ନାରୀ ନିର୍ଯାତନା-ରନ୍ଧନ ଗ୍ୟାସ ଦରବୃଦ୍ଧି ପ୍ରତିବାଦ: ଦାରିିଙ୍ଗବାଡ଼ିରେ କଂଗ୍ରେସର ମଶାଲ ଶୋଭାଯାତ୍ରା

ଦାରିଙ୍ଗବାଡି,୧୫।୪ (ଅରୁଣ ସାହୁ)- ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ
କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କଂଗ୍ରେସ ପକ୍ଷରୁ ମଶାଲ ଶୋଭାଯାତ୍ରା କରାଯାଇ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଦିନକୁ ଦିନ ରାଜ୍ୟରେ ମହିଳାଙ୍କୁ ବଳାତ୍କାର, ନାବାଳିକାଙ୍କୁ ବଳାତ୍କାର, ହତ୍ୟା ଭଳି ଘଟଣା ବଢିବାରେ ଲାଗିଛି। ଏପରିକି ଘରୋଇ ହିଂସା ବୃଦ୍ଧି ପାଉଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁ ଗରିବ ଶ୍ରେଣୀର ଲୋକମାନେ ପରିବାର ପ୍ରତିପୋଷଣ କରିବା ମୁସ୍କିଲ ବୋଲି ସେମାନେ ଅଭିଯୋଗ କରିଛନ୍ତି। କଂଗ୍ରେସ ଏହି ଶୋଭାଯାତ୍ରା କରିବା ସମୟରେ ହାତରେ ମଶାଲ ଧରି ପ୍ରତିବାଦ ଜଣାଇଛି।

ପ୍ରକାଶ ଯେ, ଦଳର ବ୍ଲକ ସଭାପତି ସନ୍ତୋଷ ପ୍ରଧାନଙ୍କ ନେତୃତ୍ୱରେ ଏହି ମଶାଲ ଶୋଭାଯାତ୍ରା କରାଯାଇଥିବା ବେଳେ ଏଥିରେ ବହୁ କଂଗ୍ରେସ କର୍ମୀ, ନେତା ସାମିଲ ହୋଇଥିଲେ। ପୂର୍ବତନ ବିଧାୟକ ଯାକବ ପ୍ରଧାନଙ୍କ ସମେତ ବିଧାୟକଙ୍କ ବ୍ଲକ ପ୍ରତିନିଧି ପିଟର ଦିଗାଲ,ସପ୍‌ନା ମଲିକ, ଶ୍ୟାମଘନ ପ୍ରଧାନ, ମାନେକା ପ୍ରଧାନ , ଧର୍ମେନ୍ଦ୍ର ପ୍ରଧାନ, ପ୍ରଭାଞ୍ଜନ ନାୟକ , କରୁଣାକର ପ୍ରଧାନ, ବିଦ୍ୟାଧର ମଲିକ, ଚକ୍ରଧର ମଲିକ,ସୁରେନ୍ଦ୍ର ସାହୁ ପ୍ରମୁଖ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଶେଷରେ ଦଳର ବ୍ଲକ ସମ୍ପାଦକ ଶରତ ଚନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ତେବେ ଏହି ମଶାଲ ଶୋଭାଯାତ୍ରା ତିନି ଛକରୁ ଚାରିଛକ ପର୍ଯ୍ୟନ୍ତ ଯାଇଥିଲା


Enter your email to get our daily news in your inbox.

All Right Reserved By Dharitri.Com

ଅଜିତ ପାୱାରଙ୍କ କେବେ ଏବଂ କେଉଁଠି ଶେଷକୃତ୍ୟ ହେବ ଜାଣନ୍ତୁ

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଏନସିପି ନେତା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ଗୁରୁବାର ସକାଳ ୧୧ଟାରେ ବାରାମତିରେ…

ନବୀନଙ୍କୁ ଭେଟିବେ ପିସିସି ସଭାପତି ଭକ୍ତ ଦାସ, କହୁକହୁ କହିଦେଲେ ଏହି ବଡ଼ କଥା…

ଭୁବନେଶ୍ୱର,୨୮ା୧: ରାଜ୍ୟ ସଭା ନିର୍ବାଚନ ନେଇ ନବୀନଙ୍କ କୋର୍ଟକୁ ବଲ୍‌ ଫିଙ୍ଗିଛନ୍ତି ପିସିସି ସଭାପତି ଭକ୍ତ ଦାସ। ସେ କହିଛନ୍ତି, ମିଶିକି ଆଲୋଚନା କରିବା ପାଇଁ ମୁଁ…

ସାମ୍ନାକୁ ଆସିଲା ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଭିଡିଓ, ଶେଷ ମୁହୂର୍ତ୍ତ…

ମୁମ୍ବାଇ,୨୮ା୧: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି । ଫୁଟେଜରେ ସ୍ପଷ୍ଟ ଭାବରେ ଦେଖାଯାଉଛି ଯେ ବିମାନଟି ଖସିପଡ଼ିବା ମାତ୍ରେ ଅଗ୍ନିପିଣ୍ଡୁଳା…

୨୯ରେ ଗଞ୍ଜାମରେ କୃଷ୍ଣସାର ମୃଗ ଗଣନା, କୌଣସି ଫଟୋ କି ତଥ୍ୟ ପ୍ରଘଟ କରିବେ ନାହିଁ ଛାତ୍ରୀଛାତ୍ର

ଭଞ୍ଜନଗର,୨୮ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଗର୍ବ ଓ ଗୌରବ ହେଉଛି କୃଷ୍ଣସାର ମୃଗ। ଏହି ମୃଗ ଘୁମୁସର ଦକ୍ଷିଣ ବନଖଣ୍ଡରେ ବହୁ ବର୍ଷ ପୂର୍ବେ ଦେଖା ଦେଇଥିଲା।…

ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨୦୨୬ ମସିହାରେ ହେବାକୁ ଯାଉଛି…

ଭୁବନେଶ୍ବର,୨୮।୧: ରାଜ୍ୟ ସଭା ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ବୟାନ ଦେଇଛନ୍ତି । ୨୦୨୬ ମସିହାରେ ବହୁତ କିଛି ହେବ ବୋଲି କହିଛନ୍ତି ।…

ଦିଗପହଣ୍ଡିରେ ବନ୍ଦ ପ୍ରଭାବ ଶୂନ୍ୟ: ସବୁ ଖୋଲା, ଗାଡ଼ି ଚଳାଚଳ ବି ସ୍ବାଭାବିକ

ଦିଗପହଣ୍ଡି,୨୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଓ ଆଖପାଖ ଅଞ୍ଚଳରେ ନବ ନିର୍ମାଣକୃଷକ ସଙ୍ଗଠନ ପକ୍ଷରୁ ବୁଧବାର ଡାକରା ଦିଆଯାଇଥିବା ୮ ଘଣ୍ଟିଆ ବନ୍ଦ ପାଳନ…

ସାମ୍ନାକୁ ଆସିଲା ଅଜିତ ପାଓ୍ବାରଙ୍କ ବିମାନ ଦୁର୍ଘଟଣାର ଗୁରୁତ୍ୱପୂର୍ଣ୍ଣ ତଥ୍ୟ: ଦ୍ୱିତୀୟଥର ଅବତରଣବେଳେ…

ପୁଣେ,୨୮।୧: ମହାରାଷ୍ଟ୍ରର ବାରାମତିରେ ବୁଧବାର ସକାଳେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି। ବିମାନଟି ମୁମ୍ବାଇରୁ…

ସାକ୍ଷୀଗୋପାଳରେ ଓଡ଼ିଶା ବନ୍ଦ: ଯାନବାହନ ଚଳାଚଳ ବାଧାପ୍ରାପ୍ତ

ସାକ୍ଷୀଗୋପାଳ,୨୮ା୧(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରେ ସାମିଲ ହୋଇ ସତ୍ୟବାଦୀ ବ୍ଲକ କଂଗ୍ରେସ କର୍ମୀମାନେ ବୁଧବାର ରାଜପଥ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri