ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ 

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ ଲିଜାରାଣି ପଣ୍ଡା ପୁରୁଷୋତ୍ତମ ପୁର ପୋଲିସରେ ଅଭିଯୋଗ ଜଣାଇଥିବା ନେଇ ବିଡିଓ ବିଜୟ କୁମାର ବେହେରା ସୂଚନା ଦେଇଛନ୍ତି।
ବିଡିଓ କହିଛନ୍ତି ଯେ ରାତ୍ର ପ୍ରାୟ ୯.୩୦ ସମୟରେ ହଠାତ୍  ସେ ଫୋନ କରି ଘଟଣା କିଛି ବିଶେଷ ନକହି ଅଳ୍ପ  କହି ଫୋନ କାଟିଦେଲେ।ଏହା ପରେ ତାଙ୍କ ପତ୍ନୀଙ୍କସହ ଯୋଗାଯୋଗ କରି ସେ ଘରୁ ଚାଲିଥିବା ଶୁଣି କିଛି କର୍ମଚାରୀଙ୍କୁ ନେଇ ରାତ୍ରରେ  ଖୋଜା ଖୋଜି କରିବା ବେଳେ ପୁରୁଷୋତ୍ତମପୁର ସହର ଗଡସାହି ନିକଟରୁ ତାଙ୍କ ବାଇକଟି ମିଳିଥିଲା।ଓ ସକାଳୁ ହାଡିସାହି ଛକଠାରେ  ମୋବାଇଲଟି ପଡିଥିବା ବେଳେ ଜଣେ ବ୍ୟକ୍ତି ପାଇଥିଲେ। ମାତ୍ର ତାଙ୍କର କୌଣସି ଖୋଜ ଖବର ମିଳିନାହିଁ ବୋଲି କହିଛନ୍ତି।
ଏହାକୁ ନେଇ ପତ୍ନୀ ଲିଜାରାଣି ଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି ତାଙ୍କ ନିଜଘର ଛତ୍ରପୁର ଜେନା ପଲ୍ଲୀରେ। ସେଏଠାରେ ଚାକିରି କରୁଥିବା ହେତୁଏକ ବର୍ଷହେଲା ପୁରୁଷୋତ୍ତମପୁର  କଂସାରୀସାହିରେ ଭଡାରେ ରହୁଛୁ। ଘରେ କେବେ ମଧ୍ୟ କୌଣସି ପ୍ରକାର ପାଟିତୁଣ୍ଡ କି ଝଗଡ଼ା ନାହିଁ। କି କୌଣସି ଦିନ କାର୍ଯ୍ୟକୁ ନେଇ ମାନସିକ ଚାପରେଥିବା କଥାବି କହିନାହାନ୍ତି। ସେ ଅତିଭଲ। ରାତ୍ର ପ୍ରାୟ ୯.୨୦ ସମୟରେ ବ୍ଲକକୁ ଯାଉଛି କହିବାରୁ ତଙ୍କୁ ବାରଣ କଲି। ମାତ୍ର ସେ ୫ ମିନିଟ୍ ମଧ୍ୟରେ ବିଡିଓ ଙ୍କ ପାଖକୁ ଯାଇ କଥାହୋଇ ଆସୁଛି କହି ଯାଇ ଆଉ ଘରକୁ ଫେରିଲେନି। ତାଙ୍କ ମୋବାଇଲକୁ ଫୋନ କରିବାରୁ ସୁଇଚଅପ କହିଲା ବୋଲି କହିଛନ୍ତି। ହେଲେ ଜିଆରଏସ ନିଜ ଇଛାରେ କେଉଁ ଆଡେ ଚାଲି ଯାଇଛନ୍ତିକି। ଜଦି ସେ ନିଜ ଇଛାରେ ଗଲେ ତେବେ ପତ୍ନୀଙ୍କୁ କିପରି ଜଣାଇଲେ ନାହିଁ ନା ତାଙ୍କୁ କେହି କୌଣସି କାରଣରୁ ଅପହରଣ କରିନେଇଛି। ନା ଅନ୍ୟକିଛି କାରଣ ରହିଛି  ତାହା ଏଠାରେ  ଏକପ୍ରକାର ସଂଦେହ ସୃଷ୍ଟି କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri