ପୁରୀ,୨୮ା୧୨: ପାଖେଇ ଆସୁଛି ନୂଆବର୍ଷ । ହାତରେ ମାତ୍ର ଆଉ ଅଳ୍ପଦିନ ରହିଥିବା ବେଳେ ଏନେଇ ସମସ୍ତେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଯଦି ଦେଖିବା ନୂଆବର୍ଷ ପୂର୍ବଦିନ ଏବଂ ଏବଂ ନୂଆ ବର୍ଷରେ ପୁରୀକୁ ଭକ୍ତଙ୍କ ସୁଅ ଛୁଟିଥାଏ । ଏନେଇ ମହାପ୍ରଭୁଙ୍କ ପହଡ ମଧ୍ୟ ଶୀଘ୍ର ହୋଇଥାଏ ।
ଜାନୁଆରୀ ୧ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାବାକୁ ନିଷ୍ପତ୍ତି ନିଆଯାଇଛି । ହେଲେ ଏହାକୁ ବର୍ତ୍ତମାନ ବିରୋଧ କରାଯାଉଥିବା ଦେଖାଯାଇଛି । ବିରୋଧ କରି ଗଜପତି ମହାରାଜା, ଆଇନ ମନ୍ତ୍ରୀ, ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ପରିଚାଳନା କମିଟି ସଦସ୍ୟ ମହେଶ କୁମାର ସାହୁ ।
ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଆଦୌ ସମୀଚିନ ନୁହେଁ । ପ୍ରତିବର୍ଷ ଧର୍ମଶାସ୍ତ୍ରବିତ ଓ ସଂସ୍କୃତି ବିଶାରଦ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି । ତେଣୁ ଜାନୁଆରୀ ୧ ପାଇଁ ମହାପ୍ରଭୁଙ୍କ ରାତି ଅନିଦ୍ରା କରା ନ ଯାଉ । ମହାପ୍ରଭୁଙ୍କ ସ୍ବାଭାବିକ ଦୈନନ୍ଦିନ ନୀତିକାନ୍ତିର ବ୍ୟବସ୍ଥା କରାଯାଉ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।


