ଜନମତ ସ୍ଥିର ଥିବା ସଙ୍କେତ

ଯାଜପୁର ଅଫିସ,୨୩ା୧: ତ୍ରିସ୍ତରୀୟ ଶାସନ ବ୍ୟବସ୍ଥା ଅନୁଯାୟୀ ତୃଣମୂଳ ଶାସନକୁ ଦୃଢୀକରଣ କରାଯାଇ ଜିଲାସ୍ତର ପର୍ଯ୍ୟନ୍ତ ପ୍ରତିନିଧି ବାଛିବାର ବ୍ୟବସ୍ଥା ହୋଇଛି । ଏହି ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତସ୍ତରରେ ସରପଞ୍ଚ, ପଞ୍ଚାୟତ ସମିତିସ୍ତରରେ ସମିତି ସଭ୍ୟ ଓ ଜିଲାସ୍ତରରେ ଜିଲାପରିଷଦ ସଭ୍ୟ ମନୋନୀତ ହୋଇ ଶାସନ ଭାର ପ୍ରତ୍ୟକ୍ଷ ରୂପେ ସେମାନଙ୍କୁ ଅର୍ପଣ କରାଯାଇଛି। ଯାଜପୁର ବ୍ଲକର ୧୮ ପଞ୍ଚାୟତ, ଦଶରଥପୁର ବ୍ଲକର ୨୦ ଓ ଯାଜପୁର ପୌର ପରିଷଦକୁ ନେଇ ଯାଜପୁର ବିଧାନସଭା କ୍ଷେତ୍ର ଗଠିତ। ଏଠାରେ ୪ ଜିଲା ପରିଷଦ ଜୋନ୍‌କୁ ନେଇ ଗଠିତ ଯାଜପୁର ଜିଲା ସଦର ବ୍ଲକରେ ସଚେତନ ଭୋଟର ମାଟିର ଦକ୍ଷ ନେତାକୁ ବାଛିବାକୁ ଅଣ୍ଟା ଭିଡିଛନ୍ତି । ହେଲେ ଗତ ପଞ୍ଚାୟତ ଓ ସାଧାରଣ ନିର୍ବାଚନରେ ଭାଜପା ଓ କଂଗ୍ରେସର ପ୍ରଦର୍ଶନକୁ ଦେଖିଲେ ଏବେ ବି ଜନମତ ସ୍ଥିର ରହିଥିବା ସଙ୍କେତ ମିଳୁଛି। ବିଜେଡିର ଭୋଟ ହାର ବୃଦ୍ଧି ପାଇଥିବାବେଳେ ଭାଜପାର ଭୋଟ ହାର ସ୍ଥିର ଏବଂ କଂଗ୍ରେସର ଭୋଟ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ବ୍ୟବସ୍ଥା ଅନୁଯାୟୀ ଜିଲା ପରିଷଦସଭ୍ୟମାନେ ଦଳର ଆଶ୍ରିତ ହୋଇଥିବାବେଳେ ଅନ୍ୟମାନେ ଦଳର ଆଶ୍ରିତ ନୁହନ୍ତି । କିନ୍ତୁ ପ୍ରକୃତପକ୍ଷେ ସରପଞ୍ଚ ଓ ସମିତିସଭ୍ୟବୃନ୍ଦ ଦଳୀୟ ସମର୍ଥତ୍ତ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି । ଏହି କ୍ରମରେ ଚଳିତ ନିର୍ବାଚନରେ ଜିଲାପରିଷଦକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଜିଲା ପରିଷଦ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ସମ୍ପନ୍ନ ହୋଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ରବିବାର ବୈଧ ତାଲିକା ପ୍ରକାଶ ପାଇବ। ତେବେ ବିଜେଡିର ଦୁର୍ଗ କୁହାଯାଉଥିବା ଯାଜପୁର ବ୍ଲକରେ ପ୍ରଚାର ପାଇଁ ରଣନୀତି ଜୋର ଧରିଛି । ସ୍ଥାନୀୟ ବିଧାୟକ ତଥା ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ପାଇଁ ଏହି ନିର୍ବାଚନର ଫଳାଫଳ ସମ୍ମାନର ପ୍ରଶ୍ନ ହେବ । ଏହି ବ୍ଲକରେ ୨୬ଟି ପଞ୍ଚାୟତ ରହିଛି । ସେଥିରୁ ୮ ବରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବାବେଳେ ୧୮ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ରହୁଛି । ଯାଜପୁର ବ୍ଲକର ୨୯ ନମ୍ବର ଜୋନ୍‌ରେ ବିଜେଡିର ପ୍ରେମାନନ୍ଦ ଜେନା, ଭାଜପାର ଭାସ୍କର ଚନ୍ଦ୍ର ଜେନା ଓ କଂଗ୍ରେସର ଜଗନ କେତକୀ, ୩୦ ନମ୍ବର ଜୋନରେ ବିଜେଡିର ସୁନୀତା ରାଉତ, ଭାଜପାର ସୁଲୋଚନା ପୁହାଣ, କଂଗ୍ରେସର ଲିଜାରାଣୀ ପଣ୍ଡା ଓ ଏସ୍‌ୟୁସିଆଇ(କ)ର ସୁଲୋଚନା ପ୍ରଧାନ, ୩୧ ନମ୍ବର ଜୋନ୍‌ରେ ବିଜେଡିର ବିନୋଦ କୁମାର ମାଝି, ଭାଜପାର କାହ୍ନୁଚରଣ ଜେନା ଓ କଂଗ୍ରେସର ପରମାନନ୍ଦ ଦଲେଇ,୩୨ ନମ୍ବର ଜୋନ୍‌ ପାଇଁ ବିଜେଡିର ପ୍ରଭାତୀ ଆଚାର୍ଯ୍ୟ, କଂଗ୍ରେସର ଅନସୂୟା ବିଶ୍ୱାଳ ଓ ଭାଜପାର କାଦମ୍ବିନୀ ବରାଳ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଯାଜପୁର ପଞ୍ଚାୟତ ସମିତିର ଫଳାଫଳ ରାଜନୈତିକ ଦଳଗୁଡିକର ଭାଗ୍ୟ ନିର୍ଦ୍ଧାରଣ କରିବ। ବିଜେଡିର ଗଡ଼ ଭାବେ ପରିଚିତ ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୦୧୭ରୁ ଭାଜପା ମୁଖ୍ୟ ବିରୋଧୀ ଭାବେ ଉଭା ହୋଇଛି। ଏଠାରେ ୨୦୧୭ ପଞ୍ଚାୟତ ଓ ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ଯଥାକ୍ରମେ ୩୫.୨୧% ଓ ୩୫.୬୮% ଭୋଟରେ ସୀମିତ ରହିଛି। ଅନ୍ୟପକ୍ଷେ ବିଜେଡି ପଞ୍ଚାୟତ ନିର୍ବାଚନରେ ୫୫.୬୫% ଓ ୨୦୧୯ ସାଧାରଣ ନିର୍ବାଚନରେ ୬୦.୨୪% ଭୋଟ ପାଇ ବିଜୟୀ ହୋଇଛି। ତେଣୁ ବିଜେଡିକୁ ଅତିକ୍ରମ କରିବାକୁ ଭାଜପାକୁ ବହୁ ପରିଶ୍ରମ କରିବାକୁ ପଡିବ ବୋଲି ମତପ୍ରକାଶ ପାଇଛି। ପୂର୍ବତନ ମନ୍ତ୍ରୀ ଦାସ ବିଜେଡିର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ନେବା ପରେ ବିଜେଡିର ଭୋଟହାର କ୍ରମଶଃ ବୃଦ୍ଧି ଘଟିଛି । ଏଠାରେ ତାଙ୍କର ଲୋକପ୍ରିୟତା ବହୁ ଉଚ୍ଚରେ ରହିଛି। ତେଣୁ ଏହାକୁ ରୋକିବାକୁ ଭାଜପା ଓ କଂଗ୍ରେସ ଅଘୋଷିତ ମେଣ୍ଟ ହୋଇ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ନବୀନଙ୍କ ସ୍ବଚ୍ଛ ଶାସନ, କେନ୍ଦ୍ରର ରାଜ୍ୟ ପ୍ରତି ଅବହେଳା ପ୍ରସଙ୍ଗକୁ ନେଇ ବିଜେଡି ବିଜୟୀ ହେବାକୁ ଆଶା ରଖିଛି । ଭାଜପା କେନ୍ଦ୍ର ସରକାରଙ୍କ ବିଭିନ୍ନ ସଫଳତା ସହ ବିଜେଡି ସରକାରଙ୍କ ଦୁର୍ନୀତି ତଥା ଜିଲା ପ୍ରତି ଅବହେଳା, ସ୍ଥାନୀୟ ସମସ୍ୟା, ନଗଡ଼ାରେ ଶିଶୁମୃତ୍ୟୁ, ବିରଜା କ୍ଷେତ୍ରକୁ ରେଳ ସଂଯୋଗ ଆଦି ପ୍ରସଙ୍ଗକୁ ନେଇ ପ୍ରଚାର ଜୋରଦାର କରିବ ବୋଲି ଯୋଜନା ପ୍ରସ୍ତୁତ କରୁଛି । ତେବେ ବାସ୍ତବରେ ଭାଜପା କେବଳ କାଗଜପତ୍ରରେ ନିଜର ବଳ ପ୍ରୟୋଗ କରୁଛି। ଭୋଟ ସଂଖ୍ୟା ବଢେଇବାକୁ ଆବଶ୍ୟକ ଶକ୍ତି ସଂଗ୍ରହ କରି ପାରୁ ନ ଥିବା ଅନୁମାନ କରାଯାଉଛି। ଅନ୍ୟପକ୍ଷେ ଜନମତକୁ କଂଗ୍ରେସ ନିଜ ସପକ୍ଷରେ ନେବାକୁ ନିଜର ଶକ୍ତି ହରାଇ ବସିଥିବା ଜିଲାରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri