ପ୍ରପୋଜ୍‌ ଡେ’: ଜାଣନ୍ତୁ ସାଥୀଙ୍କୁ କେମିତି କହିବେ ମନର କଥା…

ବର୍ତ୍ତମାନ ଭାଲେଣ୍ଟାଇନ୍‌ ଓ୍ବିକ୍‌ ବା ପ୍ରେମ ସପ୍ତାହ ଚାଲିଛି। ଫେବୃଆରୀ ୭ରୁ ୧୪ ପର୍ଯ୍ୟନ୍ତ ଏହି ସପ୍ତାହକୁ ଯୁବପିଢ଼ି ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ରୋଜ୍‌ ଡେ’କୁ ପ୍ରେମର ପ୍ରଥମ ଦିନ କୁହାଯାଉଥିବା ବେଳେ ଦ୍ୱିତୀୟ ଦିନକୁ ପ୍ରପୋଜ୍‌ ଡେ’ ଭାବେ ପାଳନ କରାଯାଏ। କାହାକୁ ମନେ ମନେ ପ୍ରେମ କରିବା ବା ଭଲ ପାଇବା ସହଜ ମାତ୍ର ଏହାକୁ ପରିପ୍ରକାଶ କରିବା ବହୁ ମୁସ୍କିଲ୍‌। ଯଦି କାହାକୁ ପ୍ରପୋଜ କରିବାକୁ ଚାହୁଁଥା’ନ୍ତି ତେବେ କିଛି ରୋମାଣ୍ଟିକ୍‌ ଟିପ୍ସ ଜାଣିରଖିବା ନିହାତି ଜରୁରୀ। ନଚେତ୍‌ ମନ ଚାହୁଁଥିବା ସାଥୀଟି ହାତଛଡ଼ା ହୋଇଯିବ।

– ଯେଉଁ ରାସ୍ତା ଦେଇ ଆପଣଙ୍କ ମନର ମଣିଷ ଯିବା ଆସିବା କରୁଥା’ନ୍ତି ସେହି ରାସ୍ତାରେ କିଛି ପ୍ରେମଭରା କଥା ଲେଖି ପତ୍ରଟିଏ ପକାଇ ଦିଅନ୍ତୁ। ଯେମିତି ସେ ଆପଣଙ୍କ ପ୍ରତି ଆକର୍ଷିତ ହେବେ।

– ଆଜିକାଲି ତ ଡିଜିଟାଲ ଯୁଗ। ସାଥୀଙ୍କୁ ସାମ୍ନା କରିବାକୁ ଯଦି ସତ୍‌ସାହସ ହେଉନି ତେବେ ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌ ମାଧ୍ୟମରେ ମଧ୍ୟ ଏକ ଛୋଟିଆ ଏସ୍‌ଏମ୍‌ସଟି ପଠାଇ ମନର କଥା ପରିପ୍ରକାଶ କରନ୍ତୁ।

– ମନ ଚାହୁଁଥିବା ସାଥୀଙ୍କୁ ଯଦି କୌଣସି ଉପହାର ପସନ୍ଦ ତେବେ ତାଙ୍କୁ ଦେବାକୁ ଆଦୌ ଭୁଲନ୍ତୁ ନାହିଁ।

– ସର୍‌ପ୍ରାଇଜ୍‌ ପ୍ଲାନିଂ କରି ପ୍ରେମିକା ବା ପ୍ରେମିକ କେଉଁଆଡ଼େ ବୁଲି ଆସନ୍ତୁ। ସୁଯୋଗ ଦେଖି ମନର କଥା ପ୍ରକାଶ କରିଦିଅନ୍ତୁ।

Share