ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ

କେନ୍ଦୁଝର,୧୫।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଓଡ଼ିଶା ଅମଲା ସଂଘ ପକ୍ଷରୁ ପ୍ରସନ୍ନ ବେହେରାଙ୍କ ନେତୃତ୍ୱରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କର୍ମଚାରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରି ଜିଲାପାଳଙ୍କ ଅଫିସ ଆଗରେ ପ୍ରତିବାଦ କରିଥିଲୋ। ଏ ନେଇ ଜିଲାପାଳଙ୍କ ଜରିଆରେ ମଧ୍ୟ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଗ୍ରେଡ୍‌ ପେକୁ ୪୨୦୦କୁ ବୃଦ୍ଧି କରିବା ଦାବିରେ ଏହି ଆନ୍ଦୋଳନ ଜାରି ରହିଛି। ଦାବିପୂରଣ ନ ହେଲେ ଆସନ୍ତା ୨୭ରେ ରାଜଧାନୀରେ ବିଶାଳ ସମାବେଶ ହେବ ବୋଲି ଚେତାବନୀ ଦିଆଯାଇଛି।