Categories: ଖେଳ

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦୀ କହିଛନ୍ତି। ଆରମ୍ଭରୁ ଭାରତ କେତୋଟି ଉଇକେଟ ହାସଲ କରିପାରିଲେ ଆମେ ସୁବିଧାଜନକ ସ୍ଥିତିରେ ରହିବୁ ବୋଲି ଜାଣିଥିଲି। ସୌଭାଗ୍ୟବଶତଃ ଏହା କାର୍ଯ୍ୟକାରୀ ହୋଇଥିଲା। ଯେତେ ସମ୍ଭବ ବଳକୁ ସୁଇଂ କରିବାକୁ ଚେଷ୍ଟା କରିଥିଲି ଓ ଭାରତକୁ ପ୍ରାରମ୍ଭିକ ଝଟ୍‌କା ଦେବାରେ ସଫଳ ହୋଇଥିଲି। ନୂଆ ବଲ୍‌କୁ ଖେଳିବା ପ୍ରଥମେ କଷ୍ଟକର ହୋଇଥାଏ। ତେଣୁ ବାବର ଓ ରିଜଓ୍ବାନଙ୍କୁ ବିଜୟର ଶ୍ରେୟ ଦିଆଯିବ ଆବଶ୍ୟକ। ବିଶ୍ୱକପ୍‌ରେ ଅଂଶଗ୍ରହଣ କରିଥିବା ସବୁ ଦଳ ନିଶ୍ଚିତ ଭାବେ ଶକ୍ତିଶାଳୀ। କୌଣସି ଦଳକୁ ହାଲକା ଭାବେ ନିଆଯିବା ଉଚିତ ନୁହଁ। ଆଗକୁ ଏହି ମୁମେଣ୍ଟମକୁ ବଜାୟ ରଖିବାକୁ ପ୍ରୟାସ କରିବୁ ବୋଲି ଆଫ୍ରିଦୀ କହିଛନ୍ତି।

Share