ଶ୍ରମିକ ଛଟେଇକୁ ବିରୋଧ

କେନ୍ଦୁଝର,୨୩ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ହଳଦିଆଗୁଣାସ୍ଥିତ ଏମ୍‌ଏସ୍‌ପି କାରଖାନାରେ କାମ କରୁଥିବା ଶ୍ରମିକମାନଙ୍କୁ ବିଭିନ୍ନ ସମୟରେ ମନମୁଖୀ ଭାବେ ମାଲିକ ଛଟେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ସଦର ବ୍ଲକ ପୂର୍ବତନ ଅଧ୍ୟକ୍ଷା ତଥା ସମିତି ସଭ୍ୟା କିରଣବାଳା ନାୟକ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ମ୍ୟାନେଜମେଣ୍ଟ ଦାୟିତ୍ୱରେ ଥିବା ବସନ୍ତ ସାହୁ ଓ ଏଚ୍‌ଆର ମୁଖ୍ୟଙ୍କୁ ମାନବସମ୍ବଳ ଅଧିକାରୀ ମନୋରଞ୍ଜନ ମିଶ୍ର, ଚିଫ୍‌ ଆକାଉଣ୍ଟାଣ୍ଟ ହେଡ୍‌ ବିଆର୍‌ ନନ୍ଦଙ୍କୁ ଏହି ବିଷୟରେ ଅବଗତ କରାଯାଇଛି। ଶ୍ରମିକମାନଙ୍କୁ ଛଟେଇ କରିବା ନେଇ କାରଖାନା ମାଲିକ ଏବଂ ଇଡି ସହିତ ଆଲୋଚନା କରିବା ପରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ କାରଖାନା ବନ୍ଦ କରାଯିବ ବୋଲି ଶ୍ରୀମତୀ ନାୟକ ସମେତ ପୂର୍ଣ୍ଣଚନ୍ଦ୍ର ମହାକୁଡ଼,କ୍ଷେତ୍ର ମୁଣ୍ତା, ଲୋଚନ ମହାନ୍ତ, ମହେଶ୍ବର ଚକ୍ର, ଦୁର୍ଯ୍ୟୋଧନ ନାଏକ, କୃଷ୍ଣ ନାଏକ, ଜଗନ୍ନାଥ ମୁଣ୍ତା, ରାଘବ ନାଏକ ଶ୍ରମିକମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ପରମାଣୁ ଅସ୍ତ୍ରକୁ ନେଇ ବଡ଼ ଚେତାବନୀ ଦେଲେଣି ଟ୍ରମ୍ପ, କହିଲେ ଯଦି ଇରାନକୁ ପରମାଣୁ ଅସ୍ତ୍ର ମିଳେ ତେବେ….

ଓ୍ବାଶିଂଟନ,୧୭।୩: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ବିରୁଦ୍ଧରେ ନିଆଯାଇଥିବା ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନକୁ ରକ୍ଷା କରିଛନ୍ତି। ସେ ଚେତାବନୀ…

୪ କୋଠରିରେ ବସୁଛନ୍ତି ୯ ଶ୍ରେଣୀର ପିଲା

ନୂଆପଡ଼ା,୧୭ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ଅନ୍ତର୍ଗତ ଠିକପାଲି ପଞ୍ଚାୟତ ଶୁକ୍ଲିମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ୧୯୫୮ମସିହାରେ…

କ୍ରସ୍‌ ଭୋଟିଂ କରିଥିବା ବିଧାୟକଙ୍କୁ ବାସଭବନରେ ପୋଲିସ ସୁରକ୍ଷା

ଭୁବନେଶ୍ୱର, ୧୭।୩(ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ କ୍ରସ୍‌ ଭୋଟିଂ କରିଛନ୍ତି ବୋଲି ଅଭିଯୋଗ ଆସିଥିବା ୧୧ ବିଧାୟକଙ୍କୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର୍‌ ଧରିଛି। କଂଗ୍ରେସର…

ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ: ନବଙ୍କୁ ନେଇ ବିଜେଡି-ଭାଜପା ବିଧାୟକ ଗୋଡ଼ାଗୋଡ଼ି

ଭୁବନେଶ୍ୱର,୧୭।୩(ରବିନାରାୟଣ ଜେନା): ରାଜ୍ୟ ସଭା ନିର୍ବାଚନର ଭୋଟ ଗ୍ରହଣ ବେଳେ ସୋମବାର ଅପରାହ୍ନରେ ବିଧାନସଭାରେ ଏକ ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। କେହି କିଛି ବୁଝିବା ପୂର୍ବରୁ…

ସତର୍କ କଲା ପାଣିପାଗ ବିଭାଗ, ଆହୁରି ୫ଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର,୧୭।୩(ବନ୍ଦନା ସେଠୀ): ପୂର୍ବଭାରତ ଉପରେ ରହିଥିବା ଉପ-ଉଷ୍ମକଟୀବନ୍ଧୀୟ (ସବ୍‌ଟ୍ରପିକାଲ୍‌) ପଶ୍ଚିମୀ ଜେଟ୍‌ ଷ୍ଟ୍ରିମ୍‌ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୂତ ହେଉଛି।…

ରାଜ୍ୟ ସଭା ଫଳାଫଳ ପରେ ନବୀନଙ୍କୁ ଏମିତି କହିଲେ ମୁଖ୍ୟମନ୍ତ୍ରୀ, ରାଜ୍ୟରେ ଚହଳ

ଭୁବନେଶ୍ୱର, ୧୭।୩ (ସୁନିତ୍‌ ମିଶ୍ର): ରାଜ୍ୟ ସଭା ନିର୍ବାଚନରେ ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ, ସୁଜିତ କୁମାର ଏବଂ ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ…

ଟ୍ରମ୍ପ କଲେ ବଡ଼ ଦାବି, କହିଲେ ଏହିଦିନ ଶେଷ ହେବ ଇରାନ ସହ ଯୁଦ୍ଧ!

ଓ୍ବାଶିଂଟନ,୧୭।୩: ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ଇରାନ ସହିତ ଚାଲିଥିବା ସଂଘର୍ଷ ଖୁବ ଶୀଘ୍ର ଶେଷ ହେବ, କିନ୍ତୁ ସେ ସ୍ପଷ୍ଟ କରିଛନ୍ତି…

ଭୋଟର୍ସ ଲିଷ୍ଟ ସଂଶୋଧନ ପାଇଁ କଡ଼ା ନିର୍ଦ୍ଦେଶ, ଭୋଟର୍ସଙ୍କ ନାଁ ତାଳମେଳ ନଥିଲେ ଏହି ତାରିଖ ସୁଦ୍ଧା କରନ୍ତୁ ଆବେଦନ, ନଚେତ୍‌…

କେସିଙ୍ଗା,୧୭।୩(ତୁମେଶ୍ୱର ସାହୁ) : କଳାହାଣ୍ଡି ଜିଲା କେସିଙ୍ଗା ଏନଏସିରେ ସ୍ବତନ୍ତ୍ର ସଂଘନ ସଂଶୋଧନ ( ଏସଆଇଆର) ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ଚିନ୍ମୟ ଆଚାରୀଙ୍କ ନେତୃତ୍ୱରେ ଭୋଟର୍ସ ଲିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri