ପୁଷ୍ପେନ୍ଦ୍ରଙ୍କ ବିଶ୍ୱସ୍ତ ଏବେ ଆଶାୟୀ

ବେହେରା,୯।୨(ଭୂପେଶ ତିୱାରୀ):କଳାହାଣ୍ଡି ଜିଲାର କୋକସରା, ଧର୍ମଗଡ଼ ଓ କଲମପୁର ବ୍ଲକ ଏବଂ ଜୟପାଟଣା ବ୍ଲକର ୨ଟି ଗ୍ରାମପଞ୍ଚାୟତକୁ ନେଇ ଧର୍ମଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ। ଗତ ୫ଟି ନିର୍ବାଚନକୁ ଦେଖିଲେ ବିଜେଡି ପ୍ରାର୍ଥୀ ବିଜୟ ଲାଭ କରିଆସୁଛନ୍ତି। ୨୦୧୯ରେ ମୌଷଧି ବାଗ୍‌ ବିଜୟୀ ହୋଇଥିଲେ। ତା’ ପୂର୍ବରୁ ୨୦୧୪ ଓ ୨୦୦୯ରେ ପୁଷ୍ପେନ୍ଦ୍ର ସିଂଦେଓ ଧର୍ମଗଡ଼ରୁ ବିଧାୟକ ହୋଇଥିଲେ। ୨୦୦୪ ଓ ୨୦୦୦ ମସିହାରେ ବୀର ସିପ୍‌କା ବିଜେଡି ପ୍ରାର୍ଥୀ ହୋଇ ଏହି ଆସନ ଦଖଲ କରିଥିଲେ। ତେବେ ପୁଷ୍ପେନ୍ଦ୍ର ଏଠାରୁ ବିଧାୟକ ଥିବା ବେଳେ ମନ୍ତ୍ରୀ ହୋଇଥିବାରୁ ସମ୍ପୃକ୍ତ ଅଞ୍ଚଳରେ ତାଙ୍କର ପ୍ରଭାବ ରହିଥିବା କୁହାଯାଉଛି। ୨୦୧୯ରେ ବିଜେଡି ତାଙ୍କୁ ଲୋକ ସଭା ନିର୍ବାଚନରେ ଲଢ଼ିବା ଲାଗି ସୁଯୋଗ ଦେଇଥିଲେ ମଧ୍ୟ ସେ ଭାଜପାର ବସନ୍ତ ପଣ୍ଡାଙ୍କଠାରୁ ହାରିଯାଇଥିଲେ। ତେଣୁ ଆଗାମୀ ନିର୍ବାଚନରେ ପୁଷ୍ପେନ୍ଦ୍ର ଲୋକ ସଭା ପାଇଁ ନ ଲଢ଼ି ଧର୍ମଗଡ଼ ବିଧାନସଭାରୁ ଦଳୀୟ ପ୍ରାର୍ଥୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବର୍ତ୍ତମାନ ମୌଷଧି ବାଗ୍‌ ବିଧାୟକ ଥିବାରୁ ଏହି ଆସନରୁ ଦଳୀୟ ଟିକେଟ ପାଇବା ଲାଗି ଲବି କରୁଛନ୍ତି। ବିରୋଧୀ ଭାଜପା ଓ କଂଗ୍ରେସରେ ଏକାଧିକ ଆଶାୟୀ ଥିଲେ ମଧ୍ୟ ବିଜେଡିର ଗଡ଼ ପାଲଟିଯାଇଥିବା ଧର୍ମଗଡ଼ରେ ଶାସକ ଦଳରୁ କିଏ ପ୍ରାର୍ଥୀ ହେବେ, ତାହା ଉପରେ ସମସ୍ତଙ୍କ ନଜର କେନ୍ଦ୍ରିଭୂତ।
୨୦୧୯ରେ ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଏମ୍‌ପି ଟିକେଟ ମିଳିବା ପରେ ତାଙ୍କ ସମର୍ଥିତ ପ୍ରାର୍ଥୀ ହିସାବରେ ମୌଷଧିଙ୍କୁ ଦଳ ଟିକେଟ ଦେଇଥିଲା। ରାଜନୈତିକ ସମୀକ୍ଷକଙ୍କ ମତରେ ଯେହେତୁ ପୁଷ୍ପେନ୍ଦ୍ର ଗତ ଲୋକ ସଭା ନିର୍ବାଚନ ହାରିଯାଇଥିଲେ, ସେହେତୁ ଧର୍ମଗଡ଼ ବିଧାନସଭା କ୍ଷେତ୍ରକୁୁ ସୁରକ୍ଷିତ ମନେ କରୁଛନ୍ତି। ସେଥିପାଇଁ ସେ ବର୍ତ୍ତମାନ ନିର୍ବାଚନମଣ୍ଡଳୀରେ ପ୍ରଚାର ପ୍ରସାର କରିବା ସହ ନିଜ ସଙ୍ଗଠନ ସଜାଡୁ ଥିବା ଦେଖିବାକୁ ମିଳୁଛି। ପୁଷ୍ପେନ୍ଦ୍ର ଲୋକସମ୍ପର୍କ ବଢ଼ାଉଥିବାରୁ ମୌଷଧି ଅଡ଼ୁଆରେ ପଡ଼ି ଯାଇଛନ୍ତି। ତାଙ୍କ କ୍ୟାରିୟର ସନ୍ଦିହାନ ହେବା ଆଶଙ୍କା କରାଗଲାଣି। କିନ୍ତୁ ସେ ଓବିସି ବର୍ଗ ମଧ୍ୟରେ ପ୍ରମୁଖ ଚେହେରା ହୋଇଥିବାରୁ ବିଧାୟକ ଭାବେ ନିଜର ବଡ଼ ସମର୍ଥକ ଗୋଷ୍ଠୀ ସୃଷ୍ଟି କରିପାରିଛନ୍ତି। ସେହିମାନଙ୍କୁ ଆଧାର କରି ସେ ଆଗାମୀ ନିର୍ବାଚନ ଲଢ଼ିବାକୁ କସରତ କରୁଥିବା ଦେଖାଯାଉଛି। ସେହିପରି ଧର୍ମଗଡ଼ ଏନ୍‌ଏସି ଉପାଧ୍ୟକ୍ଷା ମନିଶା ମିଶ୍ର ସମ୍ପୃକ୍ତ ଅଞ୍ଚଳରେ ବିଜେଡିର ନେତ୍ରୀ ଭାବେ ବେଶ୍‌ ଜଣାଶୁଣା। ସେ ଲୋକଙ୍କ ସମର୍ଥନ ପାଇବା ଲାଗି ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ବିଭିନ୍ନ ସଭାସମିତି, ସାଂସ୍କୃତିକ ଓ କ୍ରୀଡ଼ା ଅନୁଷ୍ଠାନରେ ତାଙ୍କୁ ଲୋକେ ଅତିଥି ଭାବେ ନିମନ୍ତ୍ରଣ କରୁଥିବା ଦେଖାଯାଉଛି। ଆସନ୍ତା ନିର୍ବାଚନରେ ଜଣେ ନେତ୍ରୀଙ୍କୁ ଦଳୀୟ ଟିକେଟ ମିଳିପାରେ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତାଙ୍କ ସ୍ବାମୀ ବିବେକ ରଞ୍ଜନ ମିଶ୍ର ଦୀର୍ଘବର୍ଷରୁ ବିଜେଡିର ଦୃଢ଼ ସଙ୍ଗଠକ ହିସାବରେ କାମ କରି ଆସୁଥିବା ବେଳେ ଧର୍ମଗଡ଼ ସମେତ ଦଣ୍ଡପାଟ ଅଞ୍ଚଳରେ ତାଙ୍କର ପତିଆରା ରହିଥିବା କୁହାଯାଉଛି।
ଅନ୍ୟପକ୍ଷରେ ଧର୍ମଗଡ଼ ଭାଜପାରେ ମଧ୍ୟ ଏକାଧିକ ଆଶାୟୀ। ସୁଧୀର ପଟଯୋଶୀ, ଲକ୍ଷ୍ମୀକାନ୍ତ ବାଗ୍‌, ବିଜୟ ଦେବ ସାହୁ ତୃଣମୂଳସ୍ତରରେ ଅନେକ ବର୍ଷରୁ କାମ କରୁଥିବା ବେଳେ ବର୍ତ୍ତମାନ ରବୀନ୍ଦ୍ର ପଟଯୋଶୀ ଭାଜପାକୁ ଘରବାହୁଡ଼ା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । ୨୦୧୯ରେ ଭାଜପାରୁ ପ୍ରାର୍ଥୀ ହୋଇଥିବା ଅନନ୍ତ ପ୍ରସାଦ ଦେଓ ବର୍ତ୍ତମାନ ନୀରବ ହୋଇଯାଇଥିବା ଦେଖାଯାଉଛି।
ସେପଟେ ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା କଂଗ୍ରେସର ଟାଣୁଆ ନେତା ଦିଗାମ୍ବର ଦୁରିଆ ସେହି ଅଞ୍ଚଳର ବହୁ ସଙ୍ଗଠନ ସହ ସୁସମ୍ପର୍କ ରଖିଥିବା ଜଣାଯାଏ। ସମୃଦ୍ଧ ଓଡ଼ିଶାରୁ ଆସି ସେ କଂଗ୍ରେସରେ ଯୋଗଦାନ କରିବା ଦିନରୁ ଧର୍ମଗଡ଼ ସଙ୍ଗଠନ ମଜଭୁତ ହୋଇଥିବା ଦଳୀୟ କର୍ମୀ କହୁଛନ୍ତି। କଂଗ୍ରେସର ବରିଷ୍ଠ ନେତା ଭକ୍ତ ଦାସଙ୍କ ସେ ଅତି ନିକଟତମ ବ୍ୟକ୍ତି ବୋଲି କୁହାଯାଉଛି। ଏଥିସହିତ ସେ ଏସ୍‌ଟି, ଏସ୍‌ସି, ଓବିସି ମିଳିତ ମଞ୍ଚର ଆବାହକ ହୋଇଥିବାରୁ ଦଳ ତାଙ୍କୁ ପ୍ରାଥମିକତା ଦେବ ବୋଲି ଚର୍ଚ୍ଚା ଜୋର ଧରିଛି। ତାଙ୍କ ବ୍ୟତୀତ ଡାକେଶ୍ବର ଲହଜଳ, ତୁଷାର ପଟଯୋଶୀଙ୍କ ଭଳି ନେତାମାନେ ମଧ୍ୟ ଆଶାୟୀ ଅଛନ୍ତି। ଶୁଣିବାକୁ ମିଳୁଛି ଜିଲା ଯାଦବ ମହିଳା ନେତ୍ରୀ ରଶ୍ମିରେଖା ରାଉତଙ୍କର କଂଗ୍ରେସରେ ପ୍ରଭାବ ଥିବାରୁ ସେ ଦଳୀୟ ଟିକେଟ ପାଇବା ପାଇଁ ଜୋରଦାର କସରତ କରୁଛନ୍ତି। ଓବିସି ବର୍ଗ ସମେତ ଅନେକ ସଙ୍ଗଠନ, ସାମାଜିକ ବର୍ଗ ତାଙ୍କ ସମର୍ଥନରେ ରହିଥିବା କୁହାଯାଉଛି।
ଦେଖିବାକୁ ଗଲେ ସବୁ ଦଳ ମଧ୍ୟରେ ଏକାଧିକ ଆଶାୟୀ ରହି ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ହେଲେ କେଉଁ ଦଳରୁ କେଉଁମାନେ ପ୍ରାର୍ଥୀ ହେଉଛନ୍ତି, ସେମାନଙ୍କ ବିଜୟ ସେମାନଙ୍କ ବ୍ୟକ୍ତିତ୍ୱ ଓ ଲୋକପ୍ରିୟତା ଉପରେ ନିର୍ଭର କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

