Posted inଖେଳ

ପଞ୍ଜାବ ବିଦା, ରାଜସ୍ଥାନ ବିଜୟୀ

ଧର୍ମଶାଳା, ୨୦।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୪ ଉଇକେଟରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ପଞ୍ଜାବ ଲିଗ୍‌ ପର୍ଯ୍ୟାୟରୁ ବିଦାୟ ନେଇଥିବାବେଳେ ରାଜସ୍ଥାନ ପ୍ଲେ-ଅଫ୍‌ ଆଶା ପାଇଁ ଅନ୍ୟ ଦଳ ଗୁଡ଼ିକର ଫଳାଫଳ ଅପେକ୍ଷାରେ ରହିଛି। ୧୪ ମ୍ୟାଚରୁ ୧୪ ପଏଣ୍ଟ ପାଇଛି ରାଜସ୍ଥାନ। ଅନ୍ୟପକ୍ଷରେ ପଞ୍ଜାବ ୧୪ ମ୍ୟାଚରୁ ମାତ୍ର ୧୨ ପଏଣ୍ଟ ସହିତ ବିଦାୟ ପଥ ଦେଖିଛି। ଉଭୟ ଦଳପାଇଁ ଲିଗ୍‌ ପର୍ଯ୍ୟାୟରେ ଏହାଥିଲା ଶେଷ ମ୍ୟାଚ। ପଞ୍ଜାବ ୨୦ ଓଭରରେ ୫ ଉଇକେଟ ହରାଇ ୧୮୭ ରନ କରିଥିବାବେଳେ ରାଜସ୍ଥାନ ୧୯.୪ ଓଭରରେ ୬ ଉଇକେଟ ହରାଇ ୧୮୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପଞ୍ଜାବର ଆରମ୍ଭ ଭଲ ହୋଇ ନ ଥିଲା। ମାତ୍ର ୨ ରନରେ ପ୍ରଥମ ଏବଂ ୫୦ ରନ ମଧ୍ୟରେ ୪ ଉଇକେଟ ହରାଇ ଦଳ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପ୍ରଭସିମରନ ସିଂ ୨, ଅଧିନାୟକ ଶିଖର ଧାଓ୍ବନ ୧୭, ଅଥର୍ବ ତାଇଦେ ୧୯ ଓ ଲିଆମ ଲିଭିଂଷ୍ଟୋନ ୯ ରନକରି ଆଉଟ ହୋଇଥିଲେ। ତେବେ ଲୋୟର ଅର୍ଡରରେ ୩ ଖେଳାଳି ଦ୍ରୁତ ହାରରେ ରନ ସଂଗ୍ରହ କରି ଦଳକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସାମ୍‌ କୁରାନ ୩୧ ବଲ୍‌ରୁ ସର୍ବାଧିକ ୪୯ (୪ ଚୌକା, ୨ ଛକା) ଓ ଶାହରୁଖ ଖାଁ ୨୩ ବଲ୍‌ରୁ ୪୧ (୪ ଚୌକା, ୨ ଛକା) ରନକରି ଅପରାଜିତ ରହିଥିଲେ। ଜୀତେଶ ଶର୍ମା ୨୮ ବଲ୍‌ରୁ ୪୪ (୩ ଚୌକା, ୩ ଛକା) ରନକରି ଆଉଟ ହୋଇଥିଲେ। ଅସମାପ୍ତ ୬ଷ୍ଠ ଉଇକେଟରେ କୁରାନ ଓ ଶାହରୁଖ ମାତ୍ର ୩୭ ବଲ୍‌ରୁ ୭୩ ରନ ସଂଗ୍ରହ କରିଥିଲେ। ପୂର୍ବରୁ କୁରାନ ଓ ଜୀତେଶ ୫ମ ଉଇକେଟରେ ୪୪ ବଲ୍‌ରୁ ୬୪ ରନ ସଂଗ୍ରହ କରି ଇନିଂସ ସମ୍ଭାଳିଥିଲେ। ଶେଷ ୨ ଓଭରରୁ ପଞ୍ଜାବ ୪୬ ରନ ସଂଗ୍ରହ କରିଥିଲା। ରାଜସ୍ଥାନ ପକ୍ଷରୁ ନବଦୀନ ସଇନୀ ସର୍ବାଧିକ ୩ଟି ଏବଂ ଟ୍ରେଣ୍ଟ ବୋଲ୍ଟ ଓ ଆଡାମ ଜାମ୍ପା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ସନ୍ଦୀପ ଶର୍ମା ଓ ୟୁଜବେନ୍ଦ୍ର ଚହଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ।
୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନ ମାତ୍ର ୧୨ ରନରେ ଜୋଶ୍‌ ବଟଲର(୦)ଙ୍କ ଉଇକେଟ ହରାଇ ପ୍ରଥମ ଝଟ୍‌କା ଖାଇଥିଲା। ତେବେ ଯଶଶ୍ୱୀ ଜୟସ୍ବାଲ ଓ ଦେବଦତ୍ତ ପଡିକାଲ ଦ୍ୱିତୀୟ ଉଇକେଟରେ ୪୯ ବଲ୍‌ରୁ ୭୩ ରନ ସଂଗ୍ରହ କରି ଇନିଂସ ସମ୍ଭାଳି ନେଇଥିଲେ। ଅର୍ଦ୍ଧଶତକ ହାସଲ କରିବାପରେ ପଡିକାଲ ୫୧ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ସେ ୩୦ଟି ବଲ୍‌ର ସମ୍ମୁଖୀନ ହୋଇଥିବାବେଳେ ନିଜ ଇନିଂସରେ ୫ ଚୌକା, ୩ ଛକା ମାରିଥିଲେ। ୫ ରନ ବ୍ୟବଧାନରେ ଅଧିନାୟକ ସଞ୍ଜୁ ସାମସନ (୨)ଙ୍କ ଉଇକେଟ ହରାଇ ରାଜସ୍ଥାନ ପୁଣି ସଙ୍କଟରେ ପଡ଼ିଥିଲା। ତେବେ ଜୟସ୍ବାଲ ଓ ଶିମରନ ହେଟମେର ୪ର୍ଥ ଉଇକେଟରେ ମାତ୍ର ୨୨ ବଲ୍‌ରୁ ୪୭ ରନ ସଂଗ୍ରହ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ। ଜୟସ୍ବାଲ ଠିକ୍‌ ୫୦ (୩୬ ବଲ, ୮ ଚୌକା) ରନ କରି ଆଉଟ ହୋଇଥିବାବେଳେ ହେଟମେର ୨୮ ବଲ୍‌ରୁ ଦ୍ରୁତ ୪୬ (୪ ଚୌକା, ୩ ଛକା) ରନକରି ପ୍ୟାଭିଲିୟନ ଫେରିଥିଲେ। ଶେଷ ଓଭରରୁ ବିଜୟ ପାଇଁ ୯ ରନ ଆବଶ୍ୟକ ହେଉଥିଲା। ପ୍ରଥମ ୩ ବଲ୍‌ରୁ ୪ ରନ ଆସିଥିବାବେଳେ ରାହୁଲ ଚହରଙ୍କ ୪ର୍ଥ ବଲ୍‌କୁ ଛକାରେ ପରିଣତ କରି ଧ୍ରୁବ ଜୁରେଲ ପ୍ରତୀକ୍ଷାର ଅବସାନ ଘଟାଇଥିଲେ। ପଞ୍ଜାବ ବୋଲରଙ୍କ ମଧ୍ୟରେ କାଗିଶୋ ରାବାଡ଼ା ୨ଟି ଏବଂ ସାମ୍‌ କୁରାନ, ଅର୍ଶଦୀପ ସିଂ, ନାଥାନ ଏଲିସ ଓ ରାହୁଲ ଚହର ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୧୮୭/୫ (ସାମ୍‌ କୁରାନ-୪୯*, ଜୀତେଶ ଶର୍ମା-୪୪, ଶାହରୁଖ ଖାଁ-୪୧*, ନବଦୀପ ସଇନି-୩/୪୦, ଟ୍ରେଣ୍ଟ ବୋଲ୍ଟ-୧/୩୫, ଆଡାମ ଜାମ୍ପା-୧/୨୬)। ରାଜସ୍ଥାନ ରୟାଲ୍ସ ୧୯.୪ ଓଭରରେ ୧୮୯/୬ (ଦେବଦତ୍ତ ପଡିକାଲ-୫୧, ଜସଶ୍ୱୀ ଜୟସ୍ବାଲ-୫୦, ଶିମ୍‌ରନ ହେଟମେର-୪୬, କାଗିଶୋ ରାବାଡ଼ା-୨/୪୦, ନାଥାନ ଏଲିସ-୧/୩୪, ଅର୍ଶଦୀପ ସିଂ-୧/୪୦, ସାମ୍‌ କୁରାନ-୧/୪୬, ରାହୁଲ ଚହର-୧/୨୮)।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

IPL ୨୦୨୬ ପୂର୍ବରୁ ଗିରଫ ହେବେ RCBର ବୋଲର୍‌? ୫ କୋଟିରେ ରିଟେନ କରିଛି… 

ନୂଆଦିଲ୍ଲୀ,୨୪।୧୨: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ତଥା ଆରସିବିର ବାମହାତୀ ଦ୍ରୁତ ବୋଲର ଯଶ ଦୟାଲଙ୍କ  ଅଡ଼ୁଆ କମିବାର ନାଁ ନେଉନାହିଁ। ଜୟପୁରର ପୋକ୍ସୋ କୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri