ଟାଟା ପ୍ରକଳ୍ପ ପାଚେରୀ ନିର୍ମାଣକୁ ବିରୋଧ: ୨୦ରୁ ଊର୍ଦ୍ଧ୍ୱ ଲୋକଙ୍କୁ ଟେକିନେଲା ପୋଲିସ

ଛତ୍ରପୁର,୧୫।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ କାଳିପଲି ନିକଟରେ ଟାଟା କମ୍ପାନୀର ପ୍ରକଳ୍ପ ପକ୍ଷରୁ ପାଚେରୀ ନିର୍ମାଣ କାମ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ପୋଲିସ ଫୋର୍ସ ବଳୟରେ ଏହା ଚାଲିଥିବା ବେଳେ ବୁଧବାର ଏହି କାମକୁ ବନ୍ଦ କରିବାକୁ କାଳୀପଲ୍ଲୀ ଗ୍ରାମବାସୀ ଉଦ୍ୟମ କରିଥିଲେ। ଏ ନେଇ କାଳୀପଲ୍ଲୀ ଗ୍ରାମବାସୀଙ୍କୁ ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ୨୦ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ପୋଲିସ ଟେକି ନେଇଥିବା ଦେଖିବାକୁ ମିଳିଛି।