୯ ମାସରେ ୧୪ ଥର ପ୍ଲାଜମା ଦାନ କରିସାରିଲେଣି ଏହି ବ୍ୟକ୍ତି; ବନ୍ଧୁମାନେ ଡାକୁଛନ୍ତି ‘ପ୍ଲାଜମା ବ୍ୟାଙ୍କ’

ନୂଆଦିଲ୍ଲୀ,୧୫।୫: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହର ଯୋଗୁ ସଂକ୍ରମଣ ନିୟନ୍ତ୍ରଣକୁ ଆସିବାର ନାଁ ଧରୁନାହିଁ। ଦୈନିକ ହଜାର ହଜାର ସଂଖ୍ୟାରେ ଲୋକ ସଂକ୍ରମିତ ହେଉଥିବା ବେଳେ କିଛି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି। ସେହିଭଳି କିଛି ଅନ୍ୟଙ୍କ ଜୀବନ ବଞ୍ଚାଇବା ଲାଗି ନିଜ ଜୀବନ ବାଜି ଲଗାଇବାକୁ ପଛାଉନାହାନ୍ତି। ସେଭଳି ଜଣେ କରୋନା ଯୋଦ୍ଧା ଏବେ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ପୁଣେର ଅଜୟ ମୁନୋଟ ସର୍ବାଧିକ ଥର ପ୍ଲାଜମା ଦାନ କରି ରେକର୍ଡ କରିଛନ୍ତି। ସେ ୯ ମାସରେ ୧୪ ଥର ପ୍ଲାଜମା ଦାନ କରି ସାରିଛନ୍ତି।

୫୦ ବର୍ଷୀୟ ଅଜୟ ଜଣେ ରଣନୀତି ପରାମର୍ଶଦାତା ଭାବେ କାର୍ଯ୍ୟ କରନ୍ତି। ସେ ଏଯାବତ ୧୪ଥର ପ୍ଲାଜମା ଦାନ କଲେଣି। ଏହି ମହତ କାର୍ଯ୍ୟ ଯୋଗୁ ଅନେକ ଜୀବନ ରକ୍ଷା ପାଇଛି। ଅପରପକ୍ଷେ ଜଣେ ବ୍ୟକ୍ତି ୧୪ ଥର ପ୍ଲାଜମା ଦାନ କରିବା ଘଟଣା ପ୍ରଥମ। ଏହି ଦାବି ସତ୍ୟ ପ୍ରମାଣିତ ହେବା ପରେ ‘ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌୍‌’ ମଧ୍ୟ ତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛି।
ଜୁଲାଇ ୨୦୨୦ରେ ଅଜୟ କରୋନାରେ ସଂକ୍ରମିତ ହୋଇଥିଲେ। ସେତେବେଳେ ତାଙ୍କୁ କୋଭିଡ-୧୯ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ସେଠାରେ ମହାମାରୀ ବିରୋଧ ଲଢ଼େଇରେ ସେ ବିଜୟୀ ହୋଇଥିଲେ। ଏହାପରଠାରୁ ସେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ଲାଜମା ଦାନ ଜାରି ରଖିଛନ୍ତି। ଗତ ୯ ମାସ ଭିତରେ ସେ ପ୍ରାୟ ୧୪ଥର ଏଭଳି କଲେଣି। ଯେପର୍ଯ୍ୟନ୍ତ ଶରୀରରେ ଆଣ୍ଟିବଡ଼ି ଗଠନ ହେଉଥିବ ସେତେବେଳଯାଏ ସେ ପ୍ଲାଜମା ଦାନ ଜାରି ରଖିବେ। ଏବେ ଅଜୟଙ୍କ ଘନିଷ୍ଠ ବନ୍ଧୁ ଏବଂ ସମ୍ପର୍କୀୟମାନେ ତାଙ୍କୁ ପ୍ଲାଜମା ବ୍ୟାଙ୍କ ବୋଲି ମଧ୍ୟ କହୁଛନ୍ତି।

ସେ କୁହନ୍ତି, ଯେତେବେଳେ ସେ କରୋନା ଭୂତାଣୁକୁ ହରାଇବା ପରେ ଘରକୁ ଆସିଥିଲେ, ସେତେବେଳେ ସେ ସୋସିଆଲ ମିଡିଆରୁ ପ୍ଲାଜମା ଲାଗି ଲୋକେ ନିବେଦନ କରୁଥିବା ଦେଖିବାକୁ ପାଇଥିଲେ। ଏହା ପରେ ସେ ଏକ ଗରିବ ପରିବାରକୁ ପ୍ରଥମେ ପ୍ଲାଜମା ଦାନ କରିଥିଲେ। ଏହାଦ୍ୱାରା ସେ ଉକ୍ତ ପରିବାରର ମା’ଙ୍କ ଜୀବନ ରକ୍ଷା କରିପାରିଥିଲେ। ତେବେ ପ୍ଲାଜମା ଦାନ କରିବା ଯୋଗୁ ତାଙ୍କର କୌଣସି ଅସୁବିଧା ହୋଇନାହିଁ। ଯେତେଦିନ ଶରୀରରେ ଆଣ୍ଟିବଡ଼ି ହେଉଥିବ ସେ ଦାନ ଜାରି ରଖିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟିରେ ପ୍ଲାଷ୍ଟିକ୍‌ ପୋତିହୋଇ ଜଳଧାରଣ ହ୍ରାସ

ପଟ୍ଟାମୁଣ୍ଡାଇ,୧ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାର ବହୁଳ ଭାବରେ ବଢ଼ିଚାଲିଛି। ସହର ସାରା କୁଢ଼ କୁଢ଼ ପ୍ଲାଷ୍ଟିକ ଅଳିଆ ଓ ଆବର୍ଜନା…

‘ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ମହାମନିଷୀଙ୍କ ଅବଦାନ ଅବିସ୍ମରଣୀୟ’

କେନ୍ଦୁଝର,୧ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ପବିତ୍ର ଓଡ଼ିଶା ଦିବସରେ ଜିଲା ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ଜିଲା ସଦରମହକୁମାଠାରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ଜିଲାପାଳଙ୍କ…

‘ଆତ୍ମନିର୍ଭର ଓଡ଼ିଶା ଗଠନ ପାଇଁ ସରକାର ସଂକଳ୍ପବଦ୍ଧ’

ସାକ୍ଷୀଗୋପାଳ,୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ ସ୍ମୃତିପୀଠ ପୁରୀ ଜିଲାର ସତ୍ୟବାଦୀରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ ବୁଧବାର ପାଳିତ ହୋଇଛି। ଏହି…

‘ଆପଣ ଦ୍ବିତୀୟ ଥର ଧୋକା ଦେଇପାରିବେନି’…ଟ୍ରମ୍ପଙ୍କୁ ଗାଳି କରି ହାତ ଛାଡିଦେଲା ସ୍ପେନ

ନୂଆଦିଲ୍ଲୀ,୧।୪: ଇରାନ ସହିତ ସଂଘର୍ଷ କରି ଆମେରିକା ସାହାଯ୍ୟ ପାଇଁ ୟୁରୋପକୁ ଚାହିଁ ରହିଛି । ତଥାପି, ଏହି ଅଞ୍ଚଳର ଚାରିଟି ରାଷ୍ଟ୍ର ସ୍ପଷ୍ଟ ଭାବରେ ସ୍ପଷ୍ଟ କରିଛନ୍ତି…

ତୁମୁଡ଼ିବନ୍ଧ ବ୍ଲକ କାର୍ଯ୍ୟାଳୟରେ ଓଡ଼ିଆ ଦିବସ ପାଳନ

ତୁମୁଡ଼ିବନ୍ଧ,୧ା୩(ଦୀପକ କୁମାର ପରାସେଠ୍‌): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟର ସଭା ଗୃହରେ ୯୧ତମ ଓଡ଼ିଆ ଦିବସ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତୁମୁଡିବନ୍ଧ ବ୍ଲକ ମଙ୍ଗଳ…

ଜୁଲାଇରେ ଜିମ୍ବାୱେ ଗସ୍ତ କରିବ ଟିମ୍ ଇଣ୍ଡିଆ, ଟି-୨୦ ସିରିଜରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିବ କି ସୁଯୋଗ ?

ନୂଆଦିଲ୍ଲୀ,୧।୪: ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଭାରତୀୟ ଦଳର ଏହି ଗସ୍ତ ଜୁଲାଇରେ ହେବାକୁ ଯାଉଛି। ଏହି ଗସ୍ତ ସମୟରେ ତିନି ମ୍ୟାଚ୍…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଗ୍ରାମସଭା: ଏକର ପିଛା ଏତିକି କୋଟି ଦାବି

ପାଟଣା, ୧।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଅଞ୍ଚଳ ରେ ପ୍ରସ୍ତାବିତ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଚେମଣା ପଞ୍ଚାୟତ ଅଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri