‘ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ’

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରିଆସୁଥିବାବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ ଦେଖିବାକୁ ମିଳିଛି।

ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ପର୍ବ। ଏଥିପାଇଁ ବ୍ରିଟିଶ ଅମଳରୁ ରହିଥିବା ପରମ୍ପରାକୁ ଗ୍ରୀନବାଡ଼ି ବାସିନ୍ଦା ପାଳନ କରିଆସୁଥିବା କହିଛନ୍ତି। ଏହି ପର୍ବର ଏକ ସପ୍ତାହ ପୂର୍ବରୁ ଥାନା ପକ୍ଷରୁ ଗ୍ରୀନବାଡ଼ି ଗ୍ରାମବାସୀଙ୍କୁ ଏହି ଦଶହରା ପୂଜାରେ ଯୋଗଦାନ କରିବାକୁ ସ୍ବତନ୍ତ୍ର ନିମନ୍ତ୍ରଣପତ୍ର ଦିଆଯାଇଥାଏ। ସେହି ନିମନ୍ତ୍ରଣ ପାଇବା ପରେ ଦଶହରା ଦିନ ଗ୍ରୀନବାଡ଼ି ବାସି ନିଜ ଠାକୁରାଣୀ, ଗ୍ରାମଦେବତାଙ୍କ ନିକଟରେ ଅଞ୍ଚଳର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିବା ସହ ଗାଁର ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ସବୁ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ଶଙ୍ଖ, ମହୁରୀ ବଜାଇ ବାଣ ଫୁଟାଇ ଥାନାରେ ପହଞ୍ଚିଥାନ୍ତି।

ଗ୍ରାମବାସୀଙ୍କ ପକ୍ଷରୁ ଛେଳି, ଦେଶୀମଦ ଓ ବିଭିନ୍ନ ସାମଗ୍ରୀ ନେଇ ଥାନାର ମୁଖ୍ୟଫାଟକରେ ପହଞ୍ଚିଥିଲେ। ସେଠି ଥାନା ପକ୍ଷରୁ ଗ୍ରାମବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯିବା ସହ ଥାନା ଭିତରକୁ ସ୍ବାଗତ କରାଯାଇଥିଲା ପରେ ଆଇଆଇସି ରମେଶ କୁମାର ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗ୍ରୀନବାଡ଼ି ଗ୍ରାମବାସୀ ଥାନାପରିସର ପୂଜାମଣ୍ଡପକୁ ସ୍ବାଗତ କରିଥିଲେ। ଏଥିସହ ଆଇଆଇଆସି ମଧ୍ୟ ଗ୍ରାମବାସୀଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିଥିଲେ। ପରେ ଥାନାର ସମସ୍ତ ଅଫିସରଙ୍କୁ ସ୍ବାଗତ କରାଯିବା ସହ ଦୁର୍ଗାପୂଜା ପାଇଁ ଜଳ ଉଠାଯାଇଥିଲା ଓ ସେଠାରୁ ଥାନାରେ ପହଞ୍ଚିବା ପରେ ଗ୍ରୀନବାଡ଼ିବାସୀ ପକ୍ଷରୁ ଥାନାରେ ଛେଳି ଓ ଦେଶୀମଦ ପ୍ରଦାନ କରାଯାଇଥିଲା। ଦଶହରା ପୂଜାରେ ଗ୍ରାମବାସୀ ସାମିଲ ହୋଇ ପ୍ରସାଦ ସେବନ କରି ଫେରିଥିଲେ।

ଏହି ପରମ୍ପରା କାହିଁ କେଉଁ କାଳରୁ ପାଳନ କରାଯାଉଥିବା ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁ-ସମ୍ପର୍କ ସ୍ଥାପନ ହେଇପାରୁଥିବା ପୋଲିସ କହିଛି । ଏହି ପରମ୍ପରା ବ୍ରିଟିଶ ପୋଲିସ ରହିଥିବା ସମୟରୁ ପାଳନ ହେଉଛି। ଦାରିଙ୍ଗବାଡ଼ି ଥାନା ପରିସର ମଧ୍ୟରେ ମା’ ପାଟ୍ଟଖଣ୍ଡା ପୂଜା ପାଉଛନ୍ତ। ଉକ୍ତ ପାଟ୍ଟଖଣ୍ଡାଙ୍କୁ ମଧ୍ୟ ଜଣେ ପୋଲିସ ଅଫିସର ସ୍ଥାପନ କରିଛନ୍ତି। ଜନସାଧାରଣ ଓ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ ବୋଲି ଅଞ୍ଚଳବାସୀ ଏହି ପରମ୍ପରାକୁ ବଜାୟ ରଖିଆସୁଛନ୍ତି।

କାର୍ଯ୍ୟକ୍ରମରେ ଥାନାର ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଲକ୍ଷ୍ମୀ ମାଝୀ, ବାସନ୍ତୀ ବେହେରା, ଏଏସ୍‌ଆଇ ଅର୍ଜୁନ ଶବର ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ପୂଜକ ଭାବେ ବୁଲୁ ତ୍ରିପାଠୀ, ଚନ୍ଦନ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ। ଏହି ଅବସରରେ ଥାନାର ଅସ୍ତ୍ରଶସ୍ତ୍ର, ନୂତନ ଷ୍ଟେଶନ ଡାଏରୀ ଓ ବିଭିନ୍ନ ଲୁହା ସାମଗ୍ରୀ ପୂଜାର୍ଚ୍ଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

ଗ୍ୟାସ ଓ ପେଟ୍ରୋଲ ପମ୍ପ ମାଲିକଙ୍କ ମନମାନୀ, ପ୍ରଶାସନର ନିର୍ଦ୍ଦେଶକୁ ବେଖାତିର କରୁଥିବା ଅଭିଯୋଗ, ତୁରନ୍ତ…

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ବିଶ୍ୱ ଖାଉଟି ଦିବସ ଅବସରରେ ଭଞ୍ଜନଗରଠାରେ ଖାଉଟି ସୁରକ୍ଷା ଓ ଅଧିକାରକୁ ନେଇ ଗମ୍ଭୀର ପ୍ରଶ୍ନ ଉଠିଛି। ସୋମବାର କାରଗିଲ ଭବନଠାରେ ଉପଭୋକ୍ତା…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

ହରମୁଜରେ ଫସିଲା ପାକିସ୍ତାନର ତେଲ ଜାହାଜ, ଇରାନ କଲା ବଡ଼ ଘୋଷଣା

ତେହରାନ,୧୭।୩: ଇରାନ ପାକିସ୍ତାନର ବାଣିଜି୍ୟକ ତୈଳ ଟ୍ୟାଙ୍କରକୁ ହରମୁଜ ମଧ୍ୟରେ ଏହାର କ୍ଷେତ୍ରୀୟ ଜଳସୀମା ଦେଇ ଯିବା ପାଇଁ ଅନୁମତି ପ୍ରଦାନ କରିଛି। ପାକିସ୍ତାନ ନ୍ୟାସନାଲ ସିପିଂ…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri