ବ୍ରସେଲ୍ସ,୧୬ା୯: ପୃଥିବୀକୁ ଉତ୍ତପ୍ତ କରୁଥିବା ଜୀବାଶ୍ମ ଇନ୍ଧନକୁ ପର୍ଯ୍ୟାୟକ୍ରମେ ହ୍ରାସ କରିବା ଦାବିରେ ୫୪ ଦେଶରେ ଜଳବାୟୁ ବିକ୍ଷୋଭକାରୀମାନେ ଶୁକ୍ରବାର ରାସ୍ତାକୁ ଓହ୍ଲାଇଛନ୍ତି। ରବିବାର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହାନ୍ତ ବିକ୍ଷୋଭରେ ସେମାନେ ସାମିଲ ହୋଇଛନ୍ତି। ରବିବାର ନ୍ୟୁୟର୍କରେ ହେବାକୁ ଥିବା ଶୋଭାଯାତ୍ରାରେ ୧୫,୦୦୦ ବିକ୍ଷୋଭକାରୀ ଯୋଗଦେଇପାରନ୍ତି। ବିକ୍ଷୋଭକାରୀଙ୍କ ଉଦ୍ଦେଶ୍ୟ ହେଉଛି ସରକାରମାନଙ୍କ ଉପରେ ଚାପସୃଷ୍ଟି କରିବା। ବନ୍ୟା, ବନାଗ୍ନି ଓ ମରୁଡ଼ି ଆଦି ବିପର୍ଯ୍ୟୟରେ ମୃତ୍ୟୁସଂଖ୍ୟା ବଢ଼ିଚାଲିଥିବାବେଳେ ଅର୍ଥନୀତି ମଧ୍ୟ ଘୋର ପ୍ରଭାବିତ ହେଉଛି। ଏଥିପାଇଁ ସେମାନେ ପାକିସ୍ତାନଠୁ ନେଇ ନାଇଜେରିଆ ଏବଂ ଜାତିସଂଘ ପର୍ଯ୍ୟନ୍ତ ୫୦୦ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ଲାଗି ଯୋଜନା କରିଛନ୍ତି। ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍ଏଫ୍)ର ଆକଳନ ଅନୁସାରେ ଗତବର୍ଷ ସରକାରମାନେ ତୈଳ, ଗ୍ୟାସ୍ ଓ କୋଇଲା ସବ୍ସିଡି ବାବଦରେ ରେକର୍ଡ ପରିମାଣର ୭ ଟ୍ରିଲିୟନ୍ ଡଲାର ଖର୍ଚ୍ଚ କରିଛନ୍ତି। କିନ୍ତୁ ସୌରଶକ୍ତି ଭଳି ନବୀକରଣୀୟ ଉତ୍ସକୁ ବିଶେଷ ଗୁରୁତ୍ୱ ଦେଇନାହାନ୍ତି। ଜାତିସଂଘର ବିଶ୍ୱତାପନର ଭୟାବହ ପରିଣାମ ଉପରେ ସତର୍କ କରାଇଛି।
Posted inHome, Home Left, ଅନ୍ତର୍ଜାତୀୟ View All
୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା
ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…
ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍
ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…
ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…
ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…
ରେଡ୍ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ
ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…
ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO
ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…
ବିପଦ ସାଜିଲା ଓଭରଟେକ୍, ବିଲକୁ ପଶିଗଲା ୨ ବସ୍, ଆଉ ତା’ ପରେ…
ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…
ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା
ଭୁବନେଶ୍ୱର,୧୧।୪(ସୁନିତ୍ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍ ପଟ୍ଟନାୟକଙ୍କ ଗତ ୨ ଦିନ…
ଭୟଙ୍କର ଦୁର୍ଘଟଣା: ଟ୍ରକ୍ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…
ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା…
Archives

