ଭାରତୀୟ ଆପ୍ରବାସନ ବୃଦ୍ଧି ବିରୋଧରେ ଅଷ୍ଟ୍ରେଲିଆରେ ବିକ୍ଷୋଭ

କାନ୍‌ବେରା,୧।୯ପି.ଟି.): ଅଷ୍ଟ୍ରେଲିଆରେ ଭାରତୀୟଙ୍କ ଆପ୍ରବାସନ ବଢ଼ୁଥିବାରୁ ଏହା ବିରୋଧରେ ବିଭିନ୍ନ ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ତେବେ ଅଷ୍ଟ୍ରେଲିଆ ସରକାର ଏଭଳି ବିକ୍ଷୋଭ ଅଭିଯାନକୁ ନିନ୍ଦା କରିଛନ୍ତି। ବର୍ଣ୍ଣବୈଷମ୍ୟ ଓ ଜାତୀୟତାବାଦ ଉପରେ ଆଧାରିତ ଅତି ଦକ୍ଷିଣପନ୍ଥୀ କାର୍ଯ୍ୟକଳାପର ଦେଶରେ କୌଣସି ସ୍ଥାନ ନାହିଁ ବୋଲି ସରକାର କହିଛନ୍ତି। ଆପ୍ରବାସନ ବିରୋଧରେ ଅଷ୍ଟ୍ରେଲୀୟଙ୍କ ରାଲି ସିଡ୍‌ନୀ, ମେଲବର୍ଣ୍ଣ, ବ୍ରିସ୍‌ବେନ୍‌, କାନ୍‌ବେରା, ଆଡିଲେଡ୍‌, ପର୍ଥ, ହୋବାର୍ଟ ସମେତ ବିଭିନ୍ନ ସହରରେ ଅନୁଷ୍ଠିତ ହୋଇଛି। ଐତିହ୍ୟ ନିର୍ବିଶେଷରେ ସବୁ ଅଷ୍ଟେଲୀୟଙ୍କର ନିରାପଦ ଅନୁଭବ କରିବାର ଅଧିକାର ରହିଛି ଓ ଆମ ସମ୍ପ୍ରଦାୟରେ ସ୍ବାଗତଯୋଗ୍ୟ ବୋଲି ସରକାରଙ୍କ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ସାମାଜିକ ଏକତାକୁ ଭାଗ ଭାଗ କରିବାକୁ ଓ ଏହାକୁ ନୀଚା ଦେଖାଉବାକୁ ଚାହୁଁଥିବା ଲୋକଙ୍କର ଆମ ଦେଶରେ ସ୍ଥାନ ନାହିଁ ବୋଲି ସେଠାର ଗୃହମନ୍ତ୍ରୀ ଟୋନି ବୁର୍କେ କହିଛନ୍ତି। ବହୁସଂସ୍କୃତିବାଦ ଆମ ଜାତୀୟ ପରିଚୟର ଏକ ଅଭିନ୍ନ ଓ ମୂଲ୍ୟବାନ୍‌ ଭାଗ ବୋଲି ବହୁସଂସ୍କୃତି ବିଭାଗ ମନ୍ତ୍ରୀ ଆନି ଆଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

୫୬ ହଜାରରୁ ଅଧିକ ପରୀକ୍ଷାର୍ଥୀ ଦେଲେ OSSTET ପରୀକ୍ଷା

ଭୁବନେଶ୍ୱର,୨୧।୧: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ‘ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା’ (OSSTET) ବୁଧବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ମୋଟ ୨୨୭ଟି କେନ୍ଦ୍ରରେ...

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri