କୁକୁର ମୁଣ୍ଡରେ ପ୍ଲାଷ୍ଟିକ ଡବା

ଜଗତ୍‌ସିଂହପୁର ଅଫିସ, ୯ା୧: ଜଗତ୍‌ସିଂହପୁର ଜିଲା ମୁଖ୍ୟାଳୟରେ ରବିବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ସହରର ଗୋପାଳସାଗର ଓ କଲେଜ ଛକ ଅଞ୍ଚଳରେ ଏକ ବୁଲା କୁକୁର ଇତସ୍ତତ ଭାବେ ଧାଉଁଥିଲା। କେତେବେଳେ କାନ୍ଥରେ ତ କେତେବେଳେ ପାଚେରିରେ ପିଟି ହୋଇ ଯାଉଥିଲା। କେହି ତା’ପାଖକୁ ଗଲେ ସେ ବିଚଳିତ ହୋଇ ଯୁଆଡେ ପାରୁଥିଲା ଧାଉଁଥିଲା। ପାଖାପାଖି ୪ ଦିନ ପୂର୍ବରୁ କୁକୁରଟିର ମୁଣ୍ଡ କୌଣସିମତେ ଏକ ପ୍ଲାଷ୍ଟିକ ଡବା ଭିତରେ ପଶି ଯାଇଥିବାରୁ ସେ ଭୟଭୀତ ହୋଇ ଏଣେତେଣେ ଧାଉଁଥିଲା। ଲୋକେ ଏହା ଦେଖି ତାକୁ ବଞ୍ଚାଇବା ପାଇଁ ଧରିବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଧରିବା ସମ୍ଭବ ହେଉନି। ଏକପଟେ ଖାଦ୍ୟପେୟ ନ ଥିବାବେଳେ ଅନ୍ୟପଟେ ଜୀବନ ପ୍ରତି ଭୟ କୁକୁରଟିର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି। ଉକ୍ତ କୁକୁରର ଏଭଳି ଅବସ୍ଥା କିଏ କଲେ କି ଆକସ୍ମିକ ଥିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ତାର ଗତିବିଧି ଅନୁଧ୍ୟାନ ପରେ ଲୋମ ଟାଙ୍କୁରୀ ଉଠିଥିଲା।
ରବିବାର କୁକୁରଟି ଗୋପାଳସାଗର କେନାଲ ରାସ୍ତାରେ କଲେଜ ଛକ ଆଡକୁ ଧାଉଁଥିବାବେଳେ ହଠାତ୍‌ ଗଣେଶ ମନ୍ଦିର ନିକଟରେ ଅଟକି ପୁଣି ପଛକୁ ମୁହଁ କରି ଚାଲିଯିବା ପାଇଁ ଚେଷ୍ଟା କରୁଥିଲା। ଏହି ସମୟରେ ଗୋପାଳସାଗର ପଟୁ ଏକ ଅଟୋ ଆସୁଥିବା ଦେଖି ହଠାତ୍‌ ବିଚଳିତ ହୋଇଯାଇଥିଲା। ଶେଷରେ ଚଳନ୍ତି ଅଟୋ ଚକା ତଳକୁ ଚାଲି ଯାଇଥିଲା। ଗାଡ଼ିର ଚକା ଚଢି ତା’ଉପରେ ଯାଇଥିଲେ ସୁଦ୍ଧା ସେ ସୋଭାଗ୍ୟବଶତଃ ବଞ୍ଚତ୍ ଯାଇଥିଲା। ସଙ୍ଗେ ସଙ୍ଗେ ବାହାରି ପୁଣି ଧାଇଁଥିଲା। ଏହି ସମୟରେ ଏକ ବିଦ୍ୟୁତ ଖୁଣ୍ଟରେ ମଧ୍ୟ ପିଟି ହୋଇ ଯାଇଥିଲା। ତା ପରେ ଚିତ୍କାର କରି ପାର୍ଶ୍ୱ ବଣୁଆ ସ୍ଥାନକୁ ଧାଇଁଥିଲା। ଏହି ସମୟରେ ଉପସ୍ଥିତ ଲୋକେ କୁକୁରଟିର କଣ ହେଲା ଜାଣିବା ପାଇଁ ପିଛା କରିଥିଲେ ସୁଦ୍ଧା ସନ୍ଧାନ ପାଇ ନ ଥିଲେ। ଏ ସମ୍ପର୍କରେ କେତେଜଣ ବ୍ୟକ୍ତି କହିଛନ୍ତି, କୁକୁରଟି କୌଣସି ସ୍ଥାନରେ ପଡିଥିବା ପ୍ଲାଷ୍ଟିକ ଡବାରେ ଖାଦ୍ୟ ଦେଖି ଖାଇବା ପାଇଁ ମୁହଁ ପୁରାଇ ଦେଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ହେଲେ ତା ପରେ ମୁଣ୍ଡ ନ ବାହାରିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏ ସମ୍ପର୍କରେ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ (ସିଡିଭିଓ) ବୀର କିଶୋର ପରିଡ଼ା
କହିଛନ୍ତି, ସେ ଆନିମଲ ହେଲ୍ପଲାଇନ୍‌ ୧୯୬୨କୁ ଫୋନ କରିବାକୁ କହିଥିଲେ। ଏହାପରେ ୧୯୬୨କୁ ଫୋନ କରାଯିବାରୁ ଏହି ସେବା ସେମାନେ କରିପାରିବେ ନାହିଁ ବୋଲି ଉତ୍ତର ଆସିଥିଲା। କେବଳ ଲୋକେ କୁକୁରକୁ ଧରି ପ୍ରାଣୀ ଚିକିତ୍ସାଳୟ ନେଲେ ସେଠାରେ ପ୍ରତିକାର ବ୍ୟବସ୍ଥା କରାଯାଇ ପାରିବ ବୋଲି କୁହାଯାଇଥିଲା। ସୌଭାଗ୍ୟ ଜଗତ୍‌ସିଂହପୁରରେ ଥିବା ଆନିମଲ ହେଲ୍ପଲାଇନ୍‌ କର୍ମକର୍ତ୍ତାମାନେ ସହଯୋଗର ହାତ ବଢ଼ାଇଥିଲେ। ସେମାନେ ସନ୍ଧ୍ୟାରେ କୁକୁରଟିର ସନ୍ଧାନ ପାଇଁ ଚେଷ୍ଟା କରିଥିଲେ ସୁଦ୍ଧା ତାର ପତ୍ତା ମିଳି ନ ଥିଲା। ସୋମବାର ପୁଣିଥରେ ଚେଷ୍ଟା କରାଯିବ ବୋଲି ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri