Posted inଜାତୀୟ

ପଞ୍ଜାବରେ ପୁଣି ରାଜନୈତିକ ହତ୍ୟାକାଣ୍ଡ: ଆପ୍ ନେତା ଲକି ଓବରାଏଙ୍କୁ କାର ଭିତରେ ଗୁଳି କରି ହତ୍ୟା

ନୂଆଦିଲ୍ଲୀ,୬।୨: ପଞ୍ଜାବର ଜଲନ୍ଧରରେ ଏକ ଅଭାବନୀୟ ଘଟଣା ଘଟିଛି। ଆମ ଆଦମୀ ପାର୍ଟି (ଆପ୍)ର ଜଣେ ପ୍ରମୁଖ ନେତା ଲକି ଓବରାଏଙ୍କୁ ଦିନଦ୍ୱିପ୍ରହରରେ ଗୁଳି କରି ହତ୍ୟା କରାଯାଇଛି। ସହରର ପୋଶ୍ ଅଞ୍ଚଳ କୁହାଯାଉଥିବା ‘ମଡେଲ ଟାଉନ’ସ୍ଥିତ ଗୁରୁଦ୍ୱାର ସାହିବ ବାହାରେ ଏହି ହତ୍ୟାକାଣ୍ଡ ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ଲକି ଓବରାଏ ନିଜ କାର୍ ଭିତରେ ଥିବା ସମୟରେ ତାଙ୍କୁ ଟାର୍ଗେଟ୍ କରି ଏକାଧିକ ରାଉଣ୍ଡ ଗୁଳି ଚଳାଯାଇଥିଲା। ତାଙ୍କ ଶରୀରରେ ପ୍ରାୟ ୫ଟି ଗୁଳି ବାଜିଥିବା ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଲକି ଓବରୋଇଙ୍କ ପତ୍ନୀ ପୂର୍ବରୁ ଆପ୍ ଟିକେଟରେ ମ୍ୟୁନିସିପାଲିଟି ନିର୍ବାଚନ ଲଢ଼ିଥିଲେ, କିନ୍ତୁ ସେଥିରେ ସେ ସଫଳ ହୋଇପାରିନଥିଲେ।

ଘଟଣା ସମ୍ପର୍କରେ ଖବର ପାଇବା ମାତ୍ରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡର କାରଣ ଏବଂ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ଇତିହାସର ସବୁଠାରୁ ବଡ଼ ଡିଲ: ରାଜସ୍ଥାନ ରୟାଲ୍ସ ପରେ ବିକ୍ରି ହୋଇଗଲା RCB, ରେକର୍ଡ ୧୬,୬୬୦ କୋଟିରେ କିଣିଲେ…

ନୂଆଦିଲ୍ଲୀ, ୨୪।୩: ଆଇପିଏଲ୍‌ ୧୯ତମ ସିଜନ ଆରମ୍ଭ ହେବାକୁ ମାତ୍ର ୪ ଦିନ ବାକି ଥିବା ବେଳେ କ୍ରିକେଟ ଜଗତରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି।…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଯୁଦ୍ଧ ଭିତରେ ୫୦ବର୍ଷର ରେକର୍ଡ ଭାଙ୍ଗିଲା ସୁନା, ଏତେ ଖସିଲା ଯେ ବିଶେଷଜ୍ଞ ହୋଇଗଲେ ତାଜୁବ!

ନୂଆଦିଲ୍ଲୀ,୨୪।୩: ବିଶ୍ୱ ବଜାରରେ ଚାଲିଥିବା ଅସ୍ଥିରତା ମଧ୍ୟରେ, ସୁନା ମୂଲ୍ୟ ନିବେଶକମାନଙ୍କୁ ଏକ ବଡ଼ ଝଟ୍‌କା ଦେଇଛି। ଗତ 25 ଦିନ ମଧ୍ୟରେ ସୁନା ମୂଲ୍ୟରେ ହ୍ରାସ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri