କ୍ୟାରୋଲିନ୍‌ଙ୍କୁ ପୁଲିଜର ପୁରସ୍କାର

ଓ୍ବାଶିଂଟନ୍‌,୧୦ା୫: ସାମ୍ବାଦିକତା ଓ କଳା କ୍ଷେତ୍ରରେ ଉତ୍କର୍ଷକୁ ସମ୍ମାନ ଦେବା ପାଇଁ ୧୯୧୭ ମସିହାରୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଆସୁଛି। ସାମ୍ବାଦିକତା, ପୁସ୍ତକ, ଡ୍ରାମା ଓ ସଙ୍ଗୀତ କ୍ଷେତ୍ରର ୨୩ଟି ବର୍ଗରେ ଏହି ମର୍ଯ୍ୟାଦାଜନକ ବାର୍ଷିକ ପୁରସ୍କାର ଦିଆଯାଇଥାଏ। ଚଳିତବର୍ଷ ସାମ୍ବାଦିକତା କ୍ଷେତ୍ରରେ ନ୍ୟାଶନାଲ ରିପୋର୍ଟିଂ ପାଇଁ କ୍ୟାରୋଲିନ କିଚ୍‌ନେର(ଓ୍ବାଶିଂଟନ୍‌ ପୋଷ୍ଟ)ଙ୍କୁ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ଆମେରିକାରେ ମହିଳାଙ୍କ ଗର୍ଭପାତ ଅଧିକାର ସମ୍ପର୍କିତ ‘ରୋ ବନାମ ଓ୍ବେଡ୍‌’ ମାମଲାକୁ ସୁପ୍ରିମକୋର୍ଟ ପଲଟାଇଦେବା ପରେ ଗର୍ଭବତୀଙ୍କ ଜୀବନ ଉପରେ ଏହି ରାୟର ପ୍ରଭାବ ସମ୍ପର୍କରେ କ୍ୟାରୋଲିନ୍‌ ରିପୋର୍ଟିଂ କରି ଚର୍ଚ୍ଚାକୁ ଆସିଥିଲେ। ଅନ୍ତର୍ଜାତୀୟ ରିପୋର୍ଟିଂ ପାଇଁ ନ୍ୟୁୟର୍କ ଟାଇମ୍ସକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ରୁଷିଆର ୟୁକ୍ରେନ୍‌ ଆକ୍ରମଣ ଏବଂ ବୁଚା ସହରରେ ୟୁକ୍ରେନୀୟଙ୍କ ମୃତ୍ୟୁର ତଦନ୍ତ ଉପରେ ନ୍ୟୁୟର୍କ ଟାଇମ୍ସର ଷ୍ଟାଫ୍‌ଙ୍କ କଭରିଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଥିଲା।
ଫିକ୍ସନ ପାଇଁ ପୁଲିଜର ପୁରସ୍କାର ଦୁଇଜଣ ଲେଖକଙ୍କୁ ଦିଆଯାଇଛି। ସେମାନେ ହେଲେ ବାରବରା କିଙ୍ଗ୍‌ସେଲ୍‌ଭର ଏବଂ ହର୍ନାନ୍‌ ଦିଆଜ୍‌। ବାରବରାଙ୍କ ‘ଡେମୋନ୍‌ କୋପରହେଡ୍‌’ରେ ଚାଲର୍‌ସ ଡିକେନ୍‌ଙ୍କ କ୍ଲାସିକ୍‌ ‘ଡେଭିଡ୍‌ କୋପରଫିଲ୍ଡ’ର ପୁନଃ ଅବତାରଣା କରାଯାଇଥିବାବେଳେ ହର୍ନାନ୍‌ଙ୍କ ‘ଟ୍ରଷ୍ଟ’ରେ ଏକ ଆମେରିକୀୟ ପରିବାର ସମ୍ପର୍କରେ ଉଲ୍ଲେଖ କରାଯାଇଛି। ସେହିପରି ୨୦୨୦ରେ ଅନ୍ତର୍ଜାତୀୟ ସ୍ତରରେ ସାମାଜିକ ପରିବର୍ତ୍ତନ ପାଇଁ ଆନ୍ଦୋଳନକୁ ପ୍ରେରିତ କରିଥିବା ଆମେରିକୀୟ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କ ଜୀବନୀ ଆଧାରିତ ‘ହିଜ୍‌ ନେମ୍‌ ଇଜ୍‌ ଜର୍ଜ ଫ୍ଲଏଡ୍‌: ଓ୍ବାନ୍‌ ମ୍ୟାନ୍ସ ଲାଇଫ୍‌ ଆଣ୍ଡ୍‌ ଦି ଷ୍ଟ୍ରଗଲ ଫର୍‌ ରେସିକାଲ୍‌ ଜଷ୍ଟିସ୍‌’କୁ ନନ୍‌-ଫିକ୍ସନ ବର୍ଗରେ ମନୋନୀତ କରାଯାଇଛି। ରବର୍ଟ ସାମୁଏଲ୍‌ ଏବଂ ତୋଲୁସେ ଓଲୋରୁନ୍ନିପା ହେଉଛନ୍ତି ଏହାର ରଚୟିତା। ବାୟୋଗ୍ରାଫି ବର୍ଗରେ ବ୍ରେଭରଲି ଗେଜ୍‌ଙ୍କୁ ୨୦୨୩ ପୁଲିଜର ପୁରସ୍କାର ପ୍ରଦାନ କରାଯାଇଛି। ‘ଜି-ମ୍ୟାନ୍‌: ଜେ. ଏଡ୍‌ଗାର ହୁଭର ଆଣ୍ଡ୍‌ ଦି ମ୍ୟାକିଙ୍ଗ୍‌ ଅଫ୍‌ ଆମେରିକାନ୍‌ ସେଞ୍ଚୁରି’ରେ ସେ ଜେ. ଏଡ୍‌ଗାର ହୁଭରଙ୍କ ଜୀବନୀ ଲେଖିଛନ୍ତି। ହୁଭରଙ୍କୁ ଆମେରିକା ଇତିହାସର ଅନ୍ୟତମ ଧ୍ରୁବୀକରଣ ସୃଷ୍ଟିକାରୀ ବ୍ୟକ୍ତିତ୍ୱ ବୋଲି ବିବେଚନା କରାଯାଏ। ସେ ଦୀର୍ଘ ସମୟ ଧରି ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ୍‌ (ଏଫ୍‌ବିଆଇ) ନିର୍ଦ୍ଦେଶକ ରହିଥିଲେ। ମୋମୋଇର୍‌ ବା ଅଟୋବାୟୋଗ୍ରାଫି ବର୍ଗରେ ‘ଷ୍ଟେ ଟ୍ରୁ’ ପୁସ୍ତକର ରଚୟିତା ହୁଆ ସୁ ପୁଲିଜର ପୁରସ୍କାର ବିଜେତା ହୋଇଛନ୍ତି। ସେହିପରି କାର୍ଲ ଫିଲିଫ୍ସଙ୍କ ‘ଦେନ୍‌ ଦି ଓ୍ବାର: ଆଣ୍ଡ୍‌ ସିଲେକ୍ଟେଡ୍‌ ପୋଏମ୍ସ, ୨୦୦୭-୨୦୨୦’ କବିତା ସଙ୍କଳନକୁ ପୁରସ୍କୃତ କରାଯାଇଛି। ଜେଫରସନ୍‌ କାଓଇ ଇତିହାସ ବର୍ଗରେ ଏହି ପୁରସ୍କାର ପାଇଛନ୍ତି। ତାଙ୍କ ଦ୍ୱାରା ଲିଖିତ ‘ଫ୍ରିଡମ୍ସ ଡୋମିନିଅନ୍‌: ଏ ସାଗା ଅଫ୍‌ ହ୍ବାଇଟ୍‌ ରେଜିଷ୍ଟାନ୍ସ ଟୁ ଫେଡେରାଲ ପାଓ୍ବାର’ ଊନବିଂଶ ଓ ବିଂଶ ଶତାବ୍ଦୀରେ ଅଲ୍‌ବାବାମାର ଏକ କାଉଣ୍ଟିରେ ଚାଲିଥିବା ଉପନିବେଶ ଓ ଦାସତ୍ୱ ପ୍ରଥା ଉପରେ ଆଧାରିତ। ସରକାର ବିରୋଧୀ ଏବଂ ବୈଷମ୍ୟ ବିଚାରଧାରା ମଧ୍ୟରେ ଥିବା ସମ୍ପର୍କକୁ ଏହି ପୁସ୍ତକରେ ରେଖାଙ୍କିତ କରାଯାଇଛି। ସନାଜ୍‌ ତୁସିଙ୍କ ‘ଇଂଲିଶ୍‌’କୁ ଚଳିତବର୍ଷର ଡ୍ରାମା ବର୍ଗରେ ପୁଲିଜର ପୁରସ୍କାର ଦିଆଯାଇଛି। ତେହରାନସ୍ଥିତ ଏକ ସ୍କୁଲରେ ଇଂଲିଶ୍‌ରେ ପରୀକ୍ଷା ଦେବା ପାଇଁ ପ୍ରସ୍ତୁତ ହେଉଥିବା ୪ ଜଣ ବୟସ୍କ ଇରାନୀୟଙ୍କୁ ନେଇ ଏହି ଡ୍ରାମାର କାହାଣୀ ଗତିଶୀଳ ହୋଇଛି। ଇତିମଧ୍ୟରେ ମ୍ୟୁଜିକ୍‌ ବର୍ଗରେ ଆଲ୍‌ବମ୍‌ ‘ଓମାର’ପାଇଁ ରିଆନୋନ୍‌ ଗିଡ୍ଡେନ୍ସ ଏବଂ ମାଇକେଲ୍‌ ଆବେଲ୍ସଙ୍କୁ ପୁରସ୍କାର ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri