ଏମ.ରାମପୁର,୪।୯(ଶଶି ଭୂଷଣ ପ୍ରହରାଜ): ମ.ରାମପୁରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ରାଜସ୍ବ ଉପଖଣ୍ଡ ଦାବି ନେଇ ଗୁରୁବାର ଅଞ୍ଚଳବାସୀଙ୍କ ମ.ରାମପୁର ବନ୍ଦ ପାଳନ ଅବସରରେ ଚାରିଛକଠାରେ ରାସ୍ତାରୋକୋ ହୋଇଥିଲା। ଏହିଦିନ ରାଜ୍ୟ ନଗର ଉନ୍ନୟନ ମନ୍ତ୍ରୀ ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ମ. ରାମପୁର ଚାରି ଛକଠାରେ ଆନ୍ଦୋଳନକାରୀମାନେ ଅଟକାଇ ଦାବିପତ୍ର ପ୍ରଦାନ କରିଛନ୍ତି। ଅପରାହ୍ନ ୧.୩୦ରେ ମନ୍ତ୍ରୀ କେସିଙ୍ଗା ନିକଟ ଉତ୍କେଲାରେ ହେଲିପେଡରେ ଓହ୍ଲାଇ ଜାତୀୟ ରାଜପଥ ନଂ ୫୯ ଦେଇ କନ୍ଧମାଳ ଜିଲା ଗସ୍ତ ବେଳେ ମ.ରାମପୁରରେ ଅଟକି ଦାବିପତ୍ର ଗ୍ରହଣ କରିଥିଲେ। ମ.ରାମପୁର ତଥ୍ୟ, ଦସ୍ତାବିଜ ପହଞ୍ଚି ନାହିଁ। ଏହି ଜିଲାକୁ ଦୁଇଟି ବିଜ୍ଞାପିତ ପରିଷଦ ଦିଆଗଲା। ଆପଣମାନେ ଖୁସି ନୁହନ୍ତି କି? ତର୍ଜମା କରି ପଦେକ୍ଷପ ନେବେ ବୋଲି କହିଥିଲେ। ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଆଲୋଚନା କରିଥଲେ। ଅପରପକ୍ଷେ ଭାଜପା ତରଫରୁ ଅଲଗା ଗୋଷ୍ଠୀ କରି ରାସ୍ତା ଉପରେ ସମ୍ମାନିତ କରି ଦାବିପତ୍ର ଦେଇଥିଲେ। ଶ୍ରୀକାନ୍ତ ହୋତା, ପଦ୍ମଲୋଚନ ମିଶ୍ର, ଯଜ୍ଞ ସେନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ।


