କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା

ଜଗତ୍‌ସିଂହପୁର ଅଫିସ, ୯ା୧: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଗୋପାଳସାଗର ଓ କଲେଜ ଛକ ଅଞ୍ଚଳରେ ଏକ ବୁଲା କୁକୁର ଇତସ୍ତତ ଭାବେ ଧାଉଁଥିଲା। କେତେବେଳେ କାନ୍ଥରେ ତ କେତେବେଳେ ପାଚେରିରେ ପିଟି ହୋଇ ଯାଉଥିଲା। କେହି ତା’ପାଖକୁ ଗଲେ ସେ ବିଚଳିତ ହୋଇ ଯୁଆଡେ ପାରୁଥିଲା ଧାଉଁଥିଲା। ପାଖାପାଖି ୪ ଦିନ ପୂର୍ବରୁ କୁକୁରଟିର ମୁଣ୍ଡ କୌଣସିମତେ ଏକ ପ୍ଲାଷ୍ଟିକ ଡବା ଭିତରେ ପଶି ଯାଇଥିବାରୁ ସେ ଭୟଭୀତ ହୋଇ ଏଣେତେଣେ ଧାଉଁଥିଲା। ଲୋକେ ଏହା ଦେଖି ତାକୁ ବଞ୍ଚାଇବା ପାଇଁ ଧରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଧରିବା ସମ୍ଭବ ହେଉନି। ଏକପଟେ ଖାଦ୍ୟପେୟ ନ ଥିବାବେଳେ ଅନ୍ୟପଟେ ଜୀବନ ପ୍ରତି ଭୟ କୁକୁରଟିର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଉକ୍ତ କୁକୁରର ଏଭଳି ଅବସ୍ଥା କିଏ କଲେ କି ଆକସ୍ମିକ ଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ତାର ଗତିବିଧି ଅନୁଧ୍ୟାନ ପରେ ଲୋମ ଟାଙ୍କୁରୀ ଉଠିଥିଲା।
ରବିବାର କୁକୁରଟି ଗୋପାଳସାଗର କେନାଲ ରାସ୍ତାରେ କଲେଜ ଛକ ଆଡକୁ ଧାଉଁଥିବାବେଳେ ହଠାତ୍‌ ଗଣେଶ ମନ୍ଦିର ନିକଟରେ ଅଟକି ପୁଣି ପଛକୁ ମୁହଁ କରି ଚାଲିଯିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ଗୋପାଳସାଗର ପଟୁ ଏକ ଅଟୋ ଆସୁଥିବା ଦେଖି ହଠାତ୍‌ ବିଚଳିତ ହୋଇଯାଇଥିଲା। ଶେଷରେ ଚଳନ୍ତି ଅଟୋ ଚକା ତଳକୁ ଚାଲି ଯାଇଥିଲା। ଗାଡ଼ିର ଚକା ଚଢି ତା’ଉପରେ ଯାଇଥିଲେ ସୁଦ୍ଧା ସେ ସୋଭାଗ୍ୟବଶତଃ ବଞ୍ଚତ୍ ଯାଇଥିଲା। ସଙ୍ଗେ ସଙ୍ଗେ ବାହାରି ପୁଣି ଧାଇଁଥିଲା। ଏହି ସମୟରେ ଏକ ବିଦ୍ୟୁତ ଖୁଣ୍ଟରେ ମଧ୍ୟ ପିଟି ହୋଇ ଯାଇଥିଲା। ତା ପରେ ଚିତ୍କାର କରି ପାର୍ଶ୍ୱ ବଣୁଆ ସ୍ଥାନକୁ ଧାଇଁଥିଲା। ଏହି ସମୟରେ ଉପସ୍ଥିତ ଲୋକେ କୁକୁରଟିର କଣ ହେଲା ଜାଣିବା ପାଇଁ ପିଛା କରିଥିଲେ ସୁଦ୍ଧା ସନ୍ଧାନ ପାଇ ନ ଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି, କୁକୁରଟି କୌଣସି ସ୍ଥାନରେ ପଡିଥିବା ପ୍ଲାଷ୍ଟିକ ଡବାରେ ଖାଦ୍ୟ ଦେଖି ଖାଇବା ପାଇଁ ମୁହଁ ପୁରାଇ ଦେଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ହେଲେ ତା ପରେ ମୁଣ୍ଡ ନ ବାହାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ବୀର କିଶୋର ପରିଡ଼ା
କହିଛନ୍ତି, ସେ ଆନିମଲ ହେଲ୍ପଲାଇନ୍‌ ୧୯୬୨କୁ ଫୋନ କରିବାକୁ କହିଥିଲେ। ଏହାପରେ ୧୯୬୨କୁ ଫୋନ କରାଯିବାରୁ ଏହି ସେବା ସେମାନେ କରିପାରିବେ ନାହିଁ ବୋଲି ଉତ୍ତର ଆସିଥିଲା। କେବଳ ଲୋକେ କୁକୁରକୁ ଧରି ପ୍ରାଣୀ ଚିକିତ୍ସାଳୟ ନେଲେ ସେଠାରେ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହାଯାଇଥିଲା। ସୌଭାଗ୍ୟ ଜଗତ୍‌ସିଂହପୁରରେ ଥିବା ଆନିମଲ ହେଲ୍ପଲାଇନ୍‌ କର୍ମକର୍ତ୍ତାମାନେ ସହଯୋଗର ହାତ ବଢ଼ାଇଥିଲେ। ସେମାନେ ସନ୍ଧ୍ୟାରେ କୁକୁରଟିର ସନ୍ଧାନ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାର ପତ୍ତା ମିଳି ନ ଥିଲା। ସୋମବାର ପୁଣିଥରେ ଚେଷ୍ଟା କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri