କହ୍ନେୟାଲାଲ ହତ୍ୟା ପ୍ରତିବାଦରେ ବିକ୍ଷୋଭ

କେନ୍ଦୁଝର,୧।୭(ସ୍ବ.ପ୍ର.): ରାଜସ୍ଥାନର ଉଦୟପୁରଠାରେ କହ୍ନେୟାଲାଲ ହତ୍ୟା ଘଟଣା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ପ୍ରତିବାଦରେ ଗୁରୁବାର ବିଶ୍ୱ ହିନ୍ଦୁ ପରିଷଦ ବଜରଙ୍ଗ ଦଳ ପକ୍ଷରୁ କେନ୍ଦୁଝର ଜିଲା ମୁଖ୍ୟାଳୟରେ ଏକ ଶୋଭାଯାତ୍ରା କରାଯାଇଛି। ଏହା ସହ ଦଳର କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ହିନ୍ଦୁ ହତ୍ୟାକାରୀଙ୍କୁ ଫାଶୀ ଦାବି କରିବା ସହ ଜୟ ଶ୍ରୀରାମ, ଜୟ ଛତ୍ରପତି ଶିବାଜୀ ସ୍ଲୋଗାନ ଦେଇ ପ୍ରତିବାଦ ଜଣାଇଥିଲେ। ଦେଶରେ ସାଧୁ ସନ୍ଥ, ନିରୀହ ଲୋକଙ୍କୁ ଆକ୍ରମଣକୁ ନିନ୍ଦା କରାଯାଇଛି। ସଭାପତି ତୁଷାରକାନ୍ତ ସାମନ୍ତ, ସମ୍ପାଦକ ସ୍ବପ୍ନେଶ୍ୱର ସାହୁ, ସହ ସମ୍ପାଦକ କେଦାର ନାଥ ଦାଶ, ରମେଶ ହୋତା ପ୍ରମୁଖ ବିକ୍ଷୋଭରେ ସାମିଲ ଥିଲେ।