ବଲିଉଡ ଷ୍ଟାରଙ୍କ ପରି ଭୁଲ କରିବେନି ଆଲ୍ଲୁ ଅର୍ଜୁନ!

ମୁମ୍ବାଇ: ସାଉଥ୍ ଷ୍ଟାର ଆଲ୍ଲୁ ଅର୍ଜୁନ ତାଙ୍କ ଅଭିନୟ ପାଇଁ ବେଶ ଜଣାଶୁଣା । ହେଲେ କିଛିଦିନ ତଳେ ରିଲିଜ୍ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ତାଙ୍କୁ ଦେଶର ଘରେ ଘରେ କୋଣେ କୋଣେ ଦେଇଛି ଏକ ସ୍ୱତନ୍ତ୍ର ପରିଚୟ । ଏହାସହ ଆଲ୍ଲୁ ଅର୍ଜୁନ ଏବେ ଏମିତି କିଛି କାମ କରିଛନ୍ତି ଯାହାକୁ ନେଇ ଲୋକେ ତାଙ୍କର ଖୁବ୍ ପ୍ରଶଂସା କରୁଛନ୍ତି । ଏହାସହ ଦର୍ଶକେ ତାଙ୍କୁ ଏବେ ବଲିଉଡ ଷ୍ଟାରଙ୍କ ସହ କମ୍ପେୟାର କରୁଛନ୍ତି ।
ମିଳିଥିବା ସୂଚନା ଅନୁସାରେ ଅଭିନେତା ଆଲ୍ଲୁ ଅର୍ଜୁନ ମଦ, ପାନ ମସଲା, ଅନ ଲାଇନ ଜୁଆ/ରମ୍ମି ଗେମ ଭଳି କୌଣସି ସରୋଗେଟ ବ୍ରାଣ୍ଡର ପ୍ରଚାର କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଏହାପରେ ଜନତା ତାଙ୍କୁ ସିଦ୍ଧାନ୍ତରେ ଚାଲୁଥିବା ମଣିଷର ଉପମା ଦେଇଛନ୍ତି । ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ବଲିଉଡର କେତେଜଣ ଷ୍ଟାର ଏଭଳି ବ୍ରାଣ୍ଡର ପ୍ରମୋଟ କରି ଟ୍ରୋଲର ଶିକାର ହୋଇଥିଲେ । ଆଉ ଏବେ ଆଲ୍ଲୁ ଅର୍ଜୁନଙ୍କ ଏଭଳି ନିଷ୍ପତ୍ତିକୁ ପ୍ରାୟ ସମସ୍ତେ ପ୍ରଶଂସା କରୁଛନ୍ତି । କେତେଜଣ କହିଛନ୍ତି ଆଲ୍ଲୁ ଅର୍ଜୁନ ସେହି ଭୁଲ କରିବେ ନାହିଁ ଯାହା ବଲିଉଡ ଷ୍ଟାରମାନେ କରୁଛନ୍ତି । ଯଦି ଏହା ହେଉଛି ତେବେ ଆଲ୍ଲୁ ଅର୍ଜୁନ ପ୍ରଶଂସା ପାଇବାକୁ ଯୋଗ୍ୟ ବୋଲି କୁହାଯାଉଛି । ତେବେ ଏହାକୁ ନେଇ ଅଭିନେତାଙ୍କ ପକ୍ଷରୁ କୌଣସି ଅଫିସିଆଲ ଷ୍ଟେଟମେଣ୍ଟ ଆସି ନ ଥିବା ଜଣାପଡିଛି ।

Share