ବିଡିଓଙ୍କୁ ୭ ଦଫା ଦାବିପତ୍ର ପ୍ରଦାନ କଲେ ୫୦୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ

ଚିତ୍ରକୋଣ୍ଡା,୧୭ା୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳର ୭ଟି ପଞ୍ଚାୟତ ଦୋରାଗୁଡ଼ା, ନୂଆଗୁଡ଼ା, ଗୁଣ୍ଠାଓ୍ବାର୍ଡl, କପାତୁଟି, କୁରୁମାନୁର, ପାପୁଲୁର ଓ ଟନେଲକ୍ୟାମ୍ପ ପଞ୍ଚାୟତର ୫୦୦ରୁ ଊର୍ଦ୍ଧ୍ୱ ଆଦିବାସୀ ଦୋରାଗୁଡ଼ା ପଞ୍ଚାୟତ ଆରଏସ୍‌ସି ୯ ନମ୍ବର ଗ୍ରାମରେ ଏକତ୍ରିତ ହୋଇ ଉପାନ୍ତ ଅଞ୍ଚଳର ସମସ୍ୟା ଓ ଅବ୍ୟବସ୍ଥା ଉପରେ ଆଲୋଚନା କରିବା ସହିତ ୭ ଦଫା ସମ୍ବଳିତ ଏକ ଦାବିପତ୍ର ମାଲକାନଗିରି ଉପଜିଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓ ଲରିମନ ଖରସେଲଙ୍କୁ ପ୍ରଦାନ କରିଛନ୍ତି।
ଦାବିଗୁଡ଼ିକ ମଧ୍ୟରେ ପ୍ରତି ପଞ୍ଚାୟତରେ ନେଟୱlର୍କ ସେବା, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ, ଉଚ୍ଚଶିକ୍ଷା ପାଇଁ ମହାବିଦ୍ୟାଳୟ ସ୍ଥାପନ, ଉପାନ୍ତ ଅଞ୍ଚଳକୁ ଭଲ ରାସ୍ତା ସଂଯୋଗ, ପାନୀୟ ଜଳ ପାଇଁ ବୋରଓ୍ବେଲ୍‌ ଏବଂ ଜଳସେଚନ ବ୍ୟବସ୍ଥା, ଅଧିବାସୀଙ୍କୁ ଏମ୍‌ଜିଏନ୍‌ଆରଇଜିଏ କାମ ଆଦି ଯୋଗାଇବା ଅନ୍ତର୍ଭୁକ୍ତ। ଦାବିପତ୍ର ପ୍ରଦାନ ସମୟରେ ଲଇଛନ ଆଲାଙ୍ଗ, ଦୁର୍ଲଭ ଖିଲ, ସାଧୁ କ୍ରିସାନି, ଗୋବର୍ଦ୍ଧନ ଖରା, ଲଷ୍ମଣ ଖିଲ, ଶୁଭନ୍ତ ଭତ୍ରା, ଅର୍ଜୁନ ମୁଦୁଲି, ଗୁରୁ ପୂଜାରୀ, ଉଦୟନାଥ ଲୋକେଇ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

ଝାଡ଼େଶ୍ୱର ବାବାଙ୍କୁ ଜଳ ଅର୍ପଣ କଲେ ଗାୟକ ସୋନୁ ନିଗମ, ବିମାନବନ୍ଦରରୁ…

ଝାରସୁଗୁଡା,୧୧।୨(ଆଶିଷ ରଞ୍ଜନ ଦାଶ): ହିନ୍ଦୀ ସହିତ ବିଭିନ୍ନ ଭାଷାରେ ଲୋକପ୍ରିୟ ଭଜନ, ଦେଶାତ୍ମବୋଧକ ତଥା ପ୍ରସିଦ୍ଧ ଚଳଚ୍ଚିତ୍ରରେ ଗୀତ ଗାଇଥିବା ପ୍ରସିଦ୍ଧ ଗାୟକ ସୋନୁ ନିଗମ ବୁଧବାର…

ଜଳିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି,୧୧।୨: ବାଲେଶ୍ୱର ଜିଲା କୁଲଡିହା ଅଭୟାରଣ୍ୟରେ ବୁଧବାର ନିଆଁ ଲାଗିଛି। ଅଭୟାରଣ୍ୟର ମିରିଗିଡ଼ି ନିକଟ ପାହାଡ଼ ଉପରେ ଏକାଧିକ ସ୍ଥାନରେ ଅଗ୍ନିକାଣ୍ଡ ଘଟିଛି। କେଉଁ ପରିସ୍ଥିତିରେ ନିଆଁ…

ଥାଇଲ୍ୟାଣ୍ଡ ସ୍କୁଲରେ ଫୁଟିଲା ଗୁଳି, ବହୁ ପରିଶ୍ରମ ପରେ ବନ୍ଧୁକଧାରୀଙ୍କୁ ଧରିଲା ପୋଲିସ

ବ୍ୟାଙ୍କକ,୧୧।୨: ବୁଧବାର ସାରେ ଥାଇଲ୍ୟାଣ୍ଡର ଦକ୍ଷିଣ ପ୍ରଦେଶ ସୋଙ୍ଗ୍ଖଲାର ଏକ ସ୍କୁଲରେ ଗୁଳି ଚଳାଇ ଅନେକ ଛାତ୍ର ଏବଂ ଶିକ୍ଷକଙ୍କୁ ବନ୍ଧକ କରିନେଇଛନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ ସୋସିଆଲ…

ଷ୍ଟ୍ରବେରୀ ତୋଳିଲେ ଉପମୁଖ୍ୟମନ୍ତ୍ରୀ, ସ୍ବୟଂ ସହାୟିକା ଗୋଷ୍ଠୀର ପ୍ରୟାସକୁ ପ୍ରଶଂସା କରି କହିଲେ…

ଦାରିଙ୍ଗବାଡ଼ି,୧୧ା୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଅଞ୍ଚଳ ଏକ ପର୍ଯ୍ୟଟନକ୍ଷେତ୍ର ଭାବେ ଦେଶ ଓ ଦେଶ ବାହାରେ ପରିଚିତ। ପୂର୍ବରୁ ଜୈବିକ ପଦ୍ଧତିରେ ଚାଷ ହୋଇଥିବା କଫି…

କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି, ନିର୍ବାଚନୀ ମାମଲା ଉପରେ ରୋକ…

କଟକ,୧୧।୨:  କନକ ବର୍ଦ୍ଧନ ସିଂଦେଓଙ୍କୁ ସୁପ୍ରିମକୋର୍ଟରୁ ଆଶ୍ବସ୍ତି । ତାଙ୍କ ବିରୋଧରେ ହାଇକୋର୍ଟରେ ଚାଲିଥିବା ନିର୍ବାଚନୀ ମାମଲା ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଏହା ସହ…

ରନୱେରୁ ଖସି ସମୁଦ୍ରରେ କ୍ରାଶ ହେଲା ବିମାନ, ପାଇଲଟ୍ ୫୫ ଜଣଙ୍କ ଜୀବନ…

ନୂଆଦିଲ୍ଲୀ,୧୧।୨: ସୋମାଲିଆର ରାଜଧାନୀ ମୋଗାଡିସୁରରେ ମଙ୍ଗଳବାର ସକାଳେ ବିମାନ ଦୁର୍ଘଟଣା ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି । ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବାରୁ ଏକ ଯାତ୍ରୀବାହୀ…

ପୁଣି ଏକ କଳଙ୍କିତ ଅଧ୍ୟାୟ: ଛାତ୍ରୀଙ୍କୁ ବଳାତ୍କାର କରି ଗିରଫ ହେଲେ ସାହିତ୍ୟ ଶିକ୍ଷକ

ବଣାଇଁ,୧୧ା୨(ପ୍ରଦୀପ ତ୍ରିପାଠୀ): ପୁଣି ଜଣେ ରସିକିଆ ଶିକ୍ଷକଙ୍କ କଳାକାରନାମା ଆଜି ଜଣାପଡ଼ିବା ପରେ ସମଗ୍ର ଶିକ୍ଷକ ସାମାଜର ମୁଣ୍ଡ ତଳକୁ ହୋଇଯାଇଛି। ହଳଦୀକୁଦର ସରକାରୀ ଉଚ୍ଚ ବିଦ୍ୟାଳୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri