Posted inଖେଳ

ବୋଲରଙ୍କୁ ଥକେଇ ଦେଲେ ପୂଜାରା, କୋହଲି

ଲିଡ୍ସ,୨୭।୮: ସ୍ଥାନୀୟ ଲିଡ୍ସ ଗ୍ରାଉଣ୍ଡରେ ଚାଲିଥିବା ତୃତୀୟ ଟେଷ୍ଟକୁ ୩ୟ ଦିନରେ ଜିତି ନେବାକୁ ଆଶା ରଖିଥିଲା ଇଂଲଣ୍ଡ। କିନ୍ତୁ ଘରୋଇ ବୋଲରଙ୍କୁ ଥକେଇ ଦେଇଛନ୍ତି ଟିମ୍‌ ଇଣ୍ଡିଆର ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଓ ଅଧିନାୟକ ବିରାଟ କୋହଲି। ଦୁହିଁଙ୍କ ବ୍ୟାଟିଂ ଯୋଗୁ ଚଳିତ ଟେଷ୍ଟରେ ରୋଚକ ମୋଢ଼ ଆସିଛି। ପ୍ରଥମ ଇନିଂସରେ ୭୮ ରନ୍‌ କରିଥିବା ଟିମ୍‌ ଇଣ୍ଡିଆ ତୃତୀୟ ଦିନ ଶେଷ ସୁଦ୍ଧା ଦ୍ୱିତୀୟ ପାଳିରେ ମାତ୍ର ୨ ଉଇକେଟ ହରାଇ ୨୧୫ ରନ୍‌ କରିଛି। ମ୍ୟାଚ୍‌ରେ ଆହୁରି ଦୁଇ ଦିନ ଥିବା ବେଳେ ଭାରତକୁ ଇନିଂସ ପରାଜୟ ଏଡ଼ାଇବା ଲାଗି ଆଉ ୧୩୯ ରନ୍‌ ଦରକାର।

ଶୁକ୍ରବାର ଇଂଲଣ୍ଡ ତା’ର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୨୩/୮ରୁ ବ୍ୟାଟିଂ ଆରମ୍ଭ କରି ୪୩୨ରେ ଅଲଆଉଟ୍‌ ହୋଇଯାଇଥିଲା। ୩୫୪ ରନ୍‌ ପଛରେ ଥିବା ଭାରତ ଆରମ୍ଭରୁ ହରାଇଥିଲା ଲୋକେଶ ରାହୁଲ (୮)ଙ୍କ ଉଇକେଟ୍‌। ଅନ୍ୟତମ ଓପନର ରୋହିତ ଶର୍ମା ଓ ଚେତେଶ୍ୱର ପୂଜାରା ଇଂଲଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ଦୁଇ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ଉଇକେଟ ଲାଗି ଦଳୀୟ ସ୍କୋରରେ ଯୋଡ଼ିଥିଲେ ୮୨ ରନ୍‌। ଅର୍ଦ୍ଧଶତକ ପୂରଣ କରିବା ପରେ ପ୍ୟାଭିଲିୟନ ଫେରିଯାଇଥିଲେ ରୋହିତ (୫୯)। ଏହାପରେ ଅଧିନାୟକ ବିରାଟ କୋହଲି (୪୫*) ଓ ପୂଜାରା (୯୧*)ଙ୍କ ଯୋଡ଼ି ଘରୋଇ ବୋଲରଙ୍କୁ ଆଉ ଉଇକେଟ ନେବାକୁ ସୁଯୋଗ ଦେଇ ନ ଥିଲା। ଦୁହେଁ ଅବିଭାଜିତ ୩ୟ ଉଇକେଟ ପାଇଁ ୯୯ ରନ୍‌ ଯୋଡ଼ିଛନ୍ତି। ୩ୟ ଦିନ ଶେଷ ସୁଦ୍ଧା ଭାରତ ୨ ଉଇକେଟ ହରାଇ ୨୧୫ ରନ୍‌ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri