Posted inଫୁରସତ

ସଂଖ୍ୟାଲଘୁଙ୍କ ସୁରକ୍ଷା ଅପରିହାର୍ଯ୍ୟ

ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସଦ୍‌ଭାବ ଏବଂ ଭାଇଚାରା ଦ୍ୱାରା ଦେଶର ଏକତା ବୃଦ୍ଧି ହୋଇଥାଏ। ଏହା ଦ୍ୱାରା ଦେଶର ବିକାଶ ଧାରା ଜାରିରହିବା ସହିତ ବହୁବିଧ କ୍ଷେତ୍ରରେ ନାଗରିକଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରତିପାଦିତ ହୋଇପାରିଥାଏ। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଡିସେମ୍ବର ୧୮ରେ ସଂଖ୍ୟାଲଘୁ ଅଧିକାର ଦିବସ ପାଳନ କରାଯାଇଥାଏ। ବିଶ୍ୱସ୍ତରରେ ବିଭିନ୍ନ ଦେଶରେ ସଂଖ୍ୟାଲଘୁମାନଙ୍କୁ ସୁରକ୍ଷିତ ଭାବେ ବାସକରିବା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ଏହି ଅବସରରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ।
୧୯୯୨ ଡିସେମ୍ବର ୧୮ରେ ମିଳିତ ଜାତିସଂଘ ଦ୍ୱାରା ଏହି ଦିବସ ପାଳନ କରାଯିବା ଲାଗି ଘୋଷଣା କରାଯାଇଥିଲା।
ହେଉଛି ବିଶ୍ୱର ଏକ ଅନନ୍ୟ ରାଷ୍ଟ୍ର, ଯେଉଁଠାରେ ବିଭିନ୍ନ ସମ୍ପ୍ରଦାୟ, ଜାତି ଏବଂ ଧର୍ମର ଲୋକମାନେ ବାସ କରିଥାନ୍ତି। ବିବିଧତା ମଧ୍ୟରେ ଏକତା ହେଉଛି ଭାରତର ଏକ ସ୍ବତନ୍ତ୍ର ପରିଚିତି।
ଭାରତରେ ଏକତାକୁ ହିଁ ସର୍ବୋପରି ଭାବେ ଗ୍ରହଣ କରାଯାଇଥାଏ। କୌଣସି ରାଷ୍ଟ୍ରରେ ଯେଉଁମାନଙ୍କ ସଂଖ୍ୟା କମ୍‌ ଓ ସାମାଜିକ, ରାଜନୈତିକ, ଆର୍ଥିକ ରୂପରେ ଦୁର୍ବଳ ତଥା ଜାତି, ଧର୍ମ ଆଦିରେ ବହୁସଂଖ୍ୟକଠାରୁ ଅଲଗା ରହିଥିବା ସତ୍ତ୍ୱେ ରାଷ୍ଟ୍ର ନିର୍ମାଣ, ବିକାଶ, ଏକତା,ସଂସ୍କୃତି, ପରମ୍ପରା ଓ ରାଷ୍ଟ୍ରୀୟ ଭାଷାକୁ ବଜାୟ ରଖିବା ଲାଗି ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଉଛନ୍ତି ସେମାନେ ହିଁ ସେହି ଦେଶ ବା ରାଜ୍ୟରେ ସଂଖ୍ୟାଲଘୁ ଭାବେ ପରିଗଣିତ। ଭାରତୀୟ ସମ୍ବିଧାନରେ ଧର୍ମ ଓ ଭାଷା ଆଧାରରେ ସଂଖ୍ୟାଲଘୁ ବିବେଚନା କରାଯାଇଥାଏ।
ଭାରତରେ ସଂଖ୍ୟାଲଘୁମାନଙ୍କର ଅଧିକାରକୁ ଲୋକଲୋଚନକୁ ଆଣିବା ସହ ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟାକୁ ହୃଦୟଙ୍ଗମ କରିବା ସହ ସେମାନଙ୍କ ସୁରକ୍ଷା ଉପରେ ଦେଶର ସବୁ ରାଜ୍ୟ ଗୁରୁତ୍ୱ ଦେଇଥାନ୍ତି। ଏହି ଦିବସ ଅବସରରେ ଆଲୋଚନାଚକ୍ର, କାର୍ଯ୍ୟକ୍ରମ ତଥା ସଚେତନତା ଅଭିଯାନ ଆୟୋଜନ କରାଯାଇଥାଏ।
ମୁସଲମାନ, ଶିଖ, ଖ୍ରୀଷ୍ଟିଆନ, ବୌଦ୍ଧ, ଜୋରେଷ୍ଟିରିଆନ ଓ ଜୈନମାନେ ସଂଖ୍ୟାଲଘୁ ଭାବେ ରହିଛନ୍ତି। ଏମାନଙ୍କ ସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୧୯ ପ୍ରତିଶତ। ଜମ୍ମୁ-କଶ୍ମୀର, ପଞ୍ଜାବ, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଲାକ୍ଷାଦ୍ୱୀପ, ଲଦାଖ ଓ ଅରୁଣାଚଳପ୍ରଦେଶରେ ଏମାନଙ୍କ ସଂଖ୍ୟା ଅଧିକ। ସଂଖ୍ୟାଲଘୁମାନଙ୍କ ବିକାଶ ହିଁ ଦେଶର ବିକାଶ। ସଂଖ୍ୟାଲଘୁମାନଙ୍କ ଏକତା ହିଁ ଦେଶର ଶକ୍ତି। ଏମାନଙ୍କର ବିକାଶ,ଆଇନ ତଥା ବିଭିନ୍ନ କଲ୍ୟାଣକାରୀ ଯୋଜନାକୁ କାର୍ଯ୍ୟକାରୀ କରିବାରେ ୨୯ ଜାନୁୟାରୀ ୨୦୦୬ରେ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ପ୍ରତିଷ୍ଠା କରାଯାଇଥିଲା। ଏଥିପାଇଁ ଜାତୀୟ ସଂଖ୍ୟାଲଘୁ ଆୟୋଗ ଅଧିନିୟମ,୧୯୯୨ ଅଧୀନରେ ଗଠନ କରାଯାଇଥିଲା। ଏହି ମନ୍ତ୍ରଣାଳୟ ସଂଖ୍ୟାଲଘୁମାନଙ୍କର ପ୍ରତିଟି ସମସ୍ୟା ସମାଧାନ କରିବା ତଥା ବିକାଶର ଧାରାକୁ ତ୍ୱରାନ୍ବିତ କରିବାରେ ପ୍ରମୁଖ ଭୂମିକା ନେଇଆସୁଛି। ସଂଖ୍ୟାଲଘୁମାନଙ୍କ ଅଧିକାରର ସୁରକ୍ଷା,ରାଷ୍ଟ୍ର ନିର୍ମାଣରେ ସେମାନଙ୍କ ଯୋଗଦାନକୁ ବିଚାରକୁ ନେଇ ଆଞ୍ଚଳିକ ସ୍ତରରେ ଭାଷା,ଜାତି, ଧର୍ମ, ସଂସ୍କୃତି, ପରମ୍ପରା ଆଦିର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଏହି ଦିବସରେ ସଚେତନତା ସୃଷ୍ଟି କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri