ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଦୋରାଗୁଡ଼ା ପଞ୍ଚାୟତ ଆରଏସ୍‌ସି ୯ ନମ୍ବର ଗ୍ରାମରେ ଏକତ୍ରିତ ହୋଇ ଉପାନ୍ତ ଅଞ୍ଚଳର ସମସ୍ୟା ଓ ଅବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ୭ ଦଫା ସମ୍ବଳିତ ଏକ ଦାବିପତ୍ର ମାଲକାନଗିରି ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଲରିମନ ଖରସେଲଙ୍କୁ ପ୍ରଦାନ କରିଛନ୍ତି।
ଦାବିଗୁଡ଼ିକ ମଧ୍ୟରେ ପ୍ରତି ପଞ୍ଚାୟତରେ ନେଟୱlର୍କ ସେବା, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ, ଉଚ୍ଚଶିକ୍ଷା ପାଇଁ ମହାବିଦ୍ୟାଳୟ ସ୍ଥାପନ, ଉପାନ୍ତ ଅଞ୍ଚଳକୁ ଭଲ ରାସ୍ତା ସଂଯୋଗ, ପାନୀୟ ଜଳ ପାଇଁ ବୋରଓ୍ବେଲ୍‌ ଏବଂ ଜଳସେଚନ ବ୍ୟବସ୍ଥା, ଅଧିବାସୀଙ୍କୁ ଏମ୍‌ଜିଏନ୍‌ଆରଇଜିଏ କାମ ଆଦି ଯୋଗାଇବା ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ସମୟରେ ଲଇଛନ ଆଲାଙ୍ଗ, ଦୁର୍ଲଭ ଖିଲ, ସାଧୁ କ୍ରିସାନି, ଗୋବର୍ଦ୍ଧନ ଖରା, ଲଷ୍ମଣ ଖିଲ, ଶୁଭନ୍ତ ଭତ୍ରା, ଅର୍ଜୁନ ମୁଦୁଲି, ଗୁରୁ ପୂଜାରୀ, ଉଦୟନାଥ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।