Posted inଖେଳ

ଲଢୁଆ ବ୍ୟାଟିଂ କରି ମ୍ୟାଚ୍‌ ଜିତାଇଲେ ଶଶାଙ୍କ

ଅହମଦାବାଦ,୪ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍‌ ବାକି ଥାଇ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା।

ଶଶାଙ୍କ ସିଂ ଅପରାଜିତ ୬୧ ରନ୍‌ କରିଥିବା ବେଳେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଆଶୁତୋଷ ଶର୍ମା ୩୧ ରନ୍‌ କରିଥଲେ। ଟସ୍‌ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନେଇଥିଲା। ଗୁଜରାଟ ପକ୍ଷରୁ ଶୁବମନ ଗିଲ୍‌ ୮୯ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେନ୍‌ ଓ୍ବିଲିୟମସନ୍‌ ୨୨ ବଲ୍‌ରୁ ୨୬, ସାଇ ସୁଦର୍ଶନ ୧୯ ବଲ୍‌ ଖେଳି ସେ ୩୩ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ରାହୁଲ ଟଓ୍ବୋଟିଆ ବିସ୍ଫୋରକ ବ୍ୟାଟିଂ କରି ୮ ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ସେ ୨୩ ରନ୍‌ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ଗିଲ୍‌ ୪୮ ବଲ୍‌ ଖେଳି ୮୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ପଞ୍ଜାବ ପକ୍ଷରୁ ରାବାଡା ୨,ହରପ୍ରୀତ ବ୍ରାର ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୦୦ ରନ୍‌ ଲକ୍ଷ୍ୟରେ ପଞ୍ଜାବ ୭୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା। ତେବେ ଶଶାଙ୍କ ସିଂ ଲଢୁଆ ୬୧ ରନ୍‌ କରିବା ସହ ଦଳକୁ ବିଜୟୀ କରିଥିଲେ। ଶଶାଙ୍କ ୨୯ ବଲ ଖେଳି ୬ ଚୌକା ଓ ୪ ଛକା ମାରିଥିଲେ। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ରହିଥିବା ଆଶୁତୋଶ ଶର୍ମା ୧୭ ବଳ୍‌ରୁ ଦ୍ରୁତ ୩୧ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭସିମରନ୍‌ ସିଂ ୩୫ ଓ ଜନି ବେୟାରଷ୍ଟୋ ୨୨ ରନ୍‌ ସ୍କୋର କରିଥିଲେ। ଗୁଜରାଟ ପକ୍ଷରୁ ନୁର ଅହମଦ ୨, ଦର୍ଶନ ନାଲକଣ୍ଡେ, ମୋହିତ ଶର୍ମା, ଉମେଶ ଯାଦବ, ରଶିଦ୍‌ ଖାନ ଓ ଅଜମତୁଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri