ଭାରତୀୟ ଆପ୍ରବାସନ ବୃଦ୍ଧି ବିରୋଧରେ ଅଷ୍ଟ୍ରେଲିଆରେ ବିକ୍ଷୋଭ

କାନ୍‌ବେରା,୧।୯ପି.ଟି.): ଅଷ୍ଟ୍ରେଲିଆରେ ଭାରତୀୟଙ୍କ ଆପ୍ରବାସନ ବଢ଼ୁଥିବାରୁ ଏହା ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଅଷ୍ଟ୍ରେଲିଆ ସରକାର ଏଭଳି ବିକ୍ଷୋଭ ଅଭିଯାନକୁ ନିନ୍ଦା କରିଛନ୍ତି। ବର୍ଣ୍ଣବୈଷମ୍ୟ ଓ ଜାତୀୟତାବାଦ ଉପରେ ଆଧାରିତ ଅତି ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ଦେଶରେ କୌଣସି ସ୍ଥାନ ନାହିଁ ବୋଲି ସରକାର କହିଛନ୍ତି। ଆପ୍ରବାସନ ବିରୋଧରେ ଅଷ୍ଟ୍ରେଲୀୟଙ୍କ ରାଲି ସିଡ୍‌ନୀ, ମେଲବର୍ଣ୍ଣ, ବ୍ରିସ୍‌ବେନ୍‌, କାନ୍‌ବେରା, ଆଡିଲେଡ୍‌, ପର୍ଥ, ହୋବାର୍ଟ ସମେତ ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଛି। ଐତିହ୍ୟ ନିର୍ବିଶେଷରେ ସବୁ ଅଷ୍ଟେଲୀୟଙ୍କର ନିରାପଦ ଅନୁଭବ କରିବାର ଅଧିକାର ରହିଛି ଓ ଆମ ସମ୍ପ୍ରଦାୟରେ ସ୍ବାଗତଯୋଗ୍ୟ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସାମାଜିକ ଏକତାକୁ ଭାଗ ଭାଗ କରିବାକୁ ଓ ଏହାକୁ ନୀଚା ଦେଖାଉବାକୁ ଚାହୁଁଥିବା ଲୋକଙ୍କର ଆମ ଦେଶରେ ସ୍ଥାନ ନାହିଁ ବୋଲି ସେଠାର ଗୃହମନ୍ତ୍ରୀ ଟୋନି ବୁର୍କେ କହିଛନ୍ତି। ବହୁସଂସ୍କୃତିବାଦ ଆମ ଜାତୀୟ ପରିଚୟର ଏକ ଅଭିନ୍ନ ଓ ମୂଲ୍ୟବାନ୍‌ ଭାଗ ବୋଲି ବହୁସଂସ୍କୃତି ବିଭାଗ ମନ୍ତ୍ରୀ ଆନି ଆଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଅର ମୁଣ୍ଡନ ପୂଜା ପାଇଁ ଯାଉଥିଲେ ଘଟିଲା ଭୟଙ୍କର ଦୁର୍ଘଟଣା: ୫ ଜଣଙ୍କ ଅବସ୍ଥା ଗୁରୁତର

ଦିଗପହଣ୍ଡି,୮|୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ପିଲିକାଢ଼ିଅ ଗ୍ରାମ ନିକଟ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ୱରୀ ଘାଟି ରାସ୍ତାରେ ରବିବାର…

ଗ୍ରାମ୍ୟ ଜଳ ଯୋଗାଣ ବିଭାଗର ବେପରୁଆ ନୀତି : ବିଭାଗକୁ ସିଧା ସଳଖ ଦାୟୀ

ଗଞ୍ଜାମ,୮।୩(ବିଦ୍ୟାଧର ସାହୁ ): ଗଞ୍ଜାମ ଐତିହାସିକ ଦୋଳ ପୂର୍ଣ୍ଣମୀ ଯାତ୍ରା ସମାପନ ହେବା ପରେ ଆରମ୍ଭ ହୋଇଛି ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରା । ପ୍ରତି ବର୍ଷ ଭଳି…

“ମୁଁ ଚାହୁଁଛି ଫାଇନାଲରେ ଭାରତ ହାରିଯାଉ” ବିସ୍ଫୋରକ ବୟାନ ଦେଲେ…

ନୂଆଦିଲ୍ଲୀ,୮।୩: ଦକ୍ଷିଣ ଆଫ୍ରିକାର କିମ୍ୱଦନ୍ତୀ ଦ୍ରୁତ ବୋଲର ଡେଲ ଷ୍ଟେନ, ଯିଏ ୪୦୦ ରୁ ଅଧିକ ଟେଷ୍ଟ ୱିକେଟ ନେଇଛନ୍ତି, ୨୦୨୬ ଟି-୨୦ ବିଶ୍ୱକପ ଫାଇନାଲ ପୂର୍ୱରୁ…

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ଟ୍ରଲର : ଘଟଣାସ୍ଥଳରେ ଚପା ଉତ୍ତେଜନା

ପାଲଲହଡ଼ା,୮।୩(ଦିବ୍ୟଜ୍ୟୋତି ଦାଶ : ଟ୍ରଲର ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ। ୧୪୯ ନ ଜାତୀୟ ରାଜପଥ ଅବରୋଧ ସହିତ ଘଟଣାସ୍ଥଳରେ ଚପା ଉତ୍ତେଜନା। ଏଭଳି ଘଟଣା ଘଟିଛି…

ଫାଇନାଲ ପୂର୍ୱରୁ ICCର ନିଷ୍ପତ୍ତିକୁ ନେଇ ହଇଚଇ; ଭାରତ ଛାଡିବାକୁ ଜିଦ୍‌ ଧରିଲେଣି ଏହି ଖେଳାଳି

ନୂଆଦିଲ୍ଲୀ,୮।୩: ୨୦୨୬ ଟି୨୦ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ, ଭାରତରେ…

ଆମେରିକା-ଇରାନ ଯୁଦ୍ଧ ଆମକୁ ଆଉ ଦରକାର ନାହିଁ, କାହିଁକି ରାଗି ଏମିତି କହିଲେ ଟ୍ରମ୍ପ

ଓ୍ବାଶିଂଟନ,୮ା୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ମଧ୍ୟରେ ବ୍ରିଟେନର ସମର୍ଥନର ଅଭାବକୁ ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ଷ୍ଟାର୍‌ମରଙ୍କୁ ଟାର୍ଗେଟ କରି…

ନିଜର ସେବା ଜରିଆରେ ନିଆରା ଉଦାହରଣ ସୃଷ୍ଟି କରିଥିଲେ ଡା. ନାରାୟଣୀ ପଣ୍ଡା: ମହିଳା ଦିବସରେ ବୁଜିଲେ ଆଖି

ସମ୍ବଲପୁର,୮।୩(ପ୍ରମୋଦ ବହିଦାର): ସମ୍ବଲପୁରର ବିଶିଷ୍ଟ ସ୍ତ୍ରୀ ରୋଗ ବିଶେଷଜ୍ଞ ତଥା ଜଣାଶୁଣା ସମାଜସେବୀ ଡା. ନାରାୟଣୀ ପଣ୍ଡାଙ୍କର ରବିବାର ପୂର୍ବାହ୍ନରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ…

ଯୁଦ୍ଧ ମଇଦାକୁ ଓହ୍ଲାଇଲା ରୁଷିଆ! ଏବେ ବିଶ୍ୱଯୁଦ୍ଧ ଥୟ

ମସ୍କୋ,୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇରାନକୁ ରୁଷିଆର ସହାୟତା ଆମେରିକାରେ ଉତ୍ତେଜନା ସୃଷ୍ଟି କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଦୂତଙ୍କ ମାଧ୍ୟମରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କୁ ଏକ ବାର୍ତ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri