ଭସାଣରେ ପଞ୍ଜାବୀ ଢୋଲକ ମୁଖ୍ୟ ଆକର୍ଷଣ

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି ପ୍ରତିଯୋଗିତା। ଏହି କ୍ରମରେ କୈବର୍ତ୍ତ ସାହି ଦୁର୍ଗାପୂଜା ସମିତି ପ୍ରସ୍ତୁତି ଜୋରଦାର ଚଳାଇଛି। ୧୯୫୫ ମସିହାରେ ୫ରୁ୧୦ଜଣ ବାସିନ୍ଦାକୁ ନେଇ ଏଠାରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ଉକ୍ତ ବର୍ଷ ମଣ୍ଡପରେ ହରପାର୍ବତୀଙ୍କ ମୂଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ। ୫ବର୍ଷ ପରେ ଏହି ମଣ୍ଡପରେ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାର ୬ ବର୍ଷ ପରେ ମଣ୍ଡପରେ ମା’ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଆବାହନା କରାଯାଇଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଏଠାରେ ଦୁର୍ଗାପୂଜା ପାଳିତ ହୋଇଆସୁଅଛି। ଏବେ ସମିତିରେ ୧୦୦ଜଣ ସଭ୍ୟ ରହିଛନ୍ତି। ଚଳିତବର୍ଷ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ପୂଜା ପାଇଁ ୁ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଠାରେ ୪୦ଫୁଟ ଉଚ୍ଚତା ଏବଂ ୨୦ଫୁଟ ଓସାରର ମନ୍ଦିରାକୃତି ତୋରଣ ଶୋଭାପାଇବ। ଏଥର ପୂଜାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସମିତି ପକ୍ଷରୁ ଆକଳନ କରାଯାଇଛି। ଷଷ୍ଠୀରେ ବେଲବରଣି, ସପ୍ତମୀରେ ମା’ଙ୍କ ଚକ୍ଷୁଦାନ, ଆଳତି ଏବଂ ପ୍ରାଣ ପ୍ରତିଷ୍ଠା କରାଯିବ। ଅଷ୍ଟମୀରେ ଯୋଗିନୀ ପୂଜା, ଡାଲା ଭୋଗ ଏବଂ ସେହିଦିନ ଅପରାହ୍ନରେ ଚଣ୍ଡିପାଠ ଓ ଦୀପଦାନ କରାଯିବ। ଦଶମୀରେ ମା’ଙ୍କ ନିକଟରେ ୧୦ପ୍ରକାର ପିଠା ଭୋଗ ଲାଗି ହେବ। ଏଥିସହ ଏକ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି ବଣ୍ଟାଯିବା ପାଇଁ ସ୍ଥିର ହୋଇଛି। ଭସାଣ ଉତ୍ସବରେ ପାରମ୍ପରିକ ଅଦଲାବାଦ୍‌ର ଡେମ୍ପନାଗରା, ଘଣ୍ଟ ଏବଂ ପଞ୍ଜାବୀ ଢୋଲକ ମୁଖ୍ୟ ଆକର୍ଷଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri