ପୁରୁଷୋତ୍ତମପୁର ସହର ଜନଶୂନ୍ୟ

ପୁରୁଷୋତ୍ତମପୁର,୨୪।୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ସପ୍ତାହାନ୍ତ ଶଟ୍‌ଡାଉନ୍‌ ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଏହା କଡ଼ାକଡ଼ି ଭାବରେ ପାଳନ କରାଯାଇଛି। ପ୍ରଶାସନ ଓ ପୋଲିସ ପକ୍ଷରୁ ସହରରେ ପଇଁତରା ମରାଯାଉଛି। ଜନସାଧାରଣ ସରକାରଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ସ୍ବତଃପ୍ରବୃତ ଭାବେ ଘରେ ରହିଛନ୍ତି। ଫଳରେ ସହରର ରାସ୍ତାଘାଟ ଜନଶୂନ୍ୟ ହୋଇପଡ଼ିଛି।