ଗଜଲବାଡି ବନାଞ୍ଚଳରୁ ପୁରୀ ଗଲା ରଥକାଠ

ସୋରଡା,୧୧।୫(ଡି.ଏନ.ଏ): ପୁରୀ ରଥଯାତ୍ରା ପାଇଁ ଦକ୍ଷିଣ ଘୁମୁସର ଗଜଲବାଡି ବନାଞ୍ଚଳରୁ ୨୨ଟି କାଠ ପୁରୀ ଯାଇଛି। ଗାଜଳବାଡିଠାରେ କାଠ ବୋଝେଇ ଟ୍ରକକୁ ପ୍ରଥମେ ବନ୍ଦାପନା ପୂଜା ପରେ ସୋରଡା ଆସିଥିଲା । ରାସ୍ତାରେ ନାହାଗଣ୍ଡା,ଗୋଛା,ପିପଲପାଙ୍କା,ଅଶୂରବନ୍ଧ ଠାରେ ମହିଳାମାନେ ପୂଜା କରିବା ପରେ ପୋଡାଖାରିଠାରେ ନାମସଙ୍କୀର୍ତ୍ତନ ଦଳ ସହ ଜନସାଧାରଣ ବନ୍ଦାପନା କରିଥିଲେ। ସାରେ ସୋରଡା ଗଣିଛକଠାରେ ଏନଏସିର ସମସ୍ତ ଅଧିକାରୀ ସମେତ ସହରବାସୀ ଉପସ୍ଥିତ ରହି ନୂତନ ବସ୍ତ୍ର , ହଳଦୀ, ଚନ୍ଦନ ଲଗାଇଥିଲେ। ବିଧାୟକ ପୂର୍ଣ୍ଣଚନ୍ଦ୍ର ସାଇଁ ,ଏନଏସି ଅଧ୍ୟକ୍ଷ ଶିବଶଙ୍କର ପଣ୍ଡା ,ଉପାଧ୍ୟକ୍ଷା ଭାଗ୍ୟଲତା ଡାକୁଆ,ଆଇଆଇସି ରମେଶ କୁମାର ପ୍ରଧାନ ,ସମସ୍ତ କାଉନସିଲର ମାନେ ଗଜଲବାଡି ଠାରୁ ସୋରଡା ପର୍ଯ୍ୟନ୍ତ ଶୋଭାଯାତ୍ରାରେ କାଠ ଗାଡି ସହ ଆସିଥିଲେ । ବନବିଭାଗର ସମସ୍ତ ଅଧିକାରୀ ପରିଚାଳନା କରିଥିଲେ । ସମସ୍ତ ସ୍ଥାନରେ ଜନସାଧାରଣ ନୂତନ ଲୁଗା ,ଗାମୁଛା କାଠ ଉପରେ ପକାଇଥିଲେ। ସହରରେ ଗାଡି ଜୀବାସମୟରେ ଅତ୍ୟନ୍ତ ଭିଡ ପରିଲକ୍ଷିତ ହୋଇଥିଲା।