Posted inଜାତୀୟ

ଆରମ୍ଭ ହେଲା ଟ୍ରାକ୍ଟର ରାଲି: କୃଷକ ପୋଲିସ ମୁହାଁମୁହିଁ

ନୂଆଦିଲ୍ଲୀ,୨୬ ।୧: ଗୋଟିଏ ପଟେ ଦେଶ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ରାଜଧାନୀ ରାଜପଥରେ ସମାରୋହକୁ ଉପଭୋଗ କରୁଛନ୍ତି ଦେଶବାସୀ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀରେ ଆରମ୍ଭ କରିଛନ୍ତି ଟ୍ରାକ୍ଟର ରାଲି । ଏଥିପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲେ ବି ରାଲି ଆରମ୍ଭରୁ କୃଷକ ଓ ପୋଲିସ ମୁହାଁମୁହଁ ହୋଇଛନ୍ତି । ନଏଡାରେ କୃଷକମାନେ ବାରିକେଡ ଭାଙ୍ଗି ଦେଇଥିବା ଜଣାପଡିଛି । ପୋଲିସର ହେୟଜ୍ଞାନ ଯୋଗୁ ଏପରି ହୋଇଥିବା କୁହାଯାଉଛି । ଏହାପରେ ପୋଲିସ କୃଷକଙ୍କ ଉପରକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠି ଚାର୍ଜ କରିଛି । ଅକ୍ଷରଧାମ ପୂର୍ବରୁ ପୋଲିସ ଏନ୍‌ଏଚ୍ ୨୪ରେ ବାରିକେଡ କରିଥିଲା । ହେଲେ କେତେଜଣ କୃଷକ ଟ୍ରାକ୍ଟର ସାହାଯ୍ୟରେ ବାରିକେଡକୁ ଭାଙ୍ଗି ଦିଲ୍ଲୀ ଭୀତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ । ସୂଚନାଯୋଗ୍ୟ, କେନ୍ଦ୍ର ସରକାର ନୂଆ କୃଷି ଆଇନକୁ ଫେରାଇ ନେବାକୁ ଦାବି କରି ଆଜିକୁ ପ୍ରାୟ ୬୨ ଦିନ ହେବ ବିଭିନ୍ନ ରାଜ୍ୟର କୃଷକ ଦିଲ୍ଲୀର ଭିନ୍ନ ଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କଠୋର ହେଲା AI ନିୟମ: ୩ ଘଣ୍ଟା ମଧ୍ୟରେ ହଟାଯିବ ଏସବୁ ପୋଷ୍ଟ

ନୂଆଦିଲ୍ଲୀ,୧୦।୨: AI ଏବଂ ଡିପଫେକ୍’ର ଅପବ୍ୟବହାର ରୋକିବା ପାଇଁ ଭାରତ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇଟି ନିୟମ ଅନୁଯାୟୀ, ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକୁ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

ବିବାଦ ପରେ ମୁହଁ ଖୋଲିଲେ ପୂର୍ବତନ ସେନାମୁଖ୍ୟ: ”ଏହା ହିଁ ବହିର…”

ନୂଆଦିଲ୍ଲୀ,୧୦।୨: ନିଜର ଅପ୍ରକାଶିତ ବହିକୁ ନେଇ ବିବାଦ ଜୋର ଧରିବା ପରେ ମୁହଁ ଖୋଲିଛନ୍ତି ପୂର୍ବତନ ସ୍ଥଳସେନା ମୁଖ୍ୟ ଜେନେରାଲ ଏମ୍.ଏମ୍. ନରଭାଣେ। ତାଙ୍କର ଏହି ଆତ୍ମଜୀବନୀ…

ସୋସିଆଲ ମିଡିଆ କ୍ରିଏଟର୍ସଙ୍କ ପାଇଁ ବଡ଼ ସୁଯୋଗ: DD Newsରେ ଦେଖାଇପାରିବେ ଆପଣଙ୍କ କଣ୍ଟେଟ୍‌, ମିଳିବ ଟଙ୍କା…

ନୂଆଦିଲ୍ଲୀ,୧୦।୨: ଯଦି ଆପଣ ଜଣେ କଣ୍ଟେଣ୍ଟ କ୍ରିଏଟର, ତେବେ ଆପଣଙ୍କ ପାଇଁ ପ୍ରତିଭା ପ୍ରଦର୍ଶନ କରିବା ଏବଂ ଟଙ୍କା ରୋଜଗାର କରିବାର ଏକ ମହାନ ସୁଯୋଗ ଆସିଛି।…

ଓଡ଼ିଶାରେ ୪,୧୦୦ କୋଟିର ପୁଞ୍ଜିନିବେଶକୁ ମଞ୍ଜୁରୀ; ସୃଷ୍ଟି ହେବ ୧୦,୦୦୦ ନିଯୁକ୍ତି

ଭୁବନେଶ୍ୱର,୧୦।୨: ଓଡ଼ିଶା ଶିଳ୍ପାୟନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ମଙ୍ଗଳବାର ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ରାଜ୍ୟ ସରକାର ୪,୧୧୧.୮୦ କୋଟି…

ବଡ ନିର୍ଦେଶ ଦେଲେ ଓଡିଶା ହାଇକୋର୍ଟ, ପେଣ୍ଡିଂ ଚାଲାଣ କାଟିବା ବାଧ୍ୟତାମୂଳକ

ଭୁବନେଶ୍ୱର,୧୦।୨: ଗାଡି ଚଳାଉଥିବା ଲୋକମାନଙ୍କ ପାଇଁ ଏକ ବଡ଼ ଖବର। ଏଣିକି ଗାଡ଼ିର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ବା PUCC ପାଇବାକୁ ହେଲେ, ସମସ୍ତ ପେଣ୍ଡିଂ ଟ୍ରାଫିକ…

ଫେବୃଆରୀ ୧୨ରେ ଭାରତ ବନ୍ଦ, ଜାଣନ୍ତୁ ବ୍ୟାଙ୍କ ଖୋଲା ରହିବ ନା ବନ୍ଦ…

ନୂଆଦିଲ୍ଲୀ,୧୦।୨: ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ୱା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା…

ଅଷ୍ଟମ ବେତନ କମିଶନ: ଏହି କର୍ମଚାରୀଙ୍କୁ ମିଳିପାରେ ୩ ରୁ ୯ ଲକ୍ଷ ଟଙ୍କାର ବକେୟା

ନୂଆଦିଲ୍ଲୀ,୧୦।୨: ଆଗକୁ ଲାଗୁ ହେବାକୁ ଯାଉଛି ଅଷ୍ଟମ ବେତନ କମିଶନ। ଏହା ପିଛିଲା ଭାବେ ଲାଗୁ ହେବାକୁ ଥିବାରୁ କର୍ମଚାରୀମାନଙ୍କୁ ବକେୟା ଦରମା ମଧ୍ୟ ମିଳିବ। ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri