ଚୁଲିରେ ରୋଷେଇ କରି ପ୍ରତିବାଦ

କେନ୍ଦ୍ରାପଡ଼ା ଅଫିସ, ୨୫ା୨: କେନ୍ଦ୍ରାପଡ଼ା ସହରର ଖଡ଼ଇଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ହେଉ। ଏପରି ଦାବି କରି ସହରବାସୀ ଜାନୁୟାରୀ ୨୪ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଜାରି ରଖିଛନ୍ତି। ଏହି ବିକ୍ଷୋଭକୁ ମାସେ ପୂରିଛି। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଓ ଦାବି ପ୍ରତି ଅଧିକ ସଚେତନତା ପାଇଁ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଅଭିନବ ପ୍ରତିବାଦ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ସ୍ଥଳରେ ୩୦ରୁ ଅଧିକ ଚୁଲିରେ ଖେଚୁଡି ରାନ୍ଧି ଖାଇବା ସହ ଆନ୍ଦୋଳନକାରୀମାନେ ଚୁଲି ନିଅଁାଠାରୁ ଅଧିକ ଆନ୍ଦୋଳନ ନିଅଁା ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖି ଏହି ନିଅଁା ତାତିର ପ୍ରଭାବ ଦେଖାଇବେ ବୋଲି ଶାସକ ଦଳକୁ ଲକ୍ଷ୍ୟ କରି ଆନ୍ଦୋଳନକାରୀ କହିଛନ୍ତି।
ଏ ସମ୍ପର୍କରେ ଆନ୍ଦୋଳନରେ ଭାଗ ନେଇଥିବା ଲକ୍ଷ୍ମୀ ବେହେରା, ସାବିନା ବିବି ପ୍ରମୁଖ କହିଛନ୍ତି, ପୁରୁଣା ଜିଲା ଚିକିତ୍ସାଳୟ ସହରର ମଧ୍ୟସ୍ଥଳରେ ଥିଲା। ଏଠାରୁ ପ୍ରାୟ ୫ କି.ମି. ଦୂର ସାମଗୁଡିଆର ନୂତନ ଗୃହକୁ ସ୍ଥାନାନ୍ତର ପରେ ପୁରୁଣା ଭିତ୍ତିଭୂମି ୨ ମାସ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଭିତ୍ତିକରି ସକାଳ ଚା, ଦାନ୍ତକାଠିଠାରୁ ସ୍ବାସ୍ଥ୍ୟସେବା ସମ୍ପର୍କୀୟ ବହୁ ବ୍ୟବସାୟ ଅନୁଷ୍ଠାନ ଗଢ଼ି ଉଠିଥିଲା। ଚିକିତ୍ସାଳୟ ସ୍ଥାନାନ୍ତର ପରେ ବ୍ୟବସାୟ ବନ୍ଦ ହେବାରୁ ପ୍ରାୟ ୫୦୦ ପରିବାର ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି। ଜମା ପୁଞ୍ଜି ଏବେ ଶେଷ ହେବାକୁ ବସିଛି। ସିଟି ହସ୍ପିଟାଲ ସ୍ଥାପନ ହେଲେ ସ୍ଥାନୀୟ ଅଞ୍ଚଳର ଏହି ପରିବାର ବର୍ଗଙ୍କ କିଛି ପରିମାଣରେ ଆର୍ଥିକ ସ୍ବଚ୍ଛଳତା ଆସିବ। ରାଜ୍ୟ ସରକାର, ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କୁ ଆର୍ଥିକ ଦୁର୍ଗତି ପାଇଁ ଖେଚୁଡି ଖାଉଥିବା ଦର୍ଶାଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁଲିରେ ନିଅଁା ଲଗାଯାଇଛି। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଗାମୀଦିନରେ ଚୁଲିରେ ନିଆଁ ହୁଏତ ଲାଗି ନ ପାରେ, ତେବେ ଭୋକ ଉପାସରେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଆନ୍ଦୋଳନ ନିଅଁା ଜାରି ରଖି ସ୍ଥାନୀୟ ସମସ୍ୟା ପ୍ରତି ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଧ୍ୟାନ ଆକର୍ଷଣ କରାଯିବ। ଏ ସଂକ୍ରାନ୍ତରେ କ୍ର୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଗୟାଧର ଧଳ, ହେମନ୍ତ କୁମାର ଜେନା, ସୌମେନ୍ଦ୍ର ପୃଷ୍ଟି, ହିଫଜୁର ରହେମାନ ପ୍ରମୁଖ କହିଛନ୍ତି, ଗଣବିକ୍ଷୋଭରେ ରୋଷେଇ ସହରବାସୀଙ୍କ ଏକତା ଓ ଭାଇଚାରାର ଦୃଷ୍ଟାନ୍ତ ସାଜିଛି। ସହରର ସମସ୍ତବର୍ଗର ଲୋକ ଏକାଠି ହୋଇ ରୋଷେଇ କରି ଖାଇବା ସହ ସିଟି ହସ୍ପିଟାଲ ସ୍ଥାପନ ଦାବି ଜୋରଦାର କରାଯାଇଛି ବୋଲି ଦର୍ଶାଇଛନ୍ତି। ସାମଗୁଡିଆସ୍ଥ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ସହରର ଗୋଟିଏ ମୁଣ୍ଡ ଦୁହୁରିଆର ଦୂର ପ୍ରାୟ ୧୦ କି.ମି.। ଖଡ଼ଇଙ୍ଗ ଏହାର ମଧ୍ୟସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ପୁରୁଣା ଭିତ୍ତିଭୂମି ନଷ୍ଟ ହେବା ଆରମ୍ଭ କରିଛନ୍ତି। ସହରର ୨୧ ୱାର୍ଡ ସହ ଆଖାପାଖ ୮ ପଞ୍ଚାୟତବାସୀ ସିଟି ହସ୍ପିଟାଲ ହେଲେ ଉପକୃତ ହେବେ। ଏଥିରେ ଲକ୍ଷାଧିକ ଲୋକଙ୍କ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିବ। ଏହାକୁ ନେଇ ୨ମାସ ଧରି ଆନ୍ଦୋଳନ, ଗଣବିକ୍ଷୋଭ, ସହର ବନ୍ଦ ଆଦି ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀ ମାତ୍ର ୨ଥର ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବ ଏହି ସହରବାସୀଙ୍କ ବୃହତ ସ୍ବାର୍ଥ ପାଇଁ ହୋଇ ନ ଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଗ୍ରାହ୍ୟ ହୋଇଛି। ସିଟି ହସ୍ପିଟାଲ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri