ଦର୍‌ଦାମ ବୃଦ୍ଧି ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲେ ଶ୍ରମିକ, କୃଷକ

ଦିଗପହଣ୍ଡି,୩ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ବୁଧବାର ବାମପନ୍ଥୀ ସଙ୍ଗଠନ ସିପିଆଇ (ଏମ୍‌) ପକ୍ଷରୁ ଦରଦାମ ବୃଦ୍ଧି ବିରୋଧରେ ପ୍ରତିବାଦ କରାଯାଇଛି। ସିପିଆଇ (ଏମ୍‌) ରାଜ୍ୟ କମିଟିର ଡାକରା କ୍ରମେ ପାର୍ଟିର ଦିଗପହଣ୍ଡି ଆଞ୍ଚଳିକ ସାଙ୍ଗଠନିକ କମିଟି ପକ୍ଷରୁ ଆୟୋଜିତ ସଭାରେ ସିପିଆଇ(ଏମ) ଜିଲା କମିଟି ସଭ୍ୟ କୈଳାଶ ଷଡ଼ଙ୍ଗୀ, କୁରେଶୁ ପଣ୍ଡା, ଅଶ୍ୱିନୀ କୁମାର ଦାସ ପ୍ରମୁଖ ଯୋଗ ଦେଇ ଭାଜପା ଓ ବିଜେଡି ସରକାରଙ୍କ ଜନ ବିରୋଧୀ ନୀତି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ବୃଦ୍ଧି ବିରୋଧରେ ଓ ପେଟ୍ରୋଲ, ଡିଜେଲର ଅହେତୁକ ଦର ବୃଦ୍ଧି ବିରୋଧରେ ବକ୍ତବ୍ୟ ରଖିଥିଲେ। ଏହି ବିକ୍ଷୋଭ ଓ ପ୍ରତିବାଦ ସଭାରେ ଜୟନ୍ତୀବାଳା ମିଶ୍ର, ଅମିତାଭ ପାଣିଗ୍ରାହୀ, ଉଜ୍ଜ୍ୱଳ ସାହୁ, ଭି. ସୁଦର୍ଶନ ରାଜୁ, ପି. ଶିବ ଶଙ୍କର, ଅଭିମନ୍ୟୁ ପାତ୍ର, ଆଲୁ. କୁରେଶୁ, ବିଶ୍ୱନାଥ ମହାରଣା, ରମେଶ ମଳିକ,ଆଲୁ ବାରିକଙ୍କ ସମେତ ବହୁ ସଂଖ୍ୟକ ଶ୍ରମିକ ଏବଂ କୃଷକ ଯୋଗ ଦେଇଥିଲେ।