ପାଟନାରେ ହେବ ପୁଷ୍ପା-୨ର ଗ୍ରାଣ୍ଡ ଟ୍ରେଲର ଲଞ୍ଚ, ବିହାରକୁ କାହିଁକି ବାଛିଲେ ଅଲ୍ଲୁ ଅର୍ଜୁନ

ପାଟନା,୧୭।୧୧: ଦକ୍ଷିଣର ଲୋକପ୍ରିୟ ତାରକା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ୨: ଦି ରୁଲ୍‌’ର ଟ୍ରେଲର ରବିବାର ବିହାରର ରାଜଧାନୀ ପାଟନାରେ ଲଞ୍ଚ ହୋଇଛିି। ଏଥିପାଇଁ ପାଟନାର ଗାନ୍ଧୀ ମଇଦାନରେ ପ୍ରସ୍ତୁତି ଚାଲିଛି। ଅଲ୍ଲୁ ନିଜେ X ରେ ଏକ ପୋଷ୍ଟ ମାଧ୍ୟମରେ ଏନେଇ ସୂଚନା ଦେଇଛନ୍ତି। ଏହି ଟ୍ରେଲର ଲଞ୍ଚ ପାଇଁ ଅଲ୍ଲୁ, ରଶ୍ମିକା ମନ୍ଦନା ଓ ଫିଲ୍ମର ପୁରା ଟିମ୍‌ ସହ ପାଟନାରେ ପହଞ୍ଚିବେ। ଏହି ଟ୍ରେଲରଟି ଗାନ୍ଧୀ ମଇଦାନରେ ରାତି ୬.୦୩ ରେ ଲଞ୍ଚ ହେବ।

 

View this post on Instagram

 

A post shared by Mythri Movie Makers (@mythriofficial)

ତେବେ ଏବେ ସବୁଠି ଚର୍ଚ୍ଚା ହେଉଛି କି ଦିଲ୍ଲୀ, ମୁମ୍ବାଇ ପରି ସ୍ଥାନ ନ ବାଛି ପୁଷ୍ଟା ଟିମ୍‌ ବିହାରକୁ କାହିଁକି ଟ୍ରେଲର ଲଞ୍ଚ ପାଇଁ ବାଛିଲେ। ମୁମ୍ବାଇ, ହାଇଦ୍ରାବାଦ, ଦିଲ୍ଲୀ ଏବଂ ଚେନ୍ନାଇ ଭଳି ବଡ ସହରରେ ବିଭିନ୍ନି ବଡ ଫିଲ୍ମର ଟ୍ରେଲର ଲଞ୍ଚ କରାଯାଉଛି। କିନ୍ତୁ ପୁଷ୍ପା ୨ ର ଟ୍ରେଲର ପାଟନାରେ ଲଞ୍ଚ କରାଯିବ। କୁହାଯାଉଛି, ଯେତେବେଳେ ପୁଷ୍ପା ପାର୍ଟ ୧ ରିଲିଜ ହୋଇଥିଲା, ଏହାର ହିନ୍ଦୀ ଡବ୍‌ ୧୦୦ କୋଟିରୁ ଅଧିକ ଆୟ କରିଥିଲା। ଏଥିରେ ବିହାର-ଝାଡଖଣ୍ଡର ଏକ ପ୍ରମୁଖ ଭୂମିକା ଥିଲା। ଏଭଳି ପରିସ୍ଥିତିରେ ଯେତେବେଳେ ଫିଲ୍ମର ଦ୍ୱିତୀୟ ଭାଗର ଟ୍ରେଲର ରିଲିଜ ହେଉଛି ସେତେବେଳେ ଫିଲ୍ମ ନିର୍ମାତାମାନେ ବିହାରକୁ ଅଣଦେଖା କରିବା ଠିକ ମନେ କଲେ ନାହିଁ।

ପାଟନାରେ ଏଭଳି ଏକ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରିବାର ନିଷ୍ପତ୍ତି ସ୍ବତଃ ପ୍ରବୃତ୍ତ ନୁହେଁ। ୨୦୨୧ରେ ପୁଷ୍ପାର ବିପୁଳ ସଫଳତା ପରେ ମୁଖ୍ୟ ଅଭିନେତା ଅଲ୍ଲୁ ଅର୍ଜୁନ ପାନ୍‌-ଇଣ୍ଡିଆ ନାମରେ ପରିଚିତ ହେଲେ। ଅର୍ଥାତ୍‌ ପ୍ରଥମ ଥର ପାଇଁ ଏକ ତେଲଗୁ ଫିଲ୍ମ ସାରା ଭାରତରେ ବହୁଭାଷୀ ଭାଷାରେ ରିଲିଜ୍‌ ହୋଇଥିଲା। ଆଉ ଦର୍ଶକଙ୍କ ପାଖରେ ଆଦୃତ ଲାଭ କରିଥିଲା। ଏଥିରେ ଅଲ୍ଲୁ ଏତେ ଲୋକପ୍ରିୟତା ହାସଲ କଲେ ଯେ ସେ ଶ୍ରେଠେ ଅଭିନେତା ଭାବେ ଜାତୀୟ ପୁରସ୍କାର ଲାଭ କଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ଚୁଲି ଜାଳି ନିଆଁ ପୁଇଁ ହେଉଥିଲେ ମହିଳା, ଶାଢ଼ିରେ ଲାଗିଗଲା ନିଆଁ, ଆଉ ତା’ ପରେ…

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): ଚୁଲିନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା କରଗୋଳା ଗାଁରେ ଘଟିଛି ଏଭଳି ଏକ...

ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…

ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...

ଘରଦ୍ୱାର ଭାଙ୍ଗିଲେ ହାତୀପଲ, ବାଡ଼ିରେ ପଶି ଖାଇଗଲେ…

ଗଜପତି,୬ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମାବ୍ଲକରେ ହାତୀଙ୍କ ଉପଦ୍ରବ ଲାଗି ରହିଛି। ଗତ ୪ ଦିନ ହେଲା ୪ ଟିକିଆ ହାତୀପଲ ଗୁମ୍ମା ବ୍ଲକର ଗାଁକୁ...

ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀଙ୍କ ସହ ଧାରଣାରେ ବସିଲେ ପୂର୍ବତନ ଏମ୍‌ପି, କହିଲେ ବିନା ପିସିରେ..

ବଲାଙ୍ଗୀର,୬ା୧୨(ସୁନିଲ କୁମାର ମହାନ୍ତି): ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପିପିଲି – ଜାମୁଟିଆ ରାସ୍ତାକାମ ନିମ୍ନମାନର ତିଆରି ହେଉଥିବା ଅଭିଯୋଗ ନେଇ ପିପିଲି ଗ୍ରାମବାସୀଙ୍କ ସହ...

୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍‌ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍‌ଭୋଗୀଙ୍କୁ ବଡ଼...

ପାର୍‌ ହେଉହେଉ ଭାଙ୍ଗିପଡ଼ିଲା ପୋଲ

ଆନନ୍ଦପୁର,୬ା୧୨(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ତରତରା କଣ୍ଟିପାଳ ମୁଖ୍ୟ ରାସ୍ତାର କୁକୁରିଆନାଳ ହୋଇଥିବା ପୋଲଟି ଭାଙ୍ଗିଯାଇଛି। ସୂଚନାରୁ ଜଣାପଡ଼ିଛି, ଏହି ପୋଲ...

ପୁଣି ଫସିଲେ କିଙ୍ଗ ଖାନଙ୍କ ପୁଅ ଆର୍ଯ୍ୟନ ଖାନ, ଭିଡିଓ ଭାଇରାଲ ପରେ ବଢିଲା ଅଡୁଆ

ମୁମ୍ବାଇ,୬।୧୨: ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ବିବାଦରେ ଗଭୀର ଭାବରେ ଜଡିତ। ପ୍ରଥମେ ଡ୍ରଗ୍ସ ମାମଲା, ତା’ପରେ ‘ବ୍ୟାଡ୍ସ ଅଫ ବଲିଉଡ’ରେ ତାଙ୍କ ଭୂମିକାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri