ପୁରୀରୁ ଦିଲ୍ଲୀ ପ୍ରି-ଆକ୍ଟିଭ ସିମ୍‌ କାର୍ଡ କାରବାର

ବେଆଇନ ପ୍ରିଆକ୍ଟିଭ ସିମ୍‌ କାର୍ଡ ଚାଲାଣ କରୁଥିବା ଏକ ଗ୍ୟାଙ୍ଗର ୮ଜଣଙ୍କୁ ଶନିବାର କମିଶନରେଟ ପୋଲିସ ଗିରଫ କରିଛି। ଏଥିସହ ସେମାନଙ୍କଠାରୁ ପ୍ରାୟ ୮୦୦ ସିମ୍‌ ଜବତ କରିଛି। ସମସ୍ତ ଅଭିଯୁକ୍ତ ପୁରୀର ହୋଇଥିବାବେଳେ ସେମାନେ ଦେଶର ବିଭିନ୍ନ ସ୍ଥାନକୁ ସିମ୍‌ ଚାଲାଣ କରୁଥିଲେ। ଏଥିସହ ସାଇବର ଅପରାଧରେ ମଧ୍ୟ ସାମିଲ ଥିବା ପୋଲିସ କହିଛି।
କଟକ ଅଫିସ,୧୧।୬: ବେଆଇନ୍‌ ଭାବେ ପ୍ରିଆକ୍ଟିଭ ସିମ୍‌ କାର୍ଡ କାରବାର କରୁଥିବା ଏକ ଗ୍ୟାଙ୍ଗ୍‌କୁ କମିଶନରେଟ ପୋଲିସ ଧରିବାରେ ସକ୍ଷମ ହୋଇଛି। ଉକ୍ତ ଗ୍ୟାଙ୍ଗର ୮ଜଣ ସଦସ୍ୟଙ୍କୁ ଶନିବାର ପୁରୀରୁ ଗିରଫ କରିଛି କଟକସ୍ଥିତ ସାଇବର ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ପୁରୀରୁ ଦେଶର ବିଭିନ୍ନ ରାଜ୍ୟକୁ ଏହି ମୋବାଇଲ ସିମ୍‌ କାର୍ଡଗୁଡ଼ିକ ଚାଲାଣ କରୁଥିଲେ। ସେମାନେ ହେଲେ ବାଶେଳିସାହି ଥାନା ଅନ୍ତର୍ଗତ ମଶାଣିଚଣ୍ଡୀ ଛକର ବାବୁନା ଦାସ(୨୩), ଟାଉନ୍‌ ଥାନା ଅନ୍ତର୍ଗତ କୁଣ୍ଢେଇବେଣ୍ଟସାହିର ରାକେଶ କୁମାର ନାୟକ(୩୨), ପେଣ୍ଠକଟା ଥାନା ଅନ୍ତର୍ଗତ ସର୍ବୋଦୟନଗରର ଜ୍ୟୋତିରଞ୍ଜନ ସାହୁ(୨୨), ସଦର ଥାନା ଅନ୍ତର୍ଗତ ସମଗରା ନୂଆସାହିର ମହାବୀର ଦାସ(୩୧), ଅମାପଡ଼ାର ଜ୍ଞାନରଞ୍ଜନ ପାତ୍ର, ସତ୍ୟବାଦୀ ଥାନା ଅନ୍ତର୍ଗତ ନୂଆଗଁାର ବିଶ୍ୱଜିତ୍‌ ଷଡ଼ଙ୍ଗୀ(୨୯), ବ୍ରହ୍ମଗିରି ଥାନା ଅନ୍ତର୍ଗତ ଗଡ଼କୋକଳର ସୌମ୍ୟରଞ୍ଜନ ଖଣ୍ଡାୟତରାୟ(୨୨) ଓ ନିମାପଡ଼ା ଥାନା ଅନ୍ତର୍ଗତ ନବଘନପୁରର ବିଶ୍ୱଜିତ ପ୍ରଧାନ(୨୩)। ଏହି ଅଭିଯୁକ୍ତମାନେ ଏକ ଟେଲିକମ୍‌ କମ୍ପାନୀର କର୍ମଚାରୀ ଭାବରେ କାମ କରୁଥିଲେ। କମ୍ପାନୀ ପକ୍ଷରୁ ଦିଆଯାଉଥିବା ସିମ୍‌ କାର୍ଡ ବିକ୍ରିର ଚାପ ସାଙ୍ଗକୁ ଅଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର କରିବାର ନିଶା ଏମାନଙ୍କୁ ଏହି କାରବାରରେ ଲିପ୍ତ କରାଇଥିଲା। ଅଭିଯୁକ୍ତଙ୍କଠାରୁ ୭୯୯ ସିମ୍‌ କାର୍ଡ, ୧୬ଟି ମୋବାଇଲ ଫୋନ୍‌ ଓ ନଗଦ ୨,୬୮୦ ଟଙ୍କା ଜବତ ହୋଇଛି। ତନ୍ମଧ୍ୟରେ ୩୧୧ଟି ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ କାର୍ଡ ରହିଛି।
ମିଳିଥିବା ସୂଚନାନୁଯାୟୀ, କଟକ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ୨୦୨୨ଜୁଲାଇ ୧୩ ତାରିଖରେ ସାଇବର ଥାନାରେ ଏକ ଅଭିଯୋଗ କରିଥିଲେ। ଭୁବନେଶ୍ୱର ଘାଟିକିଆଠାରେ ଥିବା ତାଙ୍କର ଏକ ଘରକୁ ଭଡ଼ା ଦେବା ନିମନ୍ତେ ସେ ଏକ ଓ୍ବେବପୋର୍ଟାଲରେ ବିଜ୍ଞାପନ ଦେଇଥିଲେ। ଜଣେ ବ୍ୟକ୍ତି ଏକ ହ୍ବାଟ୍ସଆପ୍‌ ମେସେଜ ଜରିଆରେ ନିଜକୁ ରଣଦୀପ ସିଂହ ଭାବେ ପରିଚୟ ଦେଇଥିଲେ। ସେ ଜଣେ ସିଆଇଏସ୍‌ଏଫ୍‌ କର୍ମଚାରୀ ଭାବେ ଗୁଆହାଟୀ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ଭୁବନେଶ୍ୱର ବିମାନବନ୍ଦରକୁ ବଦଳି ହୋଇଛି ବୋଲି କହିଥିଲେ। ସେ ଭଡ଼ା ଓ ସର୍ତ୍ତାବଳୀ ଲିଖିତ ଥିବା ଏଗ୍ରିମେଣ୍ଟ ପେପର କରିବାକୁ ଚାହିଁଥିଲେ। ହେଲେ ଅଭିଯୋଗକାରୀ ଏଥିପାଇଁ କିଛି ଅଗ୍ରୀମ ଅର୍ଥ ଦେବାକୁ କହିଥିଲେ। ତେବେ ଏହି ଅଗ୍ରିମ ଅର୍ଥ ଦେବା ପ୍ରକ୍ରିୟାରେ ଅପରପକ୍ଷ ବ୍ୟକ୍ତି ଅଭିଯୋଗକାରୀଙ୍କ ଆକାଉଣ୍ଟରୁ ୫୭ ହଜାର ଟଙ୍କା ନେଇଯାଇଥିଲେ। ଅଭିଯୋଗକାରୀ ଠକେଇର ଶିକାର ହୋଇଥିବା ଜାଣିବା ପରେ କଟକ ସାଇବର ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନାରେ କେସ୍‌ ନଂ ୨୦/୨୦୨୨ ରୁଜୁ ହେବା ସହ ପୋଲିସ ମାମଲାର ଖୋଳତାଡ଼ କରିଥିଲା।
କଟକ ଡିସିପି ପିନାକ ମିଶ୍ର କହିଛନ୍ତି ଯେ, ମାମଲାର ତଦନ୍ତ ସମୟରେ ବିଭିନ୍ନ ବୈଷୟିକ ଦିଗକୁ ଧ୍ୟାନ ଦିଆଯାଇଥିଲା। ଠକେଇ କରିଥିବା ଅଭିଯୁକ୍ତମାନେ ରାଜସ୍ଥାନର ହୋଇଥିବାବେଳେ ସେମାନେ ବ୍ୟବହାର କରୁଥିବା ସିମ୍‌ କାର୍ଡଗୁଡ଼ିକ ଓଡ଼ିଶାର ବୋଲି ଜଣାପଡ଼ିଥିଲା। ଏନେଇ ଅଧିକ ତଦନ୍ତ କରାଯିବା ପରେ ପୁରୀର ଏକ ଗ୍ୟାଙ୍ଗ ଦ୍ୱାରା ପ୍ରିଆକ୍ଟିଭେଟେଡ୍‌ ସିମ୍‌ ପ୍ରସ୍ତୁତ ହେଉଛି। ସାଇବର ଥାନା ଆଇଆଇସି ଚନ୍ଦ୍ରିକା ସ୍ବାଇଁଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ପୁରୀକୁ ଯାଇ ଗ୍ୟାଙ୍ଗ୍‌କୁ ଠାବ କରିଥିଲେ। ଧରାପଡ଼ିଥିବା ଅଭିଯୁକ୍ତମାନେ ଗତ ୫ମାସ ଧରି ଆସାମ, ଦିଲ୍ଲୀ ଓ ରାଜସ୍ଥାନ ଆଦି ରାଜ୍ୟକୁ ସିମ୍‌ କାର୍ଡ ଯୋଗାଉଥିଲେ। ବିଭିନ୍ନ କମ୍ପାନୀର ପାଖାପାଖି ୫ହଜାର ସିମ୍‌ କାର୍ଡ ଏମାନେ ଆକ୍ଟିଭ କରି ଏଜେଣ୍ଟମାନଙ୍କୁ ବିକ୍ରି କରିଛନ୍ତି। ଏହି କାରବାରରୁ ଜଣକା ବହୁ ଟଙ୍କା ରୋଜଗାର ମଧ୍ୟ କରିଛନ୍ତି। ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ପାଇଁ ଜ୍ଞାନରଞ୍ଜନ ପାତ୍ର ଓ ବିଶ୍ୱଜିତ୍‌ ପ୍ରଧାନଙ୍କୁ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି। ଜ୍ଞାନରଞ୍ଜନ ଓ ବିଶ୍ୱଜିତ ଅନ୍ୟ ୬ ସଦସ୍ୟଙ୍କଠାରୁ ଆକ୍ଟିଭ ସିମ୍‌ କାର୍ଡ ସଂଗ୍ରହ କରି ଦିଲ୍ଲୀ ଓ ଆସାମର ଏଜେଣ୍ଟକୁ ବିକ୍ରି କରୁଥିଲେ। ଏହି ୬ ଜଣଯାକ ଏକ ଟେଲିକମ୍‌ କମ୍ପାନୀରେ କର୍ମଚାରୀ ଭାବେ କାମ କରନ୍ତି। ଖୁବଶୀଘ୍ର ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ଡିସିପି ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଦେଶରେ ଲାଗିବ କି ଲକ୍‌ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri