ଭସାଣରେ ପଞ୍ଜାବୀ ଢୋଲକ ମୁଖ୍ୟ ଆକର୍ଷଣ

ପୁରୁଣା ଭୁବନେଶ୍ୱର,୩୦ା୯(ଡି.ଏନ୍‌.ଏ.): ଆଉ ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ। ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମା’ଙ୍କ ପାଇଁ ସୁଦୃଶ୍ୟ ମଣ୍ଡପ ଓ ତୋରଣ କରି ଆଗରେ ରହିବାକୁ ବିଭିନ୍ନ କମିଟି ପକ୍ଷରୁ ଚାଲିଛି ପ୍ରତିଯୋଗିତା। ଏହି କ୍ରମରେ କୈବର୍ତ୍ତ ସାହି ଦୁର୍ଗାପୂଜା ସମିତି ପ୍ରସ୍ତୁତି ଜୋରଦାର ଚଳାଇଛି। ୧୯୫୫ ମସିହାରେ ୫ରୁ୧୦ଜଣ ବାସିନ୍ଦାକୁ ନେଇ ଏଠାରେ ଆରମ୍ଭ ହୋଇଥିଲା ଦୁର୍ଗାପୂଜା। ଉକ୍ତ ବର୍ଷ ମଣ୍ଡପରେ ହରପାର୍ବତୀଙ୍କ ମୂଣ୍ମୟୀ ମୂର୍ତ୍ତି ପୂଜା ପାଇଥିଲେ। ୫ବର୍ଷ ପରେ ଏହି ମଣ୍ଡପରେ ରାମ, ଲକ୍ଷ୍ମଣ ଏବଂ ସୀତାଙ୍କ ମୂର୍ତ୍ତି ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇଥିଲା। ଏହାର ୬ ବର୍ଷ ପରେ ମଣ୍ଡପରେ ମା’ଦୁର୍ଗାଙ୍କ ପ୍ରତିମୂର୍ତ୍ତି ଆବାହନା କରାଯାଇଥିଲା। ସେହିଦିନଠାରୁ ପ୍ରତ୍ୟେକ ବର୍ଷ ଏଠାରେ ଦୁର୍ଗାପୂଜା ପାଳିତ ହୋଇଆସୁଅଛି। ଏବେ ସମିତିରେ ୧୦୦ଜଣ ସଭ୍ୟ ରହିଛନ୍ତି। ଚଳିତବର୍ଷ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୧୫ ଫୁଟ ରହିବ। ପୂଜା ପାଇଁ ୁ ୭ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଛି। ଏଠାରେ ୪୦ଫୁଟ ଉଚ୍ଚତା ଏବଂ ୨୦ଫୁଟ ଓସାରର ମନ୍ଦିରାକୃତି ତୋରଣ ଶୋଭାପାଇବ। ଏଥର ପୂଜାରେ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହେବା ନେଇ ସମିତି ପକ୍ଷରୁ ଆକଳନ କରାଯାଇଛି। ଷଷ୍ଠୀରେ ବେଲବରଣି, ସପ୍ତମୀରେ ମା’ଙ୍କ ଚକ୍ଷୁଦାନ, ଆଳତି ଏବଂ ପ୍ରାଣ ପ୍ରତିଷ୍ଠା କରାଯିବ। ଅଷ୍ଟମୀରେ ଯୋଗିନୀ ପୂଜା, ଡାଲା ଭୋଗ ଏବଂ ସେହିଦିନ ଅପରାହ୍ନରେ ଚଣ୍ଡିପାଠ ଓ ଦୀପଦାନ କରାଯିବ। ଦଶମୀରେ ମା’ଙ୍କ ନିକଟରେ ୧୦ପ୍ରକାର ପିଠା ଭୋଗ ଲାଗି ହେବ। ଏଥିସହ ଏକ ହଜାର ଶ୍ରଦ୍ଧାଳୁଙ୍କ ପାଇଁ ଖେଚୁଡ଼ି ବଣ୍ଟାଯିବା ପାଇଁ ସ୍ଥିର ହୋଇଛି। ଭସାଣ ଉତ୍ସବରେ ପାରମ୍ପରିକ ଅଦଲାବାଦ୍‌ର ଡେମ୍ପନାଗରା, ଘଣ୍ଟ ଏବଂ ପଞ୍ଜାବୀ ଢୋଲକ ମୁଖ୍ୟ ଆକର୍ଷଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ କରିଥିଲେ ପୋଷ୍ଟ, ଏବେ…

ବାଲିଗୁଡ଼ା, ୨୬ା୩(ସଞ୍ଜୟ କୁମାର ପାଣିଗ୍ରାହୀ):ମାଙ୍କଡ଼ ମାରି ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରିବା ମହଙ୍ଗା ପଡିଛି। ବନ ବିଭାଗ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ…

ସ୍କୁଲ ଆସୁ ନ ଥିଲେ ପିଲା: ଘରକୁ ଘର ବୁଲି ଛାତ୍ରୀଛାତ୍ରଙ୍କୁ ଡାକିଲେ ବିଇଓ, ୩ ମାସ ମଧ୍ୟରେ…

କୋକସରା, ୨୬।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀଗୃହ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଣୁ ଛାତ୍ରୀଛାତ୍ରଙ୍କ…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

RCBର ବିକ୍ରି ପରେ ମୁହଁ ଖୋଲିଲେ ମାଲ୍ୟା: ସମାଲୋଚକଙ୍କୁ କହିଲେ…

ନୂଆଦିଲ୍ଲୀ,୨୬ା୩: ଆଇପିଏଲ୍‌ ଫ୍ରାଞ୍ଚାଇଜ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୧୮,୭୭୬ କୋଟି ଟଙ୍କାରେ ବିକ୍ରି ହେବା ପରେ ଏହାର ମୂଳ ମାଲିକ ତଥା ପଳାତକ ବ୍ୟବସାୟୀ ବିଜୟ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri