକାଣ୍ଡ ଘଟି ତିନି ଦୋକାନ ଛାରଖାର ହୋଇଯାଇଛି। ଗୋଟିଏ ଟାୟାର ଦୋକାନ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri