ଡାକ୍ତରଙ୍କ ବଦଳି ପ୍ରତିବାଦରେ ବିକ୍ଷୋଭ

ସୋରଡ଼ା,୫।୯(ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ବଡ଼ଗଡ଼ ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ତରୁଣ ବିଶ୍ୱାଳଙ୍କ ବଦଳି ପ୍ରତିବାଦରେ ଡାକ୍ତରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହା ସହ ଉକ୍ତ ଅଞ୍ଚଳରେ ସଭା ଶୋଭାଯାତ୍ରା ଚାଲିଛି। ଦଳମତ ନିର୍ବିିଶେଷରେ ବଡ଼ଗଡ଼ ଅଞ୍ଚଳର ୧୨ଟା ପଞ୍ଚାୟତର ଶହଶହ ଜନସାଧାରଣ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି। ମେଡିକାଲ କର୍ମଚାରୀଙ୍କ ଭଗ୍ନ କ୍ୱାଟର ନିର୍ମାଣ, ରୋଗୀ କଲ୍ୟାଣ ସମିତର ସଠିକ ପରିଚାଳନା ଉପରେ ମଧ୍ୟ ଦାବି କରିଛନ୍ତି ।