ବଂଶଧାରା ବସନ୍ତ ମହୋତ୍ସବକୁ ନେଇ ସାର୍ବଜନିକ ଅଭିଯୋଗ, ଅନୁମତି ବିନା…

ଗୁଣୁପୁର,୨୨।୧(ସଂକେତ ପାତ୍ର ): ଗୁଣୁପୁର ନବ ନିର୍ମାଣ ସମିତି ପକ୍ଷରୁ ପ୍ରତିବର୍ଷ ଆୟୋଜିତ “ବଂଶଧାରା ବସନ୍ତ ମହୋତ୍ସବ” କାର୍ଯ୍ୟକ୍ରମକୁ ନେଇ ଅଭିଯୋଗ ସାମ୍ନାକୁ ଆସିଛି । ଅଭିଯୋଗରେ କୁହାଯାଇଛି ଯେ, ଏହି କାର୍ଯ୍ୟକ୍ରମ ବିନା ସରକାରୀ ଅନୁମତି, ସୁରକ୍ଷା ବ୍ୟବସ୍ଥା ଓ ସ୍ପଷ୍ଟ ଆର୍ଥିକ ହିସାବ ବିନା ଆୟୋଜିତ ହେଉଛି । ସୂଚନା ଅନୁସାରେ, ଗୁଣୁପୁର ନିବାସୀ ଜଣେ ସଚେତନ ନାଗରିକଙ୍କ ପକ୍ଷରୁ ଏହି ମାମଲା ସମ୍ପର୍କରେ ଅଭିଯୋଗ ମୁଖ୍ୟ ଶାସନ ସଚିବ, ଜିଲାପାଳ, ରାୟଗଡା, ଜିଲା ଆରକ୍ଷୀ ଅଧିକ୍ଷକ, ରାୟଗଡା ଓ ପୋଲିସ ମହାନିର୍ଦ୍ଦେଶକ, ଓଡ଼ିଶାଙ୍କ ନିକଟରେ ଦାଖଲ କରାଯାଇଛି।

ଅଭିଯୋଗ ପତ୍ର ଅନୁଯାୟୀ, ଏତେ ବଡ଼ ପରିମାଣର ସାର୍ବଜନିକ କାର୍ଯ୍ୟକ୍ରମ ହେବା ସତ୍ତ୍ୱେ ମୁନିସିପାଲଟି/ଏନଏସି, ସବ୍–କଲେକ୍ଟର, ପୋଲିସ, ଅଗ୍ନିଶମ ସେବା, ବିଦ୍ୟୁତ ବିଭାଗ, ଖାଦ୍ୟ ସୁରକ୍ଷା ବିଭାଗ, ଶିକ୍ଷା ଓ କଲ୍ୟାଣ ବିଭାଗ ଭଳି ସମ୍ପୃକ୍ତ ଦଫ୍ତରମାନଙ୍କର ଆବଶ୍ୟକ ଅନୁମତି ନିଆଯାଇନଥିବା ଆରୋପ ଲଗାଯାଇଛି । କାର୍ଯ୍ୟକ୍ରମରେ ସାଂସ୍କୃତିକ ସନ୍ଧ୍ୟା, କ୍ରୀଡ଼ା ପ୍ରତିଯୋଗିତା, ରନ୍ଧଣ ପ୍ରତିଯୋଗିତା ଓ ଭାରଉଠା ପ୍ରତିଯୋଗିତା ଭଳି ବହୁ କାର୍ଯ୍ୟକ୍ରମ ଥିବାରୁ ଅଗ୍ନିକାଣ୍ଡ, ବିଦ୍ୟୁତ ସର୍ଟସର୍କିଟ, ଖାଦ୍ୟ ବିଷାକ୍ତତା ଓ ଆଇନ–ଶୃଙ୍ଖଳା ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଉଠାଯାଇଛି । ବିଶେଷକରି ଛାତ୍ରାବାସରେ ରହୁଥିବା କନ୍ୟା ଛାତ୍ରୀମାନେ ବିଳମ୍ବିତ ରାତିରେ ଫେରୁଥିବା ଘଟଣାକୁ ନେଇ ସୁରକ୍ଷା ଦୃଷ୍ଟିକୋଣରୁ ଗଭୀର ଚିନ୍ତା ପ୍ରକାଶ ପାଇଛି।

ଅଭିଯୋଗରେ ଆହୁରି ଉଲ୍ଲେଖ ହୋଇଛି ଯେ, ସମିତିଟି ଏକ ଟ୍ରଷ୍ଟ ଭାବେ କାର୍ଯ୍ୟ କରୁଥିବା ଦାବି କରୁଥିଲେ ମଧ୍ୟ ଆୟ–ବ୍ୟୟ, ଦାନଦାତା, ପ୍ରାୟୋଜକ ଓ ଅଡିଟ୍ ରିପୋର୍ଟ ସାର୍ବଜନିକ ଭାବେ ପ୍ରକାଶ କରାଯାଉନାହିଁ, ଯାହା ଆର୍ଥିକ ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି।ଏହା ସହିତ, ବଂଶଧାରା ବସନ୍ତ ମହୋତ୍ସବର ଲୋଗୋ ଓ ପ୍ରଚାର ସାମଗ୍ରୀରେ ଦେଶର ମହାନ ନେତା ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଛବି ବ୍ୟବହାର କରାଯାଉଥିବା ନେଇ ଗୁଣୁପୁରର ବୁଦ୍ଧିଜୀବୀ ମହଳରେ ଆଲୋଚନା ଜୋର ଧରିଛି। ବୁଦ୍ଧିଜୀବୀମାନଙ୍କ ମତାନୁସାରେ, କୌଣସି ବ୍ୟକ୍ତିଗତ ସମିତି କିମ୍ବା ଟ୍ରଷ୍ଟ ପକ୍ଷରୁ ଜାତୀୟ ନେତାଙ୍କ ଲୋକପ୍ରିୟ ଛବିକୁ ଲୋଗୋ ଭାବେ ବ୍ୟବହାର କରିବା ପାଇଁ ସଠିକ୍ ପଞ୍ଜିକରଣ ଓ ଆଇନଗତ ଅନୁମତି ଆବଶ୍ୟକ କି ନୁହେଁ, ସେଥିପାଇଁ ସ୍ପଷ୍ଟତା ଦାବି କରାଯାଉଛି।

ଏହି ପରିପ୍ରେକ୍ଷୀରେ ଆଉ ଏକ ଗୁରୁତର ପ୍ରଶ୍ନ ଉଠିଛି—କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ଦାୟିତ୍ୱ ଶେଷ ପର୍ଯ୍ୟନ୍ତ କାହା ଉପରେ ରହିବ? ବିଳମ୍ବିତ ରାତିରେ ଯଦି କୌଣସି ଅପ୍ରତ୍ୟାଶିତ ଘଟଣା ଘଟେ, ତେବେ ସମ୍ପୃକ୍ତ ଶିକ୍ଷକ, ୱାର୍ଡେନ୍ କିମ୍ବା ଜିଲ୍ଲା ଶିକ୍ଷା ଅଧିକାରୀ (DEO), ଜିଲ୍ଲା କଲ୍ୟାଣ ଅଧିକାରୀ (DWO), ଆଦିବାସୀ କଲ୍ୟାଣ ବିଭାଗ (ADWO) କିମ୍ବା ବ୍ଲକ ଶିକ୍ଷା ଅଧିକାରୀ (BEO)—କାହା ଉପରେ ଦାୟିତ୍ୱ ରହିବ, ସେଥିରେ ସ୍ପଷ୍ଟ ଉତ୍ତର ମିଳୁନାହିଁ ବୋଲି ସାଧାରଣ ଲୋକ ମତ ପ୍ରକାଶ କରୁଛନ୍ତି।

ସାଧାରଣ ମତାନୁସାରେ, ଏପରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ ହେଲେ ସରକାର ପକ୍ଷରୁ ସ୍ପଷ୍ଟ ଭାବେ ଜଣେ ଦାୟିତ୍ୱଶୀଳ ଅଧିକାରୀ କିମ୍ବା ଏକ ନିର୍ଦ୍ଦିଷ୍ଟ ବିଭାଗକୁ ନିଯୁକ୍ତ କରାଯିବା ଆବଶ୍ୟକ, ଯାହାଦ୍ୱାରା ଭବିଷ୍ୟତରେ କୌଣସି ଅଘଟଣ ଘଟିଲେ ଦାୟିତ୍ୱ ନେଇ ଅସ୍ପଷ୍ଟତା ସୃଷ୍ଟି ହେବ ନାହିଁ। ବର୍ତ୍ତମାନ ଏହି ସମ୍ପୂର୍ଣ୍ଣ ମାମଲା ଉପରେ ପ୍ରଶାସନ କେଉଁ ପଦକ୍ଷେପ ନେବ, ସେଥିପାଇଁ ଗୁଣୁପୁର ସହିତ ସମଗ୍ର ଅଞ୍ଚଳର ସାଧାରଣ ଲୋକ ଅପେକ୍ଷା କରି ରହିଛନ୍ତି ।

Dharitri – Odisha’s No.1 Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

‘ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସକାରାତ୍ମକ ପଦକ୍ଷେପର ରହିଛି ଆବଶ୍ୟକତା’

ଭଞ୍ଜନଗର,୨ା୮(ବାବୁଲା ପ୍ରଧାନ): ସମସ୍ତଙ୍କ ସହଯୋଗ ଓ ସାମୂହିକ ପ୍ରୟାସ ରହିଲେ ଏକ ନିଶାମୁକ୍ତ ଭାରତ ଗଠନ ସମ୍ଭବ। ବିଶେଷକରି ଯୁବ ସମାଜକୁ ନିଶାଠାରୁ ଦୂରେଇ ରଖିବା ପାଇଁ…

ଶ୍ରାବଣରେ ମାଛ-ମାଂସ ଖାଇବାକୁ କାହିଁକି ମନା କରାଯାଏ? କେବଳ ଧାର୍ମିକ ନୁହେଁ ରହିଛି ବୈଜ୍ଞାନିକ କାରଣ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି । ହିନ୍ଦୁ ଧର୍ମରେ ଏହି ମାସକୁ ଅତ୍ୟନ୍ତ ସ୍ୱତନ୍ତ୍ର ବୋଲି ବିବେଚନା କରାଯାଏ । ଶହ ଶହ ବର୍ଷରୁ ଏହା ସାଧାରଣ…

ଲୁଗା ବ୍ୟବସାୟୀଙ୍କ ଘରୁ ଲୁଟ୍‌ ଘଟଣା: ନିଜେ ଆଇଆଇସି କଲେ ତଦନ୍ତ

ଦାରିଙ୍ଗବାଡ଼ି,୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଦାରିଙ୍ଗବାଡ଼ି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍‌ ଘଟଣାକୁ…

ଗାଁ ଗାଁ ବୁଲି ଆବର୍ଜନା ସଂଗ୍ରହ କରୁଛନ୍ତି ମଞ୍ଜୁଲତା, ସାଉଁଟୁଛନ୍ତି ପ୍ରଶଂସା

ପାଟଣା,୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ମୂଷାଖୋରୀ ପଞ୍ଚାୟତ ମୂଷାଖୋରୀ ଗ୍ରାମର କାଶିଆ ସାହିର ମଞ୍ଜୁଲତା ମହାନ୍ତ ସ୍ବଚ୍ଛ ଭାରତ ମିଶନର ଜଣେ ପ୍ରକୃତ ସାରଥୀ…

ପୁଣି ଜନନୀ ଯନ୍ତ୍ରଣା: ଗାଁକୁ ଯାଇ ପାରିଲାନି ଆମ୍ବୁଲାନ୍ସ, ଖଟିଆରେ ବୁହାହେଲେ ଗର୍ଭବତୀ

ଥୁଆମୂଳ ରାମପୁର,୨ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ଅଭାବନୀୟ ଜନନୀ ଯନ୍ତ୍ରଣାର ଚିତ୍ର ସାମ୍ନାକୁ ଆସିଛି। ବିକାଶର ଡିଣ୍ଡିମ ପିଟାଯାଉଥିଲେ ବି…

ଟିମ ଇଣ୍ଡିଆକୁ ବଡ଼ ଝଟକା; ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜରୁ ବାଦ ପଡ଼ିଲେ…

ନୂଆଦିଲ୍ଲୀ,୨।୮: ଭାରତୀୟ ଦଳ ଅଗଷ୍ଟ ୪ରେ ଶ୍ରୀଲଙ୍କା ଯିବାର ସମ୍ଭାବନା ଅଛି। ଏହି ଗସ୍ତ ସମୟରେ ଦୁଇ ଦଳ ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଆସିଲା ବଡ଼ ଖବର? ଟ୍ରେଡ ଡିଲକୁ ନେଇ ମୁହଁ ଖୋଲିଲା ଫ୍ରାଞ୍ଚାଇଜ

ନୂଆଦିଲ୍ଲୀ,୨।୮: ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ବହୁତ ଆଶା ରଖିଥିଲା, ତେଣୁ ଫ୍ରାଞ୍ଚାଇଜ ରୋହିତ ଶର୍ମାଙ୍କ ସ୍ଥାନରେ ଅଲରାଉଣ୍ଡରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ରୋହିତଙ୍କ ନେତୃତ୍ୱରେ,…

ପାଟ୍ରୋଲିଂରେ ଯାଉଥିବାବେଳେ ଦୁର୍ଘଟଣା: ଚାଲିଗଲା କର୍ତ୍ତବ୍ୟରତ କନଷ୍ଟେବଳଙ୍କ ଜୀବନ

ଲାଞ୍ଜିଗଡ଼,୨ା୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନାରେ କାର୍ଯ୍ୟରତ କନଷ୍ଟେବଳ ବାଇକ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତ କନଷ୍ଟେବଳ ଜଣକ କେଗାଁ ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri