Posted inଜାତୀୟ

ନ୍ୟାୟ ମାଗି ଦଣ୍ଡିତ

ନୂଆଦିଲ୍ଲୀ,୨୯ା୫ : ରବିବାର ଦେଶକୁ ମିଳିଛି ଗଣତନ୍ତ୍ରର ନୂଆ ମନ୍ଦିର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ଲାମେଣ୍ଟର ନୂଆ ବିଲ୍ଡିଂକୁ ଲୋକାର୍ପଣ କରି ସମ୍ବୋଧନ କରୁଥିବାବେଳେ ସେଠାରୁ ଅଳ୍ପ ଦୂରରେ ଦେଶ ପାଇଁ ପଦକ ଜିତି ଗର୍ବ ଓ ଗୌରବ ଆଣିଦେଇଥିବା କୁସ୍ତିଯୋଦ୍ଧାମାନଙ୍କୁ ପାଦ ତଳେ ଦଳି ଦିଆଯାଉଥିଲା। ଉତ୍ତର ପ୍ରଦେଶର କୈସରଗଞ୍ଜରୁ ପ୍ରତିନିଧିତ୍ୱ କରୁଥିବା ୬୬ ବର୍ଷୀୟ ଭାଜପା ଏମ୍‌ପି ତଥା ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ୍‌ଭୂଷଣ ଶରଣ ସିଂ ନୂଆ ସଂସଦ ଭବନର ଭବ୍ୟ ଉଦ୍‌ଘାଟନୀ ସମାରୋହରେ ଅତିଥିମାନଙ୍କୁ ସ୍ବାଗତ କରୁଥିବା ସମୟରେ ତାଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଯନ୍ତରମନ୍ତର ଧାରଣାସ୍ଥଳରେ ମାସାଧିକ କାଳ ଧାରଣା ଦେଇଥିବା ମହିଳା ଖେଳାଳିମାନଙ୍କୁ ଦିଲ୍ଲୀ ପୋଲିସ ଲାଠିମାଡ଼ ସହ ଗୋଇଠା ଓ ବିଧା ମାରୁଥିଲା। ନ୍ୟାୟ ଦାବିରେ ମହିଳା ମହାପଞ୍ଚାୟତ ଆୟୋଜନ ପାଇଁ ବିକ୍ଷୋଭ ଶୋଭାଯାତ୍ରାରେ ବାହାରିଥିବା ଭିନେଶ ଫୋଗତ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ସମେତ ଅନେକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ସୁରକ୍ଷା ଭଙ୍ଗ ଏବଂ ଆଇନଶୃଙ୍ଖଳା ଉଲ୍ଲଂଘନ ନାମରେ ଅଟକ ରଖାଯାଇଥିଲା। ଭାରତୀୟ ଗଣତନ୍ତ୍ରକୁ କଳଙ୍କିତ କରିଦେବା ଭଳି ଏପରି ଚିତ୍ରକୁ ସାରା ବିଶ୍ୱ ଦେଖିଛି। କେନ୍ଦ୍ର ସରକାରଙ୍କ ଆଚରଣ ଓ ଉଚ୍ଚାରଣରେ ଥିବା ତାରତମ୍ୟ ଏବଂ ଦିଲ୍ଲୀ ପୋଲିସର ବର୍ବରତାକୁ ବହୁ ରାଜନେତା ତଥା କ୍ରୀଡ଼ା ବ୍ୟକ୍ତିତ୍ୱ ନିନ୍ଦା କରିଛନ୍ତି।
ଗତ ଜାନୁୟାରୀରେ ଡବ୍ଲ୍ୟୁଏଫ୍‌ଆଇ ମୁଖ୍ୟ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ବଜରଙ୍ଗ ପୁନିଆ, ଭିନେଶ ଫୋଗତ, ସାକ୍ଷୀ ମଲିକଙ୍କ ସମେତ ଅନ୍ତର୍ଜାତୀୟ ମହିଳା କୁସ୍ତିଯୋଦ୍ଧା ଓ ଅଲିମ୍ପିଆନ୍‌ମାନେ ମାନସିକ ନିର୍ଯାତନା ଏବଂ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ। ବ୍ରିଜ୍‌ଭୂଷଣଙ୍କୁ ଡବ୍ଲ୍ୟୁଏଫ୍‌ଆଇ ଅଧ୍ୟକ୍ଷ ପଦରୁ ହଟାଇବା ଓ ଗିରଫ କରିବା ଦାବିରେ ସେମାନେ ଦିଲ୍ଲୀର ଯନ୍ତରମନ୍ତରରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂ ଠାକୁର କୁସ୍ତିଯୋଦ୍ଧାମାନଙ୍କ ସହ ଆଲୋଚନା କରି ତଦନ୍ତ କମିଟି ଗଠନ କରିଥିଲେ। କିନ୍ତୁ ସେଥିରୁ କିଛି ସୁଫଳ ନ ମିଳିବାରୁ କୁସ୍ତିଯୋଦ୍ଧାମାନେ ଯନ୍ତରମନ୍ତରରେ ଗତ ଏପ୍ରିଲ ୨୩ରୁ ପୁଣି ଧାରଣା ଦେଇଥିଲେ। ଏତଲା ସତ୍ତ୍ୱେ ଦିଲ୍ଲୀ ପୋଲିସ ଏଫ୍‌ଆଇଆର୍‌ ନ କରିବାରୁ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ପରେ ଦିଲ୍ଲୀ ପୋଲିସ ବ୍ରିଜ୍‌ଭୂଷଣଙ୍କ ବିରୋଧରେ ୨ଟି ଏଫ୍‌ଆଇଆର୍‌ ରୁଜୁ କରିଥିଲା। ଜଣେ ନାବାଳିକା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ଶିଶୁଙ୍କୁ ଯୌନ ଅପରାଧରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ (ପୋକ୍ସୋ) ଆଇନ ବଳରେ ପ୍ରଥମ ମାମଲା ରୁଜୁ ହୋଇଥିବାବେଳେ ଶାଳୀନତା ଭଙ୍ଗ ଅଭିଯୋଗରେ ଦ୍ୱିତୀୟ ଏଫ୍‌ଆଇଆର୍‌ ହୋଇଛି। କିନ୍ତୁ ବାହୁବଳି ତଥା ପ୍ରଭାବଶାଳୀ ଭାଜପା ନେତା ବ୍ରିଜ୍‌ଭୂଷଣଙ୍କୁ ଅଦ୍ୟାବଧି ଗିରଫ କରାଯାଇ ନାହିଁ। ଏହାର ପ୍ରତିବାଦରେ ରବିବାର ସକାଳେ କୁସ୍ତିଯୋଦ୍ଧାମାନେ ମହିଳା ମହାପଞ୍ଚାୟତ ଆୟୋଜନ ପାଇଁ ଯନ୍ତରମନ୍ତର ଧାରଣାସ୍ଥଳରୁ ନୂଆ ସଂସଦ ଭବନ ଅଭିମୁଖେ ବାହାରିଥିଲେ। ସେମାନଙ୍କ ସହ କେତେଜଣ କୃଷକ ନେତା ଓ ଖାପ୍‌ ପଞ୍ଚାୟତ ନେତା ମଧ୍ୟ ଶୋଭାଯାତ୍ରାରେ ଯାଉଥିଲେ। କିନ୍ତୁ ଦିଲ୍ଲୀ ପୋଲିସ ସେମାନଙ୍କୁ ମାଡ଼ ମାରି ବସ୍‌ରେ ବିଭିନ୍ନ ସ୍ଥାନକୁ ନେଇଯାଇଥିଲା। ବିକ୍ଷୋଭସ୍ଥଳରୁ ଖେଳାଳିଙ୍କ କୋଟ, ମ୍ୟାଟ୍ରେସ୍‌, କୁଲର, ପଙ୍ଖା ଓ ତାରପଲିନ୍‌ ହଟାଇ ଦେଇଥିଲା। ପୋଲିସର ବାରଣ ସତ୍ତ୍ୱେ କେତେଜଣ ବିକ୍ଷୋଭକାରୀ ଆଗକୁ ବଢ଼ିବାରେ ଲାଗିଥିଲେ। ଭିନେଶ ଫୋଗତ, ତାଙ୍କ ସମ୍ପର୍କୀୟା ଭଉଣୀ ସଙ୍ଗୀତା ଫୋଗତ ଓ ସାକ୍ଷୀ ମଲିକ ବ୍ୟାରିକେଡ୍‌ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ଫଳରେ ପୋଲିସ କର୍ମଚାରୀମାନେ ସେମାନଙ୍କ ସହ କେତେଜଣ ସମର୍ଥକଙ୍କ ଉପରେ ବଳ ପ୍ରୟୋଗ କରିବାକୁ ପଛାଇ ନ ଥିଲେ। ସେମାନଙ୍କୁ ଘୋଷାଡ଼ି ନେଇ ପୁଣି ବସ୍‌ରେ ବସାଇଥିଲେ। ଏନେଇ ସ୍ପେଶାଲ ସିପି (ଆଇନଶୃଙ୍ଖଳା) ଦୀପେନ୍ଦ୍ର ପାଠକ କହିଛନ୍ତି, ଆଇନଶୃଙ୍ଖଳା ଭଙ୍ଗ ଅଭିଯୋଗରେ ସେମାନଙ୍କୁ ଅଟକ ରଖାଯାଇଛି। ତଦନ୍ତ ପରେ ଉପଯୁକ୍ତ ସମୟରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବଜରଙ୍ଗଙ୍କୁ ମୟୂରବିହାର ଥାନାରେ ଅଟକ ରଖାଯାଇଥିବାବେଳେ ସାକ୍ଷୀଙ୍କୁ ବୁରାରି ଏବଂ ଭିନେଶ ଓ ସଙ୍ଗୀତାଙ୍କୁ କାଲକାଜୀ ଥାନାକୁ ନିଆଯାଇଛି। ପୋଲିସର ମାତ୍ରାଧିକ ବଳ ପ୍ରୟୋଗକୁ ସର୍ବାଧିକ ପ୍ରତିରୋଧ କରିଥିବା ଭିନେଶ କାନ୍ଦି କାନ୍ଦି କହୁଥିଲେ, ନ୍ୟାୟ ମାଗିବାରୁ ଆମକୁ ଦଣ୍ଡିତ କରାଯାଉଛି। କିନ୍ତୁ ଅଭିଯୁକ୍ତଙ୍କୁ ସରକାର ସୁରକ୍ଷା ଦେଉଛନ୍ତି। ବଜରଙ୍ଗ କହିଥିଲେ, ଅଭିଯୁକ୍ତ ପୋକ୍ସୋ ଆଇନରେ ସଂଶୋଧନ ଆଣିବା କଥା କହୁଥିବାବେଳେ ସରକାର ତାଙ୍କ ବିରୋଧରେ କିଛି କରୁନାହାନ୍ତି। ଆଥ୍‌ଲେଟ୍‌ମାନେ ହାତ ଯୋଡ଼ି ନ୍ୟାୟ ମାଗୁଥିବାବେଳେ ସରକାର ଏପରି ବ୍ୟବହାର ଦେଖାଉଛନ୍ତି। ଆମର ୨,୦୦୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କୁ ଅଟକ ରଖାଯାଇଛି। ସବୁଠି ଏକଚ୍ଛତ୍ରବାଦ ଚାଲିଛି। ସାକ୍ଷୀ ଟୁଇଟ୍‌ କରିଛନ୍ତି, ଆମ ଚାମ୍ପିୟନ୍‌ମାନଙ୍କ ସହ କିପରି ବ୍ୟବହାର କରାଯାଉଛି ତାହା ବିଶ୍ୱ ଦେଖୁଛି। ଝାଳ ଓ ରକ୍ତ ବୁହାଇ ଦେଶ ପାଇଁ ମେଡାଲ ଆଣିବା ଯଦି ଆମର ଭୁଲ୍‌ ତେବେ ଆମକୁ ଫାଶୀ ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ବୁଲାଣି ରାସ୍ତାରେ ଅଘଟଣ: ଓଭରଟେକ୍‌ କରିବା ବେଳେ ଓଲଟି ପଡ଼ିଲା ବସ୍‌, ୧୪ ଯାତ୍ରୀ…

ଗଜପତି/ମୋହନା,୧୪।୨(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର )): ଗଜପତି ଜିଲା ଚାନ୍ଦିପୁଟ କଲେଜ ନିକଟରେ ଥିବା ବୁଲାଣି ରାସ୍ତାରେ ଶନିବାର ବଡ଼ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଥିବା ମାଟି ଅତଡ଼ାରେ…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ପ୍ରେମ ସପ୍ତାହରେ ପଢ଼ାଉଥିଲେ ପ୍ରେମପାଠ, ଛାତ୍ରୀଙ୍କୁ ଗୁଲଗୁଲା-ସିଙ୍ଗଡ଼ା ଡାକି ବନ୍ଧାହେଲେ ବିଜ୍ଞାନ ଶିକ୍ଷକ

ଦେବଗଡ଼,୧୪ା୨(ଶଶାଙ୍କ ଶେଖର ଝାଙ୍କର): ପ୍ରେମ ସପ୍ତାହରେ ବିଜ୍ଞାନ ଶିକ୍ଷକ ସ୍କୁଲ ଛାତ୍ରୀଙ୍କୁ ପ୍ରେମର ପାଠ ପଢ଼ାଉଥିବା ଘଟଣାରେ ଶନିବାର ଗିରଫ ହେଇଥିବା ଜଣାପଡ଼ିଛି। ଖବର ମୁତାବକ କୁଣ୍ଢେଇଗୋଳା…

ବିଧାୟକଙ୍କ ବଡ଼ ବୟାନ: ଏଣିକି ତଡ଼ିପାର୍‌ ହେବେ ସହରର…

ବରଗଡ଼,୧୪ା୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ବିକାଶ ଆଡ଼କୁ ମୁହାଁଉଛି। ମାତ୍ର ଏଠାରେ ଆଇନଶୃଙ୍ଖଳା ତଥା ସୁରକ୍ଷା ବ୍ୟବସ୍ଥା ହୁଗୁଳା ହୋଇପଡ଼ିଛି। ସ୍ଥାନୀୟ ଯୁବପିଢ଼ି ନିଶାଖୋର୍‌ ହୋଇ ପଥଭ୍ରଷ୍ଟ…

ଜୀବିତ ବୃଦ୍ଧାଙ୍କୁ ମୃତ ସଜାଇ ୪ ବର୍ଷ ହେଲା ମୁହଁରୁ ଦାନା ଛଡ଼ାଇ ନେଇଛନ୍ତି, ଏଯାଏ ମିଳିନି ଆବାସ କି…

ଥୁଆମୂଳ ରାମପୁର,୧୪ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ଅଡ୍ରି ପଞ୍ଚାୟତସ୍ଥିତ ଦୋଲଗୁଡ଼ା (ଟଟା ପଡ଼ା) ଗ୍ରାମରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳିଛି, ତାହା ବିକାଶର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri