ନୂଆଦିଲ୍ଲୀ,୪ା୫: ଆଇପିଏଲ ୨୦୨୫ ପାଇଁ ପଞ୍ଜାବ କିଙ୍ଗ୍ସ ଦଳକୁ ବଡ଼ ଝଟକା ଲାଗିଛି। ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍ ମ୍ୟାକ୍ସୱେଲ୍ ଆହତ କାରଣରୁ ଟୁର୍ନାମେଣ୍ଟରୁ ବାଦ ପଡ଼ିଛନ୍ତି। ତେବେ ଏହି ସ୍ଥାନ ପୂରଣ କରିବା ପାଇଁ ପଞ୍ଜାବ କିଙ୍ଗ୍ସ ନେଇଛି ଏକ ବଡ଼ ନିଷ୍ପତ୍ତି। ଦଳ ମ୍ୟାକ୍ସୱେଲ୍ଙ୍କ ବଦଳରେ ଅଷ୍ଟ୍ରେଲିଆର ବିସ୍ଫୋରକ ଅଲରାଉଣ୍ଡର ମିଚେଲ ଓଭେନଙ୍କୁ ଅଣାଯାଇଛି, ଯିଏ ପାକିସ୍ତାନ ସୁପର ଲିଗ (ପିଏସଏଲ)ରେ ବାବର ଆଜମଙ୍କ ସାଥୀ ଖେଳାଳି ଭାବେ ଚର୍ଚ୍ଚାରେ ରହିଛନ୍ତି।
ମିଚେଲ ଓଭେନ ପିଏସଏଲରେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ଓ ଦକ୍ଷ ବୋଲିଂ ପାଇଁ ଜଣାଶୁଣା। ସେ ବାବର ଆଜମଙ୍କ ସହ ସମାନ ଦଳରେ ଖେଳି ଅନେକ ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତାଙ୍କର ଏହି ଅଭିଜ୍ଞତା ଓ ବିସ୍ଫୋରକ ଶୈଳୀ ପଞ୍ଜାବ କିଙ୍ଗ୍ସର ମଧ୍ୟମ କ୍ରମ ଓ ବୋଲିଂ ବିଭାଗକୁ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।
UPDATE: Mitchell Owen replaces Glenn Maxwell for the rest of #TATAIPL 2025 season. pic.twitter.com/yX7Z8uamMt
— Punjab Kings (@PunjabKingsIPL) May 4, 2025
ପଞ୍ଜାବ କିଙ୍ଗ୍ସ ଏହି ପରିବର୍ତ୍ତନ ସମ୍ପର୍କରେ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛି। ଦଳର ଅଧିନାୟକ ଓ କୋଚିଂ ଷ୍ଟାଫ ମିଚେଲଙ୍କୁ ନେଇ ବେଶ ଉତ୍ସାହିତ। ମ୍ୟାକ୍ସୱେଲଙ୍କ ଅନୁପସ୍ଥିତି ନିଶ୍ଚିତ ଭାବେ ଏକ କ୍ଷତି, କିନ୍ତୁ “‘ମିଚେଲ ଓଭେନଙ୍କ ଆଗମନ ଦଳକୁ ନୂଆ ଶକ୍ତି ଦେବ’ ବୋଲି ଦଳ ପକ୍ଷରୁ କୁହାଯାଇଛି।
ଆଇପିଏଲ ୨୦୨୫ରେ ପଞ୍ଜାବ କିଙ୍ଗ୍ସ ଏକ ନୂଆ ରଣନୀତି ସହ ମଇଦାନକୁ ଓହ୍ଲାଇବ। ମିଚେଲ ଓଭେନଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ, କାରଣ ସେ ମ୍ୟାକ୍ସୱେଲଙ୍କ ସ୍ଥାନ ପୂରଣ କରି ଦଳକୁ କେଉଁ ଦିଗରେ ନେଇପାରିବେ, ତାହା ଦେଖିବା ବାକି ରହିଲା।


