ବିରୋଧ, ବିକ୍ଷୋଭ

ଭୁବନେଶ୍ୱର,୨୬।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଭାରତୀୟ କିଷାନ ୟୁନିୟନ, ଅଲ୍‌ ଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ ସମିତି, ଅଲ୍‌ ଇଣ୍ଡିଆ କିଷାନ ମହାସଂଘ ଭଳି ୨୪ଟି ସଂଗଠନ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଓ ବନ୍ଦ ପାଳନ କରାଯାଇଛି । ଏହାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଛି। ରାଜ୍ୟର ୧୫ଟି ପ୍ରମୁଖ କୃଷକ ସଂଗଠନ, ୮ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ୮ଟି ରାଜନୈତିକ ଦଳ ରାଜଧାନୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ବନ୍ଦକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି କେନ୍ଦୁଝର ଜିଲା ପାଟଣା ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରି କୃଷି ବିଲ୍‌କୁ ବିରୋଧ କରିଥିଲେ। ଅତ୍ୟାବଶ୍ୟକ ସେବା ଆଇନ-୧୯୫୫କୁ ସଂଶୋଧନ, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ- ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟିଗୁଡିକୁ ଭାଙ୍ଗିବା ପାଇଁ କୃଷି ବିଲ୍‌ରେ ଚକ୍ରାନ୍ତ କରାଯାଇଛି। ତାହା ଭାରତ ବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବ। ଏହାକୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କଡା ବିରୋଧ କରାଯାଉଛି ବୋଲି ଅଲ୍‌ ଇଣ୍ଡିଆ କିଷାନ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି। ଏହି ସର୍ବନାଶକାରୀ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସେବା ଆଇନ ସଂଶୋଧନ ଦ୍ୱାରା ଦେଶର ୮୬ ପ୍ରତିଶତ କୃଷକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାର ୯୨ ଭାଗ କୃଷକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବେ। ଆମ ଦେଶର ଅଧିକାଂଶ କୃଷକ ହେଉଛନ୍ତି କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ। ଏହାଦ୍ୱାରା କୋଟି କୋଟି ସାଧାରଣ ଖାଉଟି ମଧ୍ୟ ପ୍ରଭାବିତ ହେବେ। ବୃହତ୍‌ କମ୍ପାନୀଗୁଡିକ କୃଷି ଜମି ଅଧିଗ୍ରହଣ, କୃଷି ଉତ୍ପାଦନ ଏବଂ କୃଷି ବ୍ୟବସାୟ ଉପରେ ନିଜର ଏକଚାଟିଆ ଅଧିକାର ଜାହିର କରିବେ। ରାଜଧାନୀଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିକେଟିଂ, ଧାରଣା, ବିକ୍ଷୋଭ, ପଟୁଆର, ସଭା ଓ ରାସ୍ତା ଅବରୋଧ ଜରିଆରେ କୃଷକମାରଣ କୃଷି ବିଲ୍‌କୁ ବିରୋଧ କରାଯାଇଛି। ରାଜଧାନୀରେ ମିଳିତ ପ୍ରତିବାଦ ସାଙ୍ଗକୁ ଜୟଦେବ ବିହାର ଛକ, ପାତ୍ରପଡା ଆଇନକ୍ସ ଛକ, କୃଷି ଭବନ ସମ୍ମୁଖ ଏବଂ ଡମଣାଠାରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।
ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିବାଦ ଆନ୍ଦୋଳନରେ ଅଲ୍‌ ଇଣ୍ଡିଆ କିଷାନ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶି ଭୂଷଣ ସ୍ବାଇଁ, ଅଲ୍‌ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ନେତା ମହେନ୍ଦ୍ର ପରିଡା, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ଉପଦେଷ୍ଟା ରବି ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। କୃଷି ବିଲ ବିରୋଧରେ କୃଷକ ସଂଗଠନଗୁଡିକୁ କଂଗ୍ରେସ ସମର୍ଥନ ଜଣାଇଛି। କୃଷକ କଂଗ୍ରେସ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଅନ୍ୟ ନେତାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କର ଏହି ଚାଷୀମାରଣ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଓଡିଶାରେ ମଧ୍ୟ କଂଗ୍ରେସ ତରଫରୁ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୁରେଶ ରାଉତରାୟ କହିଛନ୍ତି।
ଏଥିସହିତ ଏହି ଆନ୍ଦୋଳନକୁ ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଦୁଷ୍ମନ୍ତ ଦାସ, ପ୍ରଭାତ ପାଣିଗ୍ରାହୀ, ସୁର ଜେନା, ବିଜୟ ଜେନା, ଜୟନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଧାକାନ୍ତ ସେଠୀ, ବଂଶୀଧର ପରିଡା ପ୍ରମୁଖ ସମର୍ଥନ ଜଣାଇଥିଲେ। ଏହି କୃଷକ ବିରୋଧୀ ଏବଂ ଜନ ବିରୋଧୀ ବିଲ୍‌ଗୁଡିକ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଆବାହକ ମଣ୍ଡଳୀ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ପାକିସ୍ତାନର ପ୍ରଶଂସାରେ ଶତମୁଖ ମେହବୁବା ମୁଫତି: କହୁ କହୁ କହିଦେଲେ…

ଶ୍ରୀନଗର,୮।୪: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ପିଡିପି ମୁଖ୍ୟ ମେହବୁବା ମୁଫତି ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଉପରେ ଖୁସି ପ୍ରକାଶ କରିଛନ୍ତି। ସେ…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

କାଳବୈଶାଖୀ କ୍ଷତିପୂରଣ ସହ ଘର, ପଲିଥିନ ଦାବି: ମଝି ରାସ୍ତାରେ ଟାୟାର ଜାଳିଲେ ଲୋକେ

ପାଟଣା,୮।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ବର୍ଷା କୁଆପଥର ମାଡରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଶହ ଶହ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

ଯୁଦ୍ଧବିରତି ଭିତରେ ପୁଣି ହାଇ ଆଲର୍ଟ, ମିସାଇଲ ମାଡ଼ କଲା ଇରାନ୍‌…

ତେହରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ସତ୍ତ୍ୱେ, ଇସ୍ରାଏଲ ଏବଂ ଇରାନ ଉଭୟ ଯୁଦ୍ଧକ୍ଷେତ୍ରରେ ସକ୍ରିୟ ଅଛନ୍ତି। ଏହା କାତାର ଏବଂ କୁୱେତ ସମେତ…

କାଳବୈଶାଖୀରେ ଭାଙ୍ଗିବା ଘର କ୍ଷତିଗ୍ରସ୍ତ ପରିବାରଙ୍କୁ ଭେଟିଲା ବ୍ଲକ୍‌ ପ୍ରଶାସନ

ଗୁଡାରି,୮।୪ (ପ୍ରମୋଦ କୁମାର ପତି ):ରାୟଗଡା ଜିଲା ଗୁଡାରି ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ଜୋରରେ ପନ ବୋହିବା ସହ କୁଆପଥର ବର୍ଷା…

ଇରାନ-ଆମେରିକା ଯୁଦ୍ଧବିରତିକୁ ଇସ୍ରାଏଲର ଝଟକା: ବଡ଼ ଘୋଷଣା କରିଦେଲେ ନେତାନ୍ୟାହୁ, ଭୟରେ ଥରିଲା…

ଓ୍ବାଶିଂଟନ୍‌,୮।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧବିରତି ଘୋଷଣା ଅନେକ ଦେଶକୁ ଆଶ୍ୱସ୍ତି ଦେଇଛି। ଏହି ସମୟରେ ଇସ୍ରାଏଲ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛି। ଇସ୍ରାଏଲ ସ୍ପଷ୍ଟ କରିଛି ଯେ ଲେବନାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri