Categories: ଖେଳ

ପଞ୍ଜାବ ପାଇଁ ଖେଳିବେ ଦକ୍ଷିଣ ଆଫ୍ରିକୀୟ ଷ୍ଟାର ବ୍ୟାଟ୍ସମ୍ୟାନ

ଦୁବାଇ,୧୧।୯: ଇଂଲଣ୍ଡ ଷ୍ଟାର ବ୍ୟାଟ୍ସମ୍ୟାନ ଦାଓ୍ବିଦ ମଲାନ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଖେଳିବେ ନାହିଁ। ଏ ନେଇ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ପକ୍ଷରୁ ସୋସିଆଲ ମିଡିଆରେ ଘୋଷଣା କରାଯାଇଛି। ଆଗକୁ ଟି୨୦ ବିଶ୍ୱକପ୍‌ ଓ ଆଶେସ ସିରିଜ୍‌ ଆସୁଥିବାରୁ ୩୪ ବର୍ଷୀୟ ବ୍ୟାଟ୍ସମ୍ୟାନ ପରିବାର ସହ କିଛି ସମୟ ବିତାଇବା ପାଇଁ ଆଇପିଏଲ୍‌ର ୟୁଏଇ ଲିଗ୍‌ରୁ ଓହରି ଯାଇଛନ୍ତି। ତାଙ୍କ ବଦଳରେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ ଏଡେନ ମାର୍କରାମଙ୍କ ସହ ପଞ୍ଜାବ ଫ୍ରାଞ୍ଚାଇଜ ଚୁକ୍ତି କରିଛି।

୨୬ ବର୍ଷୀୟ ମାର୍କରାମ ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନ ସାଙ୍ଗକୁ ଜଣେ କାମଚଳା ସ୍ପିନର। ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୧୩ ମ୍ୟାଚ୍‌ ଖେଳିଥିବା ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କ ନାମରେ ରହିଛି ୪ଟି ଅର୍ଦ୍ଧଶତକ।

Share