IPLରୁ ବାଦ୍‌ ପଡ଼ିବା ପରେ ଚମକିଲା ମୁସ୍ତାଫିଜୁର ରହମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ, ୫।୨: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶରେ ବାଂଲାଦେଶର ଷ୍ଟାର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ ରାଇଡର୍ସ ଦଳରୁ ମୁକ୍ତ କରାଯାଇଥିଲା। IPL…

Baba Venga: ଡରାଉଛି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ; ୨୦୨୬ରେ ବଢିବ ନା ଶସ୍ତା ହେବ ସୁନା?

ପ୍ରସିଦ୍ଧ ବୁଲଗେରିଆନ୍ ଭବିଷ୍ୟବ୍ୟକ୍ତା ବାବା ଭେଙ୍ଗା, ଚଳିତ ବର୍ଷ ପାଇଁ ଅନେକ ଭୟଙ୍କର ଚେତାବନୀ ଦେଇଥିଲେ। ସେ ଭବିଷ୍ୟବାଣୀ କରିଥିଲେ ଯେ ବିଶ୍ୱ ଏକ ଗମ୍ଭୀର ଆର୍ଥିକ…

ସଂସଦରେ ଅଦ୍ଭୁତ ଦୃଶ୍ୟ, ମୋଦିଙ୍କ ଭାଷଣ ବିନା…

ନୂଆଦିଲ୍ଲୀ,୫।୨: ରାଷ୍ଟ୍ରପତି ସଂସଦର ମିଳିତ ଅଧିବେଶନକୁ ସମ୍ୱୋଧିତ କରିବା ପରେ, ଆଲୋଚନା ହୁଏ ଏବଂ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଅଭିଭାଷଣ ରଖାଯାଏ। କିନ୍ତୁ, ଲୋକ ସଭାରେ ହଟ୍ଟଗୋଳ ଯୋଗୁଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri