ସ୍ଥାୟୀ ନିଯୁକ୍ତି ଦାବିରେ ତେଜିଲା ଆନ୍ଦୋଳନ: ଓମ୍‌ଫେଡ ମୁଖ୍ୟ ଫାଟକ ଆଗରେ କର୍ମଚାରୀଙ୍କ ଧାରଣା

ବାରଙ୍ଗ,୧୫।୭(ଲିଙ୍ଗରାଜ ରାଉତ): ଅରିଲୋସ୍ଥିତ ଓମ୍‌ଫେଡ ପ୍ଲାଣ୍ଟରେ ଅସ୍ଥାୟୀ କର୍ମଚାରୀମାନେ ମଙ୍ଗଳବାର ଧାରଣାରେ ବସିଛନ୍ତି। ଉତ୍କଳ ଓମ୍‌ଫେଡ ୱାର୍କର ୟୁନିଅନ ପକ୍ଷରୁ ଏହି ଧାରଣା ଦିଆଯାଇଛି। ଓମ୍‌ଫେଡ ପ୍ଲାଣ୍ଟରେ ଦୀର୍ଘଦିନ ହେଲା କାର୍ଯ୍ୟ କରୁଥିବା ଅସ୍ଥାୟୀ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ପଦବୀରେ ପଦୋନ୍ନତି, ଦରମାବୃଦ୍ଧି ସହ ବିଭିନ୍ନ ଦାବି ନେଇ ଶତାଧିକ କର୍ମଚାରୀ କାମ ବନ୍ଦ କରି ପ୍ଲାଣ୍ଟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

ଦାବି ପ୍ରତି ଗୁରୁତ୍ୱ ଦେବାକୁ ୟୁନିଅନ ପକ୍ଷରୁ କର୍ତ୍ତୃପକ୍ଷଙ୍କ ପାଖରେ ଦୀର୍ଘଦିନରୁ ଦାବି କରି ଆସୁଥିଲା। ହେଲେ ଓମ୍‌ଫେଡ କର୍ତ୍ତୃପକ୍ଷ କେବଳ ପ୍ରତିଶ୍ରୁତି ଦେଇ ଭୁଲି ଯାଉଛନ୍ତି ବୋଲି ୟୁନିଅନ ପକ୍ଷରୁ ଅଭିଯୋଗ କରାଯାଇଛି।

ଏହାର ପ୍ରତିବାଦରେ କାର୍ଯ୍ୟବନ୍ଦ କରି ଓମଫେଡର ମୁଖ୍ୟ ଫାଟକ ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଛନ୍ତି। ଦାବି ପୂରଣ ନ ହେବାଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ୟୁନିଅନ ପକ୍ଷରୁ ଚେତାବନୀ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

କଳାହାଣ୍ଡି ଓକିଲ ସଂଘ ନିର୍ବାଚନ: ସନ୍ତୋଷ ପଣ୍ଡା ସଭାପତି, ସମ୍ପାଦକ ଭାବେ ନିର୍ବାଚିତ ହେଲେ…

ଭବାନୀପାଟଣା,୨୮।୩ (ଉତ୍ତମ କୁମାର ଦାଶ)- କଳାହାଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଭବାନୀପାଟଣା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା, ସମ୍ପାଦକ…

କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ: ପ୍ରଭାତ ସଭାପତି ଓ ନିତ୍ୟାନନ୍ଦ ଉପ ସଭାପତି ନିର୍ବାଚିତ:

କୋରାପୁଟ ୨୮।୩,(ଅମିତାଭ ବେହେରା ): କୋରାପୁଟ ବାର୍ ଆସୋସିଏଶନର ନିର୍ବାଚନ ଶେଷ ହୋଇଛି । ଲଗାତାର ଚତୁର୍ଥ ଥର ପାଇଁ କୋରାପୁଟ ବାର୍ ଆସୋସିଏଶନର ସଭାପତି ଭାବେ…

ଗିରଫ ପରେ ଜାମିନରେ ଖଲାସ ହେଲେ ଏହି ଗଲ୍‌ଫ ଖେଳାଳି, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା…

ଜୁପିଟର ଆଇଲାଣ୍ଡ, ୨୮ା୩: ବିଶିଷ୍ଟ ଗଲ୍‌ଫ ଖେଳାଳି ଟାଇଗର ଉଡ୍ସ ନିଶାଗ୍ରସ୍ତ ଅବସ୍ଥାରେ ଡ୍ରାଇଭିଂ କରିଥିବା ଅଭିଯୋଗରେ ପୋଲିସ ଦ୍ୱାରା ଗିରଫ ହେବାପରେ ଶୁକ୍ରବାର ବିଳମ୍ବିତ ରାତିରେ…

ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନ: ରାମକୃଷ୍ଣ ନାୟକ ସଭାପତି, ଶିବ ପ୍ରସାଦ…

ପାରଳାଖେମୁଣ୍ଡି, ୨୮। ୩ (ଗିରିଧାରୀ ପରିଚ୍ଛା):- ଗଜପତି ଜିଲା ପାରଳାଖେମୁଣ୍ଡି ବାର୍ ଆସୋସିଏଶନ ନିର୍ବାଚନରେ ରାମକୃଷ୍ଣ ନାୟକ ସଭାପତି, ଉପସଭାପତି ଭାବେ ଶିବ ପ୍ରସାଦ ପାଣିଗ୍ରାହୀ ଏବଂ…

ସରିଲା ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ: ବରିଷ୍ଠ ଆଇନଜୀବୀ ବ୍ରଜସୁନ୍ଦର ସଭାପତି, ସମ୍ପାଦକ ହେଲେ…

ରାୟଗଡ଼ା,୨୮।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସମାପ୍ତ ହୋଇଛି । ଏଥିରେ ବରିଷ୍ଠ ଆଇନଜୀବୀ ବ୍ରଜ ସୁନ୍ଦର ନାୟକ ୧୦୬ଖଣ୍ଡ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri