ଚୁଲିରେ ରୋଷେଇ କରି ପ୍ରତିବାଦ

କେନ୍ଦ୍ରାପଡ଼ା ଅଫିସ, ୨୫ା୨: କେନ୍ଦ୍ରାପଡ଼ା ସହରର ଖଡ଼ଇଙ୍ଗସ୍ଥ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ଭିତ୍ତିଭୂମି ଉପରେ ସିଟି ହସ୍ପିଟାଲ ହେଉ। ଏପରି ଦାବି କରି ସହରବାସୀ ଜାନୁୟାରୀ ୨୪ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ ଜାରି ରଖିଛନ୍ତି। ଏହି ବିକ୍ଷୋଭକୁ ମାସେ ପୂରିଛି। ଏହାକୁ ଅଧିକ ସ୍ମରଣୀୟ କରିବା ପାଇଁ ଓ ଦାବି ପ୍ରତି ଅଧିକ ସଚେତନତା ପାଇଁ ମେଡିକାଲ ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଶୁକ୍ରବାର ଅଭିନବ ପ୍ରତିବାଦ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ବିକ୍ଷୋଭ ସ୍ଥଳରେ ୩୦ରୁ ଅଧିକ ଚୁଲିରେ ଖେଚୁଡି ରାନ୍ଧି ଖାଇବା ସହ ଆନ୍ଦୋଳନକାରୀମାନେ ଚୁଲି ନିଅଁାଠାରୁ ଅଧିକ ଆନ୍ଦୋଳନ ନିଅଁା ହେବ ବୋଲି ଚେତାବନୀ ଦେଇଛନ୍ତି। ଏଥିସହ ଆସନ୍ତା ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖି ଏହି ନିଅଁା ତାତିର ପ୍ରଭାବ ଦେଖାଇବେ ବୋଲି ଶାସକ ଦଳକୁ ଲକ୍ଷ୍ୟ କରି ଆନ୍ଦୋଳନକାରୀ କହିଛନ୍ତି।
ଏ ସମ୍ପର୍କରେ ଆନ୍ଦୋଳନରେ ଭାଗ ନେଇଥିବା ଲକ୍ଷ୍ମୀ ବେହେରା, ସାବିନା ବିବି ପ୍ରମୁଖ କହିଛନ୍ତି, ପୁରୁଣା ଜିଲା ଚିକିତ୍ସାଳୟ ସହରର ମଧ୍ୟସ୍ଥଳରେ ଥିଲା। ଏଠାରୁ ପ୍ରାୟ ୫ କି.ମି. ଦୂର ସାମଗୁଡିଆର ନୂତନ ଗୃହକୁ ସ୍ଥାନାନ୍ତର ପରେ ପୁରୁଣା ଭିତ୍ତିଭୂମି ୨ ମାସ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିଛି। ଜିଲା ମୁଖ୍ୟ ଚିକିତ୍ସାଳୟକୁ ଭିତ୍ତିକରି ସକାଳ ଚା, ଦାନ୍ତକାଠିଠାରୁ ସ୍ବାସ୍ଥ୍ୟସେବା ସମ୍ପର୍କୀୟ ବହୁ ବ୍ୟବସାୟ ଅନୁଷ୍ଠାନ ଗଢ଼ି ଉଠିଥିଲା। ଚିକିତ୍ସାଳୟ ସ୍ଥାନାନ୍ତର ପରେ ବ୍ୟବସାୟ ବନ୍ଦ ହେବାରୁ ପ୍ରାୟ ୫୦୦ ପରିବାର ଆର୍ଥିକ ଦୁର୍ଗତି ଆରମ୍ଭ ହୋଇଛି। ଜମା ପୁଞ୍ଜି ଏବେ ଶେଷ ହେବାକୁ ବସିଛି। ସିଟି ହସ୍ପିଟାଲ ସ୍ଥାପନ ହେଲେ ସ୍ଥାନୀୟ ଅଞ୍ଚଳର ଏହି ପରିବାର ବର୍ଗଙ୍କ କିଛି ପରିମାଣରେ ଆର୍ଥିକ ସ୍ବଚ୍ଛଳତା ଆସିବ। ରାଜ୍ୟ ସରକାର, ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସକଙ୍କୁ ଆର୍ଥିକ ଦୁର୍ଗତି ପାଇଁ ଖେଚୁଡି ଖାଉଥିବା ଦର୍ଶାଇ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚୁଲିରେ ନିଅଁା ଲଗାଯାଇଛି। ଦାବି ପୂରଣ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଆଗାମୀଦିନରେ ଚୁଲିରେ ନିଆଁ ହୁଏତ ଲାଗି ନ ପାରେ, ତେବେ ଭୋକ ଉପାସରେ ଆସନ୍ତା ନିର୍ବାଚନ ପର୍ଯ୍ୟନ୍ତ ଆନ୍ଦୋଳନ ନିଅଁା ଜାରି ରଖି ସ୍ଥାନୀୟ ସମସ୍ୟା ପ୍ରତି ଲୋକ ପ୍ରତିନିଧି ଓ ପ୍ରଶାସକଙ୍କ ଧ୍ୟାନ ଆକର୍ଷଣ କରାଯିବ। ଏ ସଂକ୍ରାନ୍ତରେ କ୍ର୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଗୟାଧର ଧଳ, ହେମନ୍ତ କୁମାର ଜେନା, ସୌମେନ୍ଦ୍ର ପୃଷ୍ଟି, ହିଫଜୁର ରହେମାନ ପ୍ରମୁଖ କହିଛନ୍ତି, ଗଣବିକ୍ଷୋଭରେ ରୋଷେଇ ସହରବାସୀଙ୍କ ଏକତା ଓ ଭାଇଚାରାର ଦୃଷ୍ଟାନ୍ତ ସାଜିଛି। ସହରର ସମସ୍ତବର୍ଗର ଲୋକ ଏକାଠି ହୋଇ ରୋଷେଇ କରି ଖାଇବା ସହ ସିଟି ହସ୍ପିଟାଲ ସ୍ଥାପନ ଦାବି ଜୋରଦାର କରାଯାଇଛି ବୋଲି ଦର୍ଶାଇଛନ୍ତି। ସାମଗୁଡିଆସ୍ଥ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟଠାରୁ ସହରର ଗୋଟିଏ ମୁଣ୍ଡ ଦୁହୁରିଆର ଦୂର ପ୍ରାୟ ୧୦ କି.ମି.। ଖଡ଼ଇଙ୍ଗ ଏହାର ମଧ୍ୟସ୍ଥଳ ହୋଇଥିବା ବେଳେ ଏଠାରେ ଥିବା ପୁରୁଣା ଭିତ୍ତିଭୂମି ନଷ୍ଟ ହେବା ଆରମ୍ଭ କରିଛନ୍ତି। ସହରର ୨୧ ୱାର୍ଡ ସହ ଆଖାପାଖ ୮ ପଞ୍ଚାୟତବାସୀ ସିଟି ହସ୍ପିଟାଲ ହେଲେ ଉପକୃତ ହେବେ। ଏଥିରେ ଲକ୍ଷାଧିକ ଲୋକଙ୍କ ସ୍ବାସ୍ଥ୍ୟସେବାରେ ଉନ୍ନତି ଆସିବ। ଏହାକୁ ନେଇ ୨ମାସ ଧରି ଆନ୍ଦୋଳନ, ଗଣବିକ୍ଷୋଭ, ସହର ବନ୍ଦ ଆଦି ଚାଲିଥିବା ବେଳେ ପ୍ରଶାସନିକ ଅଧିକାରୀ ମାତ୍ର ୨ଥର ଆଲୋଚନା ପାଇଁ ପ୍ରସ୍ତୁତ ହୋଇଛନ୍ତି। ତେବେ ପ୍ରଶାସନିକ ଅଧିକାରୀଙ୍କ ପ୍ରସ୍ତାବ ଏହି ସହରବାସୀଙ୍କ ବୃହତ ସ୍ବାର୍ଥ ପାଇଁ ହୋଇ ନ ଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅଗ୍ରାହ୍ୟ ହୋଇଛି। ସିଟି ହସ୍ପିଟାଲ ସ୍ଥାପନ ନ ହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri