Posted inଖେଳ

ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ: ବରୋଦାକୁ ହରାଇ ପଞ୍ଜାବ ଚାମ୍ପିୟନ

ମୋହାଲି,୬ା୧୧: ଅନମୋଲ୍‌ପ୍ରୀତ୍‌ ସିଂଙ୍କ ଶତକ ଓ ଅର୍ଶଦୀପ ସିଂଙ୍କ ୪ ଉଇକେଟ ସଫଳତା ବଳରେ ବରୋଦାକୁ ୨୩ ରନ୍‌ରେ ପରାସ୍ତ କରି ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି ପଞ୍ଜାବ। ମୋହାଲିରେ ଖେଳା ଯାଇଥିବା ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୨୦ ଓଭରରେ ୭ ଉଇକେଟରେ ୨୨୩ ରନ୍‌ କରିଥିଲା। ଜବାବରେ ବରୋଦା ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୨୦୩ ରନ୍‌ କରିଥିଲା।

ଟସ୍‌ ହାରି ବ୍ୟାଟିଂ କରିଥିବା ପଞ୍ଜାବ ୧୮ ରନ୍‌ ମଧ୍ୟରେ ଦୁଇ ଓପନର ଅଭିଷେକ ଶର୍ମା(୦) ଓ ପ୍ରଭସିମରନ୍‌ ସିଂ(୯)ଙ୍କ ଉଇକେଟ ହରାଇଥିଲା। ତେବେ ଅନମୋଲ୍‌ପ୍ରୀତ୍‌ ସିଂ(୧୧୩) ଓ ମନଦୀପ୍‌ ସିଂ (୩୨) ତୃତୀୟ ଉଇକେଟରେ ୬୨ ରନ୍‌ ଯୋଡିଥିଲେ। ମନଦୀପ୍‌ ଆଉଟ ହେବା ପରେ ମୁମ୍ବାଇ ଇଣ୍ଡିଆନ୍ସ ଖେଳାଳି ନେହାଲ ଓ୍ବଧେରା (୬୧*)ଙ୍କ ସହିତ ମିଶି ୧୩୮ ରନ୍‌ ଯୋଡିଥିଲେ ଅନମୋଲପ୍ରୀତ୍‌। ଓ୍ବଧେରା ୨୭ ବଲ୍‌ ଖେଳି ୬ ଚୌକା ଓ ୪ ଛକା ସହ ୬୧ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିବା ବେଳେ ଶେଷ ଓଭରରେ ରନ୍‌ଆଉଟ ହେବା ପୂର୍ବରୁ ଅନମୋଲପ୍ରୀତ୍‌ ୬୧ ବଲ୍‌ ଖେଳି ୧୦ ଚୌକା ଓ ୬ ଛକା ମାରିଥିଲେ। ବରୋଦା ପକ୍ଷରୁ କୃଣାଲ ପାଣ୍ଡ୍ୟା, ଶୋଏବ ଶୋପାରିୟା ଓ ଅତୀତ ସେଠ୍‌ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୨୪ ରନ୍‌ ଜବାବରେ ବରୋଦାର ଆରମ୍ଭ ମଧ୍ୟ ଭଲ ରହି ନଥିଲା। ଓପନର ଜ୍ୟୋସ୍ନିଲ ସିଂ ମାତ୍ର ୪ ରନ୍‌ର ପ୍ୟାଭିଲିୟନ୍‌ ଫେରିଥିଲେ। ଅନ୍ୟତମ ଓପନର ନିନାଦ ରାଠଓ୍ବା(୪୭) ଓ ଅଭିମନ୍ୟୁ ସିଂ (୬୧) ଦ୍ୱିତୀୟ ଉଇକେଟରେ ୭୨ ରନ୍‌ ଯୋଡିଥିଲେ। ପରେ କୃଣାଲ ପାଣ୍ଡ୍ୟା(୪୫) ଓ ବିଷ୍ଣୁ ସୋଲାଙ୍କି(୨୮) ରନ୍‌ କରିଥିଲେ ମଧ୍ୟ ୧୯ ତମ ଓଭରରେ ଅର୍ଶଦୀପ ସିଂ ଘାତକ ବୋଲିଂ କରିଥିଲେ। ଅନ୍ତିମ ଦୁଇ ଓଭରରେ ୩୫ ରନ୍‌ ଆବଶ୍ୟକ ଥିବା ବେଳେ ଅର୍ଶଦୀପ ୧୯ ତମ ଓଭରରେ ୪ ରନ୍‌ ଦେଇ ୩ ଉଇକେଟ ନେଇଥିଲେ। ଶେଷ ଓଭରରେ ହରପ୍ରୀତ ବ୍ରାରଙ୍କ ବଲ୍‌ରେ ବିଷ୍ଣୁ ସୋଲାଙ୍କି ଆଉଟ ହେବା ସହିତ ପଞ୍ଜାବ ପ୍ରଥମ ଥର ପାଇଁ ସୟଦ ମୁସ୍ତାକ ଅଲୀ ଟି ୨୦ ଟୁର୍ନାମେଣ୍ଟ ହାସଲ କରିଛି। ଅନମୋଲପ୍ରୀତ ସିଂଙ୍କୁ ପ୍ଲେୟର ଅଫ୍‌ ଦ ମ୍ୟାଚ୍‌ ଓ ଅଭିଷେକ ଶର୍ମାଙ୍କୁ ପ୍ଲେୟର ଅଫ୍‌ ଦ ଟୁର୍ନାମେଣ୍ଟ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri