Posted inଜାତୀୟ

ବିଦେଶ ଯାତ୍ରା ଲାଗି ଅନୁମତି ମିଳିଲାନି: ଭାଜପା ଉପରେ ବର୍ଷିଲେ ପଞ୍ଜାବ ମନ୍ତ୍ରୀ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରେ ଏବେ ପଞ୍ଜାବର ଶକ୍ତି ମନ୍ତ୍ରୀ ଅମନ ଅରୋରାଙ୍କୁ ବିଦେଶ ଯାତ୍ରା ଲଗି କେନ୍ଦ୍ର ସରକାରଙ୍କଠାରୁ ଅନୁମତି ମିଳିପାରିନାହିଁ। ଏହି ପ୍ରସଙ୍ଗରେ ଏବେ ଏଏପି ଏବଂ ଭାଜପା ମଧ୍ୟରେ ବାକ୍‌ଯୁଦ୍ଧ ତୀବ୍ର ହୋଇଛି। ଭାଜପା ଏଏପିକୁ ଭୟ କରୁଛି, ଏଣୁ ଏହାର ନେତାଙ୍କୁ ଅନୁମତି ଦେଉନାହିଁ ବୋଲି ଅମନ ଆକ୍ଷେପ କରିଛନ୍ତି।

ଶକ୍ତି ମନ୍ତ୍ରୀ ଅମନଙ୍କୁ ଗ୍ରୀନ ହାଇଡ୍ରୋଜେନ୍‌ ବିଷୟରେ ଜ୍ଞାନର ଆଦାନ ପ୍ରଦାନ ଲାଗି ତିନୋଟି ଦେଶ(ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡ) ପରିଦର୍ଶନ କରିବାର ଥିଲା। ଏଥିଲାଗି କେନ୍ଦ୍ରର ନୂତନ ତଥା ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟର ୧୩ ଜଣିଆ ପ୍ରତିନିଧିଙ୍କୁ ଅନୁମତି ମିଳିଥିଲା। ହେଲେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମନଙ୍କୁ ଅନୁମତି ମିଳିପାରି ନାହିଁ। ଏହାକୁ ନେଇ ସେ ଭାଜପାକୁ ଟାର୍ଗେଟ କରିଛନ୍ତି।

ଭାଜପା ଭାରତୀୟ ଗଣତନ୍ତ୍ରର ଗୌରବମୟ ପରମ୍ପରାକୁ ଭୁଲି ଯାଇଛି। ଏକଦା ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓ ବିରୋଧୀ ଦଳର ନେତା ହୋଇଥିଲେ ମଧ୍ୟ ମିଳିତ ଜାତିସଂଘରେ ଏକ ପ୍ରତିନିଧୀ ଦଳର ନେତୃତ୍ୱ ନେବାକୁ ଅଟଳ ବିହାରୀ ବାଜପେୟୀଙ୍କୁ ବାଛିଥିଲେ। ହେଲେ ଭାଜପା ଏଏପି ସହ ରାଜନୈତିକସ୍ତରରେ ଅସୁରକ୍ଷିତ ମନେ କରୁଛି। ଏଥିଲାଗି ଦଳୀୟ ନେତାଙ୍କର ସରକାରୀ ବୈଦେଶିକ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇବା ଭଳି ଲଜ୍ଜାଜନକ କୌଶଳ ଭାଜପା ଆପଣାଉଛି ବୋଲି ଅମନ କହିଛନ୍ତି। ଏହାଛଡ଼ା ଏଏପି ଆଗାମୀ ଦିନରେ ଭାଜପାର ରାଜନୈତିକ ମାନଚିତ୍ରକୁ ବଦଳାଇବାକୁ ଯାଉଛି। ଏବେ ତାହା ଭାଜପାକୁ ଜଳ ଜଳ ଦେଖାଗଲାଣିି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

ପଙ୍ଖାରେ ଝୁଲୁଥିଲା ବୃଦ୍ଧଙ୍କ ମୃତଦେହ, ଘର ଆଗରେ ପଡ଼ିଛି କୁରାଢ଼ି, ବୋହୂଙ୍କ ମୁଣ୍ଡ ଫାଟିଛି, କହିଲେ ଶ୍ୱଶୁର…

ପାରାଦୀପ,୭ା୩(ଶରତ ରାଉତ): ଜଗତସିଂହପୁର ଜିଲା ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଭୁତମୁଣ୍ଡାଇ ଗ୍ରାମରେ ଶନିବାର ସକାଳୁ ଜଣେ ଶତାୟୁ ବୃଦ୍ଧଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ମୃତକ…

ଫାଇନାଲ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ଖୋଲା ଚ୍ୟାଲେଞ୍ଜ ଦେଲେ Mitchell Santner, କହିଲେ…

ନୂଆଦିଲ୍ଲୀ,୭।୩: ରବିବାର ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୨୦୨୬ ଟି୨୦ ବିଶ୍ୱକପର ଫାଇନାଲ ଖେଳାଯିବ। ଏହି ଦୁଇ ଦଳ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମୁହାଁମୁହିଁ ହେବେ।…

କମାଲ୍‌ କଲେ ସାରା ଅର୍ଜୁନ: ଧୂରନ୍ଧର: ଦି ରିଭେଞ୍ଜରେ…

‘ଧୂରନ୍ଧର: ଦି ରିଭେଞ୍ଜ’ର ଟ୍ରେଲର ରିଲିଜ ହୋଇଛି। ଦର୍ଶକ ଏହାକୁ ବେଶ୍‌ ପସନ୍ଦ କରିଛନ୍ତି। ଏହି ଟ୍ରେଲର ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଦର୍ଶକ ପୁଣି…

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri