ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏଥିସହ ଏହାର ପ୍ରତିବାଦରେ ଜିଲା ବିଜେଡି ପକ୍ଷରୁ ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ବୁଧବାର ସନ୍ଧ୍ୟାରେ ଜିଲା ବିଜେଡି ସଭାପତି ତଥା ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ଆହ୍ବାନ କ୍ରମରେ ବିଜେଡିର ବରିଷ୍ଠ ନେତା ତଥା ତିଲେଇବଣି ବ୍ଲକର ପୂର୍ବତନ ଅଧ୍ୟକ୍ଷ ବିଭୁତି ଗଙ୍ଗଦେବ, ବରିଷ୍ଠ ବିଜେଡି ନେତା କାମାକ୍ଷା ଗଙ୍ଗଦେବ, ମନୋଜ କୁମାର ପ୍ରଧାନ, ସମୀର ରଞ୍ଜନ ପ୍ରଧାନ, ନଗର ବିଜେଡି ସଭାପତି ଚନ୍ଦ୍ରଶେଖର ଭୁକ୍ତା, ଜିଲା ଯୁବ ବିଜେଡି ସଭାପତି ପ୍ରତାପ ଦେବ, ଜିଲା ଛାତ୍ର ବିଜେଡି ସଭାପତି ଭବାନୀଶଙ୍କର ସାହୁ, ମାନସ ପ୍ରଧାନ, କୃତାର୍ଥ ସାହୁ, ସଞ୍ଜୀବ ଶତପଥୀ, ଶରତ ମେହେର, ରୂପକ ମାଝୀ, ସୁଜାତା ପ୍ରଧାନ, ଲଳିତ ପାଲଙ୍କ ସମେତ ବହୁ ସଦସ୍ୟ, ସଦସ୍ୟା ସ୍ଥାନୀୟ ଗୋପବନ୍ଧୁ ଛକରେ ଏକତ୍ରିତ ହୋଇ ଭାଜପା ଏମ୍ପି ଦୁବେଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେବା ସହ ତାଙ୍କର କୁଶପୁତ୍ତଳିକା ଦାହ କରିଥିଲେ।

