ପିଏସ୍‌କେ କଳାପଥର ଖାଦାନ ରାସ୍ତା ଶୋଚନୀୟ

ଯାଜପୁର,୨ା୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଧର୍ମଶାଳା ତହସିଲ ଅଞ୍ଚଳରୁ ହାଇୱା, ଟ୍ରକ, ଟ୍ରାକ୍ଟର ଓଭରଲୋଡିଂ ଅବସ୍ଥାରେ ଚଳାଚଳ ଚାଲିଛି। ଦିନକୁ ୨ ହଜାରରୁ ଊର୍ଦ୍ଧ୍ୱ ବୋଲଡର, ଗେଟି, ଚିପ୍ସ ଆଦି ଓଭରଲୋଡିଂ ଗାଡ଼ି ଚଳାଚଳ କରୁଥିବାରୁ ସେହି ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ହାଇଦ୍ରାବାଦର ଏକ ଠିକାସଂସ୍ଥା ପିଏସ୍‌କେ ଇନଫ୍ରାଷ୍ଟ୍ରକ୍ଚର ଆଣ୍ଡ ପ୍ରୋଜେକ୍ଟ ପ୍ରାଇଭେଟ ଲିଃକୁ ଜାତୀୟ ରାଜପଥ କାର୍ଯ୍ୟ ପାଇଁ ଅନୁମତି ମିଳିଥିବା ଅଞ୍ଜିରା ୭ ନମ୍ବର କଳାପଥର ଖାଦାନ ଓ ତତ୍‌ ସଂଲଗ୍ନ କ୍ରଶରରୁ ଓଭରଲୋଡିଂ ଗାଡ଼ି ଚଳାଚଳ ସୀମା ଟପିଛି । ଗୁରୁବାର ଏଠାରୁ ଓଭରଲୋଡିଂ ଏବଂ ବିନା ଟିପି(ଟ୍ରାନ୍‌ଜିଟ ପାସ)ରେ ଗାଡ଼ି ଚଳାଚଳ କରୁଥିବା ଅଭିଯୋଗ କରି ସ୍ଥାନୀୟ ଲୋକମାନେ ପିଏସ୍‌କେ ସଂସ୍ଥାର ଗାଡ଼ିଗୁଡିକୁ ଅଟକ ରଖି ଗଡମଧୁପୁର ବନାଞ୍ଚଳର ଅଧିକାରୀମାନଙ୍କୁ ହସ୍ତାନ୍ତର କରିଥିଲେ। ଜଙ୍ଗଲ ବିଭାଗ ଗାଡ଼ି ଜବତ କରିଛି। ଅନ୍ୟପକ୍ଷେ ବେଆଇନ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରା ନ ଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବାଉଁଶଡୋଳ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବାଉଁଶଡୋଳ, ଶ୍ୟାମସୁନ୍ଦରପୁର, ବାଲିସାହି, ମୁକୁନ୍ଦପୁର ପ୍ରମୁଖ ଗ୍ରାମବାସୀ ପିଏସ୍‌କେ ସଂସ୍ଥାର ଗାଡ଼ିଗୁଡିକ ଚଳାଚଳ କରୁଥିବା ରାସ୍ତା ଉପରେ ନିର୍ଭର କରିଥାନ୍ତି। କିନ୍ତୁ ଜାତୀୟ ରାଜପଥ ନିର୍ମାଣ ପାଇଁ ଖାଦାନ ଓ କ୍ରଶର ଅନୁମତି ନେଇ ଏହି ସଂସ୍ଥା ରାତିସାରା ୨ଶହରୁ ଊର୍ଦ୍ଧ୍ୱ ଗାଡ଼ି ଚଳାଚଳ କରୁଛି। ଏପରି କି କେନ୍ଦ୍ରାପଡ଼ା, ପାରାଦୀପ, କଟକ ବିଭିନ୍ନ ସ୍ଥାନରେ ଗେଟି ଚାଲାଣ କରୁଥିବା ଅଭିଯୋଗ ହେଉଛି। ଏହାସହ କ୍ଷମତାରୁ ଅଧିକ ପଥର ବୋଝେଇ ହେଉଥିବାରୁ ସାଧାରଣ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିଛି। କେବଳ ଟ୍ରକ ଓ ଟ୍ରାକ୍ଟର ଉପରେ ବିଭାଗ ଦାଉ ସାଧୁଥିବାବେଳେ ଓଭରଲୋଡିଂ ହାଇୱା ଗାଡ଼ିକୁ ଛାଡି ଦିଆଯାଉଛି। ଫଳରେ ନିକଟରେ ଥିବା ସ୍କୁଲ ପିଲା ଓ ଗ୍ରାମବାସୀ ବାୟୁ ପ୍ରଦୂଷଣ ସହ ବିପର୍ଯ୍ୟସ୍ତ ରାସ୍ତାର ଫଳ ଭୋଗୁଛନ୍ତି। ରାସ୍ତା ଅବସ୍ଥା ଏମିତି ହୋଇଛି ଯେ, ଚାଲି କି ଯିବା କଷ୍ଟକର ହୋଇ ପଡିଛି। ତେଣୁ ରାସ୍ତାର ଆବଶ୍ୟକ ମରାମତି ସହ ବେଆଇନ ଗାଡ଼ି ଚଳାଚଳକୁ ନିୟନ୍ତ୍ରଣ କରିବାକୁ ଅଞ୍ଚଳବାସୀ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri