Posted inଖେଳ

ଲଢୁଆ ବ୍ୟାଟିଂ କରି ମ୍ୟାଚ୍‌ ଜିତାଇଲେ ଶଶାଙ୍କ

ଅହମଦାବାଦ,୪ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ) ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ଲଢୁଆ ବିଜୟ ହାସଲ କରିଛି ପଞ୍ଜାବ କିଙ୍ଗ୍ସ। ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ୪ ଉଇକେଟରେ ୧୯୯ ରନ୍‌ କରିଥିଲା। ଜବାବରେ ପଞ୍ଜାବ ଗୋଟିଏ ବଲ୍‌ ବାକି ଥାଇ ୭ ଉଇକେଟ ହରାଇ ବିଜୟ ହାସଲ କରି ନେଇଥିଲା।

ଶଶାଙ୍କ ସିଂ ଅପରାଜିତ ୬୧ ରନ୍‌ କରିଥିବା ବେଳେ ଇମ୍ପାକ୍ଟ ସବଷ୍ଟିଚ୍ୟୁଟ ଆଶୁତୋଷ ଶର୍ମା ୩୧ ରନ୍‌ କରିଥଲେ। ଟସ୍‌ ଜିତି ପଞ୍ଜାବ ପ୍ରଥମେ ବୋଲିଂ ନେଇଥିଲା। ଗୁଜରାଟ ପକ୍ଷରୁ ଶୁବମନ ଗିଲ୍‌ ୮୯ରନର ଅପରାଜିତ ଇନିଂସ ଖେଳିଥିଲେ। ଏହା ବ୍ୟତୀତ କେନ୍‌ ଓ୍ବିଲିୟମସନ୍‌ ୨୨ ବଲ୍‌ରୁ ୨୬, ସାଇ ସୁଦର୍ଶନ ୧୯ ବଲ୍‌ ଖେଳି ସେ ୩୩ ରନ୍‌ ସ୍କୋର କରିଥିଲେ। ଶେଷ ଆଡକୁ ରାହୁଲ ଟଓ୍ବୋଟିଆ ବିସ୍ଫୋରକ ବ୍ୟାଟିଂ କରି ୮ ବଲ୍‌ ଖେଳି ୩ ଚୌକା ଓ ୧ ଛକା ସହ ସେ ୨୩ ରନ୍‌ କରିଥିଲେ। ଶେଷ ଯାଏ ଅପରାଜିତ ରହିଥିବା ଗିଲ୍‌ ୪୮ ବଲ୍‌ ଖେଳି ୮୯ ରନ୍‌ ସ୍କୋର କରିଥିଲେ। ଏହି ଇନିଂସରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ପଞ୍ଜାବ ପକ୍ଷରୁ ରାବାଡା ୨,ହରପ୍ରୀତ ବ୍ରାର ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୨୦୦ ରନ୍‌ ଲକ୍ଷ୍ୟରେ ପଞ୍ଜାବ ୭୦ ରନ୍‌ରେ ଟପ୍‌ ୪ ବ୍ୟାଟରଙ୍କୁ ହରାଇଥିଲା। ତେବେ ଶଶାଙ୍କ ସିଂ ଲଢୁଆ ୬୧ ରନ୍‌ କରିବା ସହ ଦଳକୁ ବିଜୟୀ କରିଥିଲେ। ଶଶାଙ୍କ ୨୯ ବଲ ଖେଳି ୬ ଚୌକା ଓ ୪ ଛକା ମାରିଥିଲେ। ଇମ୍ପାକ୍ଟ ସବଷ୍ଟିଚ୍ୟୁଟ୍‌ ରହିଥିବା ଆଶୁତୋଶ ଶର୍ମା ୧୭ ବଳ୍‌ରୁ ଦ୍ରୁତ ୩୧ ରନ୍‌ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରଭସିମରନ୍‌ ସିଂ ୩୫ ଓ ଜନି ବେୟାରଷ୍ଟୋ ୨୨ ରନ୍‌ ସ୍କୋର କରିଥିଲେ। ଗୁଜରାଟ ପକ୍ଷରୁ ନୁର ଅହମଦ ୨, ଦର୍ଶନ ନାଲକଣ୍ଡେ, ମୋହିତ ଶର୍ମା, ଉମେଶ ଯାଦବ, ରଶିଦ୍‌ ଖାନ ଓ ଅଜମତୁଲ୍ଲା ଓମାରଜାଇ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମିତାଙ୍କୁ ବଡ଼ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ: ଚାରିଆଡ଼ୁ ମିଳୁଛି ଶୁଭେଚ୍ଛା

ପାଟଣା,୬।୪(ବୀର କିଶୋର ଦାଶ):ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷା ତଥା ମମିତା ନାଏକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ( Special Development…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

ଓଡ଼ିଆ ପକ୍ଷ ଅବସରରେ ଝାଡୁ ମାରି ସଫାକଲେ ପ୍ରଶାସନିକ ଅଧିକାରୀ

ପାଟଣା,୬।୪(ବୀର କିଶୋର ଦାଶ): ରାଜ୍ୟରେ ଓଡ଼ିଆ ପକ୍ଷ ପାଳନ ହେଉଥିବାବେଳେ ସୋମବାର କେନ୍ଦୁଝର ଜିଲା ପାଟଣା ବ୍ଲକର ରାଜନଗର ରଘୁନାଥ ଜିଉ ମଠ, ଟାଙ୍ଗରପଡ଼ା ମଠ, ଭୀମକୁଣ୍ଡ…

ଥୁଆମୂଳ ରାମପୁରରେ ‘ଆଦିବାସୀ ସଂସ୍କୃତି ଭବନ’ ପାଇଁ ପ୍ରକ୍ରିୟା ଆରମ୍ଭ, ଅଧାପନ୍ତରିଆ ସଂଗ୍ରହାଳୟର ଭବିଷ୍ୟତ କ’ଣ?

ଥୁଆମୂଳ ରାମପୁର,୬।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁରରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ସରକାର ନୂତନ ‘ଆଦିବାସୀ ସଂସ୍କୃତି ଭବନ’ ନିର୍ମାଣ ନିମନ୍ତେ ପ୍ରକ୍ରିୟା ଆରମ୍ଭ…

ଜନ୍ମଦିନର ୬ ଦିନ ପୂର୍ବରୁ ଆତ୍ମହତ୍ୟା କଲେ ଏହି ଅଭିନେତ୍ରୀ: ମୃତ୍ୟୁ ପୂର୍ବରୁ ସ୍ବାମୀଙ୍କୁ ଭିଡିଓ କଲ୍‌ କରି…

ଟିଭି ଅଭିନେତ୍ରୀ ସୁଭାଷିନୀ ତାଙ୍କ ଜନ୍ମଦିନର ମାତ୍ର ୬ ଦିନ ପୂର୍ବରୁ ଆତ୍ମହତ୍ୟା କରିଛନ୍ତି। ସୁଭାଷିନୀ ଫାଶୀ ଦେଇ ଦେଇଥିବା ଜଣାପଡ଼ିଛି। ସେ ସନ ଟିଭିରେ ପ୍ରସାରିତ…

କୋରାପୁଟ ବିଧାୟକଙ୍କୁ ନୂଆ ଦାୟିତ୍ବ,ଜିଲାପାଳଙ୍କ ଉପସ୍ଥିତିରେ….

କୋରାପୁଟ,୬।୪(ଅମିତାଭ ବେହେରା ): କୋରାପୁଟ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ କୋରାପୁଟ ବିଧାୟକ ରଘୁରାମ ମାଛ ସୋମବାର ଦାୟିତ୍ବ ଗ୍ରହଣ କରିଛନ୍ତି । ସୋମବାର କୋରାପୁଟ…

୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଧାନ ଖଳା ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଚାଷୀ ହଇରାଣ, ଏତେ ଲକ୍ଷ ଟଙ୍କାରେ…

କେସିଙ୍ଗା,୬।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଶିରୋଲ ଗ୍ରାମ ପଞ୍ଚାୟତରେ ଚାଷୀଙ୍କ ସୁବିଧା ପାଇ ଗତ ୨୩-୨୪ ଆର୍ଥିକ ବର୍ଷରେ ଖଳା ନିର୍ମାଣ ପାଇଁ…

ପିଇବା ପାଣି ପାଇଁ ଗର୍ଜିଲେ ଅଞ୍ଚଳବାସୀ: ସମାଧାନ ପାଇଁ ମିଳିଲା ପ୍ରତିଶ୍ରୁତି

ଦାରିଙ୍ଗବାଡି,୬।୪(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଡବେରୀ ଶାଳବଣଠାରେ ସୋମବାର ଡବେରୀ ଅଞ୍ଚଳକୁ ମଦମୁକ୍ତ ଏବଂ ପିଇବା ପାଣି ସମସ୍ୟାର ସମାଧାନ ପାଇଁ ବସିଲା ବୈଠକ। ଅଞ୍ଚଳର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri