ବେଆଇନ ମଦ କାରବାର ବିରୋଧରେ ଜନ ଆନ୍ଦୋଳନ: ୪ ମଦ ଦୋକାନ ସିଲ କଲା ପୋଲିସ

ଦିଗପହଣ୍ଡି/ସାନଖେମୁଣ୍ଡି,୨।୪(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମର ମେଡ଼ିକାଲ ଛକ, ବଜାର ଛକ ସମେତ ଗାଁ’ର ଗଳିକନ୍ଦିରେ ବେଆଇନ ଭାବେ ମଦ ବିକ୍ରି ପ୍ରତିବାଦରେ ଜନ ଆନ୍ଦୋଳନ ମୁଣ୍ଡ ଟେକିଛି। ଏନେଇ ଗାଁ’ରେ ଚାପା ଉତ୍ତେଜନା ଲାଗି ରହିଛି। ମଦ ମାଫିଆ ମାନେ ସରକାରୀ ଜମିକୁ ଜବରଦଖଲ କରି ଫାଷ୍ଟଫୁଡ୍ ଦୋକାନ ନାଁରେ ବେଆଇନ ଭାବେ ନିର୍ଭୟରେ ମଦ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଫଳରେ ସ୍ଥାନୀୟ ଅଞ୍ଚଳବାସୀ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ମେଡ଼ିକାଲ ନିକଟରେ ଖୁଲମ୍ ଖୁଲା ଦେଶୀବିଦେଶୀ ମଦ ବିକ୍ରି ହେଉଥିବା ଫଳରେ ରୋଗୀମାନେ ମେଡିକାଲ ଯିବା ପାଇଁ ଭୟ କରୁଛନ୍ତି। କଲେଜ ଛାତ୍ରୀଛାତ୍ରମାନେ ବିଭିନ୍ନ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଦୋରାତ୍ମ୍ୟରେ ଅତିଷ୍ଠ ହେଉଛନ୍ତି। ପ୍ରତିବାଦରେ ବୁଧବାର କଙ୍କୋରଡ଼ା ଏବଂ ଗମ୍ଭାରିଗୁଡ଼ା ଗ୍ରାମର ୩ ଶହରୁ ଉର୍ଦ୍ଧ୍ବ ମହିଳା ପୁରୁଷ ପାଟପୁର ଥାନା ଓ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ସହ ଗାଁ’ରେ ବେଆଇନ ମଦ କାରବାର ବନ୍ଦ କରିବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡିଛି।

ଗତ ରବିବାର ଗମ୍ଭାରୀଗୁଡ଼ା ଗ୍ରାମର ଜଣେ ଯୁବକଙ୍କୁ ମଦ ବ୍ୟବସାୟୀଙ୍କ ଦ୍ଵାରା ନିୟୋଜିତ କିଛି ଯୁବକ ନିସ୍ତୁକ ମାଡ଼ ମାରିଥିଲେ। ଯୁବକଙ୍କ ବାପା ମା’ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଇଥିଲା। ଏନେଇ ରବିବାର ରାତିରେ ପାଟପୁର ଥାନାରେ ଏତଲା ଦିଆଯାଇଥିଲା। ଘଟଣାର ୩ ଦିନ ବିତି ଯାଇଥିଲେ ଅଭିଯୁକ୍ତ ମାନଙ୍କୁ ପୋଲିସ ଗିରଫ କରୁନଥିବା ପ୍ରତିବାଦରେ ଗ୍ରାମବାସୀ ମେଳି ବାନ୍ଧିଛନ୍ତି।

ଗ୍ରାମର ବହୁ ସଂଖ୍ୟକ ମହିଳା ପୁରୁଷ ଏକତ୍ରିତ ହୋଇ ପାଟପୁର ଥାନାରେ ପହଞ୍ଚି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ସହ ସବିଶେଷ ଆଲୋଚନା କରିବା ପରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ସମସ୍ତ ଅଭିଯୁକ୍ତ ମାନଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ଆଇଆଇସି ପ୍ରତିଶ୍ରୁତି ଦେବା ପରେ ଉତ୍ତେଜିତ ଗ୍ରାମବାସୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକଙ୍କୁ ସାକ୍ଷାତ କରି ଗ୍ରାମରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ କରିବା ସହ ବେଆଇନ ମଦ ଦୋକାନ ବନ୍ଦ ପାଇଁ ଦାବୀ ପତ୍ର ପ୍ରଦାନ କରିଥିଲେ।

ଘଟଣାକୁ ଗୁରୁତ୍ୱର ସହ ବିଚାର କରି ପାଟପୁର ଥାନା ଆଇଆଇସି ,ତହସିଲଦାର  ଓ ଅବକାରୀ ବିଭାଗ ପକ୍ଷରୁ ସଦଳବଳେ ମିଳିତ ଚଢ଼ାଉ କରି କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ରୁ ଦିଗପହଣ୍ଡି ଅବକାରୀ ଏସ ଆଇ ଅନୀତା ପ୍ରଧାନ  ବିଦେଶୀ ମଦ ଜବତ କରିଥିଲେ।ପୋଲିସ ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଇଲାକାର ୪  ଟି ମଦ ଦୋକାନକୁ ସିଲ୍ କରାଯାଇଥିବା ବେଳେ ସମ୍ପୃକ୍ତ ଦୋକାନ ମାଲିକ ଙ୍କୁ ନୋଟିସ୍ କରାଯାଇଥିବା ନେଇ ଥାନା ଆଇଆଇସି,ଅବକାରୀ ଏସ.ଆଇ ଏବଂ ତହସିଲଦାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri