ଅଭିନବ ଉପାୟରେ ଗୃହପାଳିତ ପ୍ରାଣୀଙ୍କ ସୁରକ୍ଷା: ହିଂସ୍ରଜନ୍ତୁଙ୍କୁ ଡରାଉଛି କୃତ୍ରିମ ଆଖି

ବାରିପଦା ଅଫିସ,୧୯ା୯-ଗୃହପାଳିତ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ମୟୂରଭଞ୍ଜ ଜିଲାର ବନବାସୀମାନେ ଅଭିନବ ଉପାୟ ଆପଣାଇଛନ୍ତି। ଗାଈବଳଦଙ୍କ ପଛପାର୍ଶ୍ୱରେ ରଙ୍ଗତୂଳୀରେ କୃତ୍ରିମ ଆଖି ଆଙ୍କି ହିଂସ୍ରଜନ୍ତୁଙ୍କଠାରୁ ସେମାନଙ୍କୁ ରକ୍ଷା କରି ପାରୁଛନ୍ତି। ବଣଜଙ୍ଗଲରେ ବସବାସ କରୁଥିବା ଲୋକେ ଏହି ଉପାୟ ଅବଲମ୍ବନ କରି ବେଶ୍‌ ସଫଳତା ପାଇ ପାରୁଥିବା ଦେଖିବାକୁ ମିଳିଛି ।


ମୟୂରଭଞ୍ଜ ଜିଲାକୁ ଘେରି ରହିଛି ଶିମିଳିପାଳ ଜୈବ ମଣ୍ଡଳ। ଏହାକୁ ଲାଗିରହିଛି ଅନେକ ଜନବସତି। କେବଳ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ୫୧ରୁ ଊର୍ଦ୍ଧ୍ୱ ଗାଁ ରହିଛି। ଗୃହପାଳିତ ଗାଈ, ବଳଦ, ଛେଳି, ମେଣ୍ଢା ଆଦିଗୁଡ଼ିକ ଜନବସତିରେ ବାସ କରୁଥିବା ଲୋକମାନଙ୍କ ଜୀବିକା ଅର୍ଜନର ମୁଖ୍ୟ ମାଧ୍ୟମ। ଯାହାର ଯେତେ ଗାଈବଳଦ ତାଙ୍କର ସେତିକି ସମ୍ପତ୍ତିି ବୋଲି ଗ୍ରାମବାସୀ ପ୍ରକାଶ କରିଥାନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବନବାସୀମାନେ ବିଭିନ୍ନ ପ୍ରୟାସ କରୁଛନ୍ତି। ଜଙ୍ଗଲକୁ ଚରିବାକୁ ଯାଉଥିବା ବେଳେ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଗୃହପାଳିତ ପ୍ରାଣୀଙ୍କ ପ୍ରାଣହାନି ଘଟୁଛି। ଜଙ୍ଗଲରେ ଥିବା ବାଘ, ଭାଲୁ, ହେଟାବାଘ, ଶିଆଳ ଆଦି ହିଂସ୍ର ଜନ୍ତୁଙ୍କ ଆକ୍ରମଣର ଭୟ ରହିଛି। ସେମାନଙ୍କ କବଳରୁ ରକ୍ଷା ପାଇବା ପାଇଁ ଗ୍ରାମବାସୀମାନେ ଏବେ ଅଭିନବ ଉପାୟ ଆପଣାଇଛନ୍ତି । ପ୍ରତି ଗୋରୁଙ୍କ ପଛ ପାର୍ଶ୍ୱରେ ତୁଳୀ ଓ ରଙ୍ଗରେ କୃତ୍ରିମ ଆଖି ଆଙ୍କୁଛନ୍ତି। ଏହି ଚିତ୍ରକୁ ଦୂରରୁ ଦେଖିଲେ ଏହା ଅନ୍ୟ ଏକ ହିଂସ୍ରଜନ୍ତୁଙ୍କ ଭଳି ଲାଗୁଛି। ବାଘକୁ ଯେପରି ଫାଗର ଡର, ଠିକ ସେହିପରି ଗୋରୁଙ୍କ ପଛପଟେ ଅଙ୍କା ଯାଉଥିବା ଆଖି ବିଚିତ୍ର ପଶୁପରି ଦେଖାଯାଉଛି। ଏଭଳି ଚିତ୍ରକୁ ଦେଖି ହିଂସ୍ର ଶିକାରୀ ପଶୁ ଭ୍ରମରେ ପଡ଼ିବା ସହ ଆକ୍ରମଣ କରିବାକୁ ଭୟ କରୁଛନ୍ତି।
ଏସଂକ୍ରାନ୍ତରେ ଯୁବ ପରିବେଶକର୍ମୀ ଅଭିଷେକ ଆଚାର୍ଯ୍ୟ କୁହନ୍ତି, ସୁନ୍ଦରବନରେ ମହାବଳ ବାଘ ବାରମ୍ବାର ମଣିଷକୁ ଆକ୍ରମଣ କରୁଥିବା ବେଳେ ବାଘଠାରୁ ବର୍ତ୍ତିବା ପାଇଁ ସେଠାକର ଲୋକେ ମୁଣ୍ଡ ପଛପଟେ ଏକ କୃତ୍ରିମ ମୁଖା ଲଗାଉଥିଲେ। ଯାହାକୁ ବାଘ ଦେଖି ଡରୁଥିଲେ ଏବଂ ହଠାତ ଆକ୍ରମଣ କରିବାକୁ ସାହାସ କରୁ ନ ଥିଲେ। ଠିକ୍‌ ସେହିଭଳି ଶିମଳିପାଳ ପାଦଦେଶରେ ଗୃହପାଳିତ ପ୍ରାଣୀଙ୍କୁ ବନ୍ୟଜନ୍ତୁଙ୍କଠାରୁ ରକ୍ଷା କରିବା ପାଇଁ ଏହିଭଳି ଉପାୟ ମନକୁ ଛୁଇଁଥିଲା। କୃତ୍ରିମ ଆଖି ଆଙ୍କି ଏହାରି ମାଧ୍ୟମରେ ଗୃହପାଳିତ ପ୍ରାଣୀଙ୍କୁ ଜଙ୍ଗଲରେ ସୁରକ୍ଷା ଦେଇହେବା ନେଇ ଅଞ୍ଚଳବାସୀଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି। ଲୁଲୁଙ୍ଗ ଅଞ୍ଚଳର ବନବାସୀ ରଇବାରୀ ସିଂ କୁହନ୍ତି, ଏଭଳି ଚିତ୍ର ଆଙ୍କିବା ଦ୍ୱାରା ଗୋରୁମାନେ ନିଶ୍ଚିନ୍ତରେ ଚରିବୁଲି ଘରକୁ ଫେରୁଛନ୍ତି। କୌଣସି ହିଂସ୍ରଜନ୍ତୁ ଶିକାର କରୁନାହାନ୍ତି। ସେହିପରି ଭାସ୍କର ଚନ୍ଦ୍ର ମହାନ୍ତ କୁହନ୍ତି ଗୋରୁଙ୍କ ଦେହରେ ଏଭଳି କୃତ୍ରିମ ଆଖି ଆଙ୍କିବା ଦ୍ୱାରା ଦୂରରୁ ହିଂସ୍ରଜନ୍ତୁ ଭଳି ଦେଖାଯାଉଛନ୍ତି। ଫଳରେ ଲଟାବୁଦାରେ ଛପିରହି ଶିକାର କରୁଥିବା ବାଘ,ଭାଲୁ ଏହାକୁ ଦେଖି ପଛଘୁଞ୍ଚା ଦେଉଛନ୍ତି। ଫଳରେ ଆଖପାଖ ଗ୍ରାମର ବନବାସୀମାନେ ଏଭଳି ପ୍ରୟାସକୁ ଆପଣାଉଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ରାଜ୍ୟସ୍ତରୀୟ ବିଜ୍ଞାନ ମେଳାରେ କେ ଏମ ଭାଲିଆସାହି ଛାତ୍ରୀ, ଶୁଭେଚ୍ଛା ଜ୍ଞାପନ କରି…

ମୋହନା,୨୫ ।୧୨(ମନ୍ମଥ ମିଶ୍ର ): କେଉଁ ଆଦିମ କାଳରୁ ବିଜ୍ଞାନ ମନୁଷ୍ୟ ସମାଜର ଅଶେଷ ହିତ ସାଧନ କରି ଆସିଅଛି।ବିଜ୍ଞାନ ବିନା ସମାଜର ଉନ୍ନତିର ପରିକଳ୍ପନା...

ଅସହାୟଙ୍କୁ ସହାୟତାର ହାତ ବଢାଇଲା ନ୍ୟୁ ଲାଇଫ ମିଶନ

କେସିଙ୍ଗା,୨୫ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କୁର୍ଲୁପଡ଼ା ଗ୍ରାମର ନ୍ୟୁ ଲାଇଫ ମିଶନ ପରିସରରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଡାଇରେକ୍ଟର ସିଆନି ହରପାଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri