‘ଜନସାଧାରଣ-ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ’

ଦାରିଙ୍ଗବାଡ଼ି,୧୪ା୧୦(ଅରୁଣ ସାହୁ): ପୋଲିସର ନୀତି ବ୍ରିଟିଶ ଅମଳରୁ ଚାଲିଆସିଥିବା ଢଙ୍ଗକୁ ବଦଳାଇବା ପାଇଁ ଏବେ ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରୁଛି। ଧିରେ ଧିରେ ପୋଲିସ ଆଉ ସାଧାରଣଙ୍କ ସମ୍ପର୍କ ମଜଭୁତ କରିବାକୁ ପୋଲିସ ପ୍ରୟାସ କରିଆସୁଥିବାବେଳେ ପୋଲିସ ସହ ଲୋକଙ୍କ ନିଆରା ଢଙ୍ଗରେ ଦଶହରା ପର୍ବ ପାଳନ ଦେଖିବାକୁ ମିଳିଛି।

ପ୍ରକାଶ ଯେ, କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାରେ ନିଆରା ଢଙ୍ଗରେ ପାଳିତ ହୋଇଛି ଦଶହରା ପର୍ବ। ଏଥିପାଇଁ ବ୍ରିଟିଶ ଅମଳରୁ ରହିଥିବା ପରମ୍ପରାକୁ ଗ୍ରୀନବାଡ଼ି ବାସିନ୍ଦା ପାଳନ କରିଆସୁଥିବା କହିଛନ୍ତି। ଏହି ପର୍ବର ଏକ ସପ୍ତାହ ପୂର୍ବରୁ ଥାନା ପକ୍ଷରୁ ଗ୍ରୀନବାଡ଼ି ଗ୍ରାମବାସୀଙ୍କୁ ଏହି ଦଶହରା ପୂଜାରେ ଯୋଗଦାନ କରିବାକୁ ସ୍ବତନ୍ତ୍ର ନିମନ୍ତ୍ରଣପତ୍ର ଦିଆଯାଇଥାଏ। ସେହି ନିମନ୍ତ୍ରଣ ପାଇବା ପରେ ଦଶହରା ଦିନ ଗ୍ରୀନବାଡ଼ି ବାସି ନିଜ ଠାକୁରାଣୀ, ଗ୍ରାମଦେବତାଙ୍କ ନିକଟରେ ଅଞ୍ଚଳର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିବା ସହ ଗାଁର ମହିଳା, ପୁରୁଷ ଓ ଛୋଟ ଛୋଟ ପିଲା ସବୁ ବିରାଟ ଶୋଭାଯାତ୍ରାରେ ବାଦ୍ୟ, ଶଙ୍ଖ, ମହୁରୀ ବଜାଇ ବାଣ ଫୁଟାଇ ଥାନାରେ ପହଞ୍ଚିଥାନ୍ତି।

ଗ୍ରାମବାସୀଙ୍କ ପକ୍ଷରୁ ଛେଳି, ଦେଶୀମଦ ଓ ବିଭିନ୍ନ ସାମଗ୍ରୀ ନେଇ ଥାନାର ମୁଖ୍ୟଫାଟକରେ ପହଞ୍ଚିଥିଲେ। ସେଠି ଥାନା ପକ୍ଷରୁ ଗ୍ରାମବାସୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯିବା ସହ ଥାନା ଭିତରକୁ ସ୍ବାଗତ କରାଯାଇଥିଲା ପରେ ଆଇଆଇସି ରମେଶ କୁମାର ପ୍ରଧାନଙ୍କୁ ତାଙ୍କ କାର୍ଯ୍ୟାଳୟରୁ ଗ୍ରୀନବାଡ଼ି ଗ୍ରାମବାସୀ ଥାନାପରିସର ପୂଜାମଣ୍ଡପକୁ ସ୍ବାଗତ କରିଥିଲେ। ଏଥିସହ ଆଇଆଇଆସି ମଧ୍ୟ ଗ୍ରାମବାସୀଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରିଥିଲେ। ପରେ ଥାନାର ସମସ୍ତ ଅଫିସରଙ୍କୁ ସ୍ବାଗତ କରାଯିବା ସହ ଦୁର୍ଗାପୂଜା ପାଇଁ ଜଳ ଉଠାଯାଇଥିଲା ଓ ସେଠାରୁ ଥାନାରେ ପହଞ୍ଚିବା ପରେ ଗ୍ରୀନବାଡ଼ିବାସୀ ପକ୍ଷରୁ ଥାନାରେ ଛେଳି ଓ ଦେଶୀମଦ ପ୍ରଦାନ କରାଯାଇଥିଲା। ଦଶହରା ପୂଜାରେ ଗ୍ରାମବାସୀ ସାମିଲ ହୋଇ ପ୍ରସାଦ ସେବନ କରି ଫେରିଥିଲେ।

ଏହି ପରମ୍ପରା କାହିଁ କେଉଁ କାଳରୁ ପାଳନ କରାଯାଉଥିବା ବେଳେ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଏକ ସୁ-ସମ୍ପର୍କ ସ୍ଥାପନ ହେଇପାରୁଥିବା ପୋଲିସ କହିଛି । ଏହି ପରମ୍ପରା ବ୍ରିଟିଶ ପୋଲିସ ରହିଥିବା ସମୟରୁ ପାଳନ ହେଉଛି। ଦାରିଙ୍ଗବାଡ଼ି ଥାନା ପରିସର ମଧ୍ୟରେ ମା’ ପାଟ୍ଟଖଣ୍ଡା ପୂଜା ପାଉଛନ୍ତ। ଉକ୍ତ ପାଟ୍ଟଖଣ୍ଡାଙ୍କୁ ମଧ୍ୟ ଜଣେ ପୋଲିସ ଅଫିସର ସ୍ଥାପନ କରିଛନ୍ତି। ଜନସାଧାରଣ ଓ ପୋଲିସ ମଧ୍ୟରେ ଉତ୍ତମ ସମ୍ପର୍କ ରହିଲେ ଅଞ୍ଚଳରେ ଶାନ୍ତି ବଜାୟ ରହିପାରିବ ବୋଲି ଅଞ୍ଚଳବାସୀ ଏହି ପରମ୍ପରାକୁ ବଜାୟ ରଖିଆସୁଛନ୍ତି।

କାର୍ଯ୍ୟକ୍ରମରେ ଥାନାର ସବ୍‌ଇନ୍ସପେକ୍ଟର ଜୟନ୍ତ କୁମାର ସେଠୀ, ଲକ୍ଷ୍ମୀ ମାଝୀ, ବାସନ୍ତୀ ବେହେରା, ଏଏସ୍‌ଆଇ ଅର୍ଜୁନ ଶବର ଓ ଅନ୍ୟ କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମୁଖ୍ୟ ପୂଜକ ଭାବେ ବୁଲୁ ତ୍ରିପାଠୀ, ଚନ୍ଦନ ତ୍ରିପାଠୀ ପ୍ରମୁଖ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ। ଏହି ଅବସରରେ ଥାନାର ଅସ୍ତ୍ରଶସ୍ତ୍ର, ନୂତନ ଷ୍ଟେଶନ ଡାଏରୀ ଓ ବିଭିନ୍ନ ଲୁହା ସାମଗ୍ରୀ ପୂଜାର୍ଚ୍ଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ଜୀବ, ଯାହା ନିଃଶ୍ୱାସ ନ ନେଇ ବଞ୍ଚିଥାଏ

ଦୁନିଆରେ ଏପରି ଅନେକ ଜୀବ ଅଛନ୍ତି, ଯାହା ଲୋକଙ୍କ ପାଇଁ ରହସ୍ୟ ହୋଇ ରହିଯାଇଛନ୍ତି। ଆଜି ଏମିତି ଏକ ଜୀବ ବିଷୟରେ କହିବୁ ଯାହା ନିଃଶ୍ୱାସ ନ…

ଜାନୁଆରୀ ୨୯ ରାତିରେ ମିଥୁନ ରାଶିରେ ଗୋଚର କରିବେ ଚନ୍ଦ୍ର, ଏହି ୩ଟି ରାଶିକୁ…

ଜ୍ୟୋତିଷ ଶାସ୍ତ୍ରରେ, ଚନ୍ଦ୍ରକୁ ମନ ଏବଂ ମାତାଙ୍କ କାରକ ଗ୍ରହ ଭାବେ ବିବେଚନା କରାଯାଏ । ଆଜି, ଜାନୁଆରୀ ୨୯ତାରିଖ, ରାତିରେ ଚନ୍ଦ୍ର ବୃଷ ରାଶିରୁ ମିଥୁନ…

ସୁନେତ୍ରା ହେବେ ଉପ ମୁଖ୍ୟମନ୍ତ୍ରୀ! ଅଜିତ ପାଓ୍ବାରଙ୍କ ନିଧନ ପରେ…

ମୁମ୍ବାଇ,୨୯।୧: ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି କରିବାକୁ ଦାବି ହୋଇଛି। ଏନସିପି ନେତା ଏବଂ ମନ୍ତ୍ରୀ ନରହରି ଜିରୱାଲ…

ମିନିବସ୍-ଟ୍ରକ ମଧ୍ୟରେ ଭୟଙ୍କର ଧକ୍କା, ୧୧ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୯।୧: ଦକ୍ଷିଣ ଆଫ୍ରିକାରେ ଗୁରୁବାର ଦିନ ପୂର୍ବ କ୍ୱାଜୁଲୁ-ନାଟାଲ ପ୍ରଦେଶର ଡର୍ବାନ ସହର ନିକଟରେ ଏକ ମିନିବସ୍ ଏବଂ ଏକ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି…

ଘୋଷଣା ହେଲା ରାୟଗଡ଼ା ଜିଲା କଂଗ୍ରେସ କମିଟି: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସହ ଏଥିରେ ସାମିଲ ଅଛନ୍ତି…

ରାୟଗଡ଼ା,୨୯ା୧(ଆଶିଷ ରଞ୍ଜନ ପଣ୍ଡା): ଜିଲା କଂଗ୍ରେସ ସଭାପତି ତଥା ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକାଙ୍କ ସଭାପତିତ୍ୱରେ ଗଠନ ହୋଇଛି ନୂତନ ଜିଲା କଂଗ୍ରେସ କମିଟି। ଜିଲା ସଭାପତି…

UGC New Rules: General, SC, ST, OBCଙ୍କ ପାଇଁ ହେଉ ଅଲଗା ଅଲଗା ହଷ୍ଟେଲ, ଶୁଣୁ ଶୁଣୁ କାହିଁକି ରାଗିଗଲେ CJI, କହିଲେ…

ନୂଆଦିଲ୍ଲୀ,୨୯।୧: ନୂତନ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ନିୟମକୁ ଗୁରୁବାର (ଜାନୁଆରୀ ୨୯, ୨୦୨୬)ରେ ଚ୍ୟାଲେଞ୍ଜ କରି ଏକ ଆବେଦନର ଶୁଣାଣି କରିବା ସମୟରେ, ବିଭିନ୍ନ ଜାତି…

୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ, ଦାଦନ ଶ୍ରମିକ ଭାବେ…

ତୁମୁଡିବନ୍ଧ,୨୯ା୧(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଝିରିପାଣି ପଞ୍ଚାୟତର ସଭା ଗୃହରେ ୧୨୭ବାଟାଲିଆନ ସିଆରପିଏଫର ସିଭିକ୍ସ ଆକ୍ସନ ପ୍ରୋଗ୍ରାମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି ।…

ପୁରୀରୁ ଫେରୁଥିବାବେଳେ କାର୍‌ ଦୁର୍ଘଟଣାଗ୍ରସ୍ତ: ଭିତରେ ଥିଲେ ଭଞ୍ଜନଗର ରୋଟାରୀ କ୍ଲବ ସମ୍ପାଦକଙ୍କ ସହ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଗନ୍ନାଥପ୍ରସାଦ ମୁଖ୍ୟ ରାସ୍ତା ବିଡ଼ିପୁର ନିକଟରେ ଗୁରୁବାର ଅପରାହ୍ନରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଭଞ୍ଜନଗର ରୋଟାରୀ କ୍ଲବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri