ଚନ୍ଦଲୀଶକ୍ତିପୀଠରେ ପୁଷ୍‌ପୁନି ଯାତ୍ରା

ଲେଫ୍ରିପଡ଼ା,୭।୧(ଡ଼ି.ଏନ.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ବ୍ଲକ ଅନ୍ତର୍ଗତ ରାଏଡିହି ପଞ୍ଚାୟତର ଚନ୍ଦଲୀପାହାଡ଼ରେ ଥିବା ଶକ୍ତିପୀଠରେ ଶୁକ୍ରବାର ପୁଷପୁନି ଯାତ୍ରା ଅନୁଷ୍ଠିତ ହୋଇଛି। ଆୟୋଜିତ ଯାତ୍ରାରେ ପଡ଼ୋଶୀ ଝାରସୁଗୁଡ଼ା ଜିଲା ସହ ଛତିଶଗଡ଼ ରାଜ୍ୟର ବିଭିନ୍ନ ଗ୍ରାମ ସମେତ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମାନସିକ ପୂରଣ ସକାଶେ ଶକ୍ତିପୀଠରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବୋଦା, କୁକୁଡ଼ା ବଳି ପ୍ରଦାନ କରିଥିଲେ। ଭିଡ଼କୁ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ପାହାଡ଼ ଉପରେ ଥିବା ମନ୍ଦିରକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ସାହାଯ୍ୟ ସକାଶେ ସର୍ଗିପାଲି, ଦର୍ଲିପାଲି ମହାବିଦ୍ୟାଳୟର ଛାତ୍ରୀଛାତ୍ର ସହଯୋଗ କରିଥିଲେ। ମା’ ଚନ୍ଦଲୀପାଟ କ୍ଲବ ଚନ୍ଦଲୀ, ରାଏବଗା ପୂଜା କମିଟି ପକ୍ଷରୁ ଭିନ୍ନ ଭିନ୍ନ ଭାବେ ଜନସାଧାରଣଙ୍କୁ ସେବା ପ୍ରଦାନ କରାଯାଇଥିଲା। ଚନ୍ଦଲୀ ଶକ୍ତିପୀଠର କିମ୍ବଦନ୍ତୀ ଅନୁଯାୟୀ ଆବାହମାନ କାଳରେ ସେହି ପାହାଡ଼ର ତଳେ ଏକ ସ୍ଥାନରେ ପୂଜକ ପୂଜା କରୁଥିଲେ। ପୂଜକ ଜଣକ ପୂଜା କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ପୂଜା ଗଡୁଟିକୁ ଭୂଲି ଯିବାରୁ ପୁଣି ପୂଜା ସ୍ଥଳକୁ ଫେରିଥିଲେ। ପୂଜାସ୍ଥଳରେ ଦେବତାଙ୍କ ସମାବେଶ ହୋଇଥିବାବେଳେ ପୂଜାରୀ ଜଣକ ପୂଜାଗଡୁଟି ନେବା ପାଇଁ ଅନୁରୋଧ କରିଥିଲେ। ସେତେବେଳେ ଦେବତାମାନେ ପୂଜାରୀ ଉପରେ ରାଗିଯାଇ ପୂଜାଗଡୁଟି ଫିଙ୍ଗିଦେଇଥିଲେ। ଗଡୁଟି ଯାଇ ଚନ୍ଦଲୀପାହାଡ଼ ଉପରେ ପଡିଥିଲା। ସେହି ଜାଗାରେ ପଥରରେ ଏକ ଗର୍ତ୍ତ ସୃଷ୍ଟି ହୋଇଗଲା। ଗଡୁଟିକୁ ନେଇ ପୂଜାରୀ ଜଣକ ଘରକୁ ଫେରିଥିଲେ। ପାହାଡ଼ ଉପରେ ଗଡୁଟି ପଡ଼ିଥିବା ସ୍ଥାନରେ ପୂଜା କରିବା ପାଇଁ ପୂଜାରୀଙ୍କୁ ରାତ୍ରିରେ ସ୍ବପ୍ନାଦେଶ ହୋଇଥିଲା। ପରବର୍ତ୍ତୀ ସମୟରୁ ସେହି ସ୍ଥାନରେ ପୂଜାପାଠ ହେଉଥିବା ଜଣାପଡିଛି। ପାହାଡ଼ ଉପରେ ଚନ୍ଦଲୀଶକ୍ତି ପୀଠ ଅବହେଳିତ ଭାବେ ରହିଥିବାରୁ ଗତ ୨୦୧୭ରେ ନୂଆଡ଼ିହି ଗ୍ରାମର ଅଶୋକ କୁମାର ପଟେଲ ଏକ ମନ୍ଦିର ନିର୍ମାଣ କରିଛନ୍ତି। ଏହି ଶକ୍ତିପୀଠ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ବିଶ୍ୱାସ ଭାଜନ ହେଉଥିବାରୁ ବର୍ତ୍ତମାନ ପ୍ରାୟତଃ ସବୁ ସମୟରେ ଭିଡ଼ ରହୁଛି। ଅନ୍ୟପକ୍ଷରେ ଶକ୍ତିପୀଠଟି ଅବହେଳିତ ଭାବେ ରହିଥିବାରୁ ସ୍ଥାନୀୟ ଜିଲା ପ୍ରଶାସନ ଏହାର ଉନ୍ନତିକରଣ କରିବା ସକାଶେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